ସଫଳତା ଛୁଇଁବାରେ ପ୍ରତିବନ୍ଧକ ସାଜେନି ଶବ୍ଦ

ଭୁବନେଶ୍ୱର,୨୩ା୯ (ବନ୍ଦନା ସେଠୀ): ପରସ୍ପର ମଧ୍ୟରେ ଭାବ ଆଦାନ ପ୍ରଦାନର ମୁଖ୍ୟ ମାଧ୍ୟମ ହେଉଛି ଭାଷା। ଆମେ କହୁଥିବା ପ୍ରତିଟି ଶବ୍ଦକୁ ନେଇ ତିଆରି ହୁଏ ଭାଷା। ତେବେ ଭାଷା ବା ଶବ୍ଦ କେବେ ମନର ଭାବ ପ୍ରକାଶ କରିବାରେ ପ୍ରତିବନ୍ଧକ ସାଜେନାହିଁ। କାରଣ ଯେଉଁମାନେ ଶୁଣିପାରନ୍ତି ନାହିଁ କି କଥା କହିପାରନ୍ତି ନାହିଁ, ସେମାନେ ମଧ୍ୟ ନିଜ ମନର ଭାବକୁ ପରିପ୍ରକାଶ କରନ୍ତି। ଆଉ ଭାବନା ପରିପ୍ରକାଶର ଏହି ମାଧ୍ୟମକୁ ସାଇନ୍‌ ଲାଙ୍ଗୁଏଜ୍‌ ବା ସାଙ୍କେତିକ ଭାଷା କୁହାଯାଏ। ସାଧାରଣତଃ କଥା କହିପାରୁ ନ ଥିବା ଲୋକଙ୍କୁ ସମାଜରେ ସହାନୁଭୂତି ବା ଦୟା ଦୃଷ୍ଟିରେ ଦେଖାଯାଏ। ମାତ୍ର ଶବ୍ଦ କେବେବି ସଫଳତା ହାସଲ କରିବାରେ ପ୍ରତିବନ୍ଧ ସାଜେନି, ଯାହାକୁ ପ୍ରମାଣିତ କରିଦେଖାଇଛନ୍ତି ଲୋମା, ଅନୁକ୍ଷାଙ୍କ ପରି ଅନେକେ। ୨୦୧୮ରୁ ପ୍ରତିବର୍ଷ ସେପ୍ଟେମ୍ବର ୨୩ରେ ପାଳିତ ହୋଇ ଆସୁଥିବା ସାଙ୍କେତିକ ଦିବସ ପରିପ୍ରେକ୍ଷୀରେ ସେମାନଙ୍କ ସଫଳତା କାହାଣୀକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।
ଜଗତ୍‌ସିଂହପୁର ଜିଲା ଭୂତମୁଣ୍ଡାଇ ଗ୍ରାମର ଲୋମା ସ୍ବାଇଁ। ଜନ୍ମରୁ କଥା କହିପାରନ୍ତି ନାହିଁ କି ଶୁଣିପାରନ୍ତି ନାହିଁ। ନିଜ ମନର ଭାବ ପ୍ରକାଶ କରିବାକୁ ସେ ସାଇନ୍‌ ଲାଙ୍ଗୁଏଜ୍‌ ବା ସାଙ୍କେତିକ ଭାଷାର ସାହାଯ୍ୟ ନିଅନ୍ତି। ମାତ୍ର ଜୀବନର ଚଲାପଥରେ ଆଗକୁ ବଢିବାରେ ଭାଷା କେବେ ବି ତାଙ୍କର ବାଧକ ହୋଇପାରି ନାହିଁ। ପରିଶ୍ରମ ଓ ଅଧ୍ୟବସାୟ ଫଳରେ ନିଜକୁ ଜଣେ ସଫଳ କ୍ରୀଡ଼ାବିତ୍‌ ଭାବେ ପ୍ରମାଣିତ କରିପାରିଛନ୍ତି। ମାଆ ଜ୍ୟୋତିର୍ମୟୀ ଓ ବାପା ସଞ୍ଜୟଙ୍କ ସାନଝିଅ ଲୋମା ୨୦୦୦ ମସିହାରେ ଜନ୍ମ ହୋଇଥିଲେ। ବୟସ ବଢ଼ିଥିଲେ ମଧ୍ୟ ସେ କଥା କହିପାରି ନ ଥିଲେ। ଏହାକୁ ନେଇ ମା’, ବାପାଙ୍କ ଭିତରେ ଦୁଃଖର କଳାବାଦଲ ଘନେଇ ଆସିଥିଲା। ବନ୍ଧୁ ପରିଜନ, ସାହି ପଡ଼ିଶାଙ୍କ ଟାହି ଟାପରା ଏହି ଦୁଃଖକୁ ବଢାଇ ଦେଇଥିଲା। ମାତ୍ର ସେ ସବୁକୁ ନ ଶୁଣି ସେମାନେ ଝିଅକୁ ଆଗକୁ ବଢିବାକୁ ପ୍ରେରଣା ଦେଇଥିଲେ। ଇତିମଧ୍ୟରେ ଲୋମା ଭୁବନେଶ୍ୱରସ୍ଥିତ ସତ୍ୟଭାମା ଦେବୀ ମୂକବଧିର ମହାବିଦ୍ୟାଳୟରେ ଯୁକ୍ତ୩ ଶେଷ କରିଛନ୍ତି। ସେହିପରି ୭ବର୍ଷ ବୟସରୁ ଜୁଡ଼ୋ ଓ କରାଟେ ଶିକ୍ଷା ଆରମ୍ଭ କରିଥିବାବେଳେ ଏବେ ସେ କରାଟେରେ ବ୍ଲାକ୍‌ ବେଲ୍ଟ ପାଇବା ସହ ପ୍ରଥମେ ରାଜ୍ୟ ଓ ପରେ ୩ଥର ଜାତୀୟସ୍ତରୀୟ ପ୍ରତିଯୋଗିତାରେ ନିଜ କମାଲ୍‌ ଦେଖାଇ ଚାଲିଛନ୍ତି। ସାଉଥ ଏସିଆ କରାଟେ ପ୍ରତିଯୋଗିତାରେ ପୂର୍ବରୁ ରୌପ୍ୟ ପଦକ ପାଇଥିବାବେଳେ ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ଏହାବାଦ୍‌ ସେ ଓପନ କରାଟେ ଏବଂ ଜୁଡୋରେ ମଧ୍ୟ ଏକାଧିକ ପୁରସ୍କାର ଜିତିଛନ୍ତି। ଜୁଡୋ କରାଟେ ଖେଳିବା ସହିତ ସେ ଜଗତ୍‌ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ଜୁନିଅର କ୍ଲର୍କ ଭାବେ କାର୍ଯ୍ୟରତ ଅଛନ୍ତି। ଝିଅର ଏହି ସଫଳତାକୁ ନେଇ ଆମେ ଗର୍ବିତ ମନେ କରୁଥିବା ସଞ୍ଜୟ କହିଛନ୍ତି। ପିଲାଟିବେଳୁ ଝିଅ ପାଇଁ ମା’ ଜ୍ୟୋତିର୍ମୟୀ ବେଶି ପରିଶ୍ରମ କରିଥିଲେ। ତେବେ ଝିଅର ସାଙ୍କେତିକ ଭାଷାକୁ ଆମେ ବୁଝିବାରେ ବେଳେବେଳେ ସମସ୍ୟା ହୁଏ। ମାତ୍ର ସେ ଆମର, ଆଉ ଆମେ ତା’ ମନକଥାକୁ ମନର ଭାଷାରେ ବେଶ୍‌ ବୁଝିଯାଉ ବୋଲି ବାପା ସଞ୍ଜୟ କହିଛନ୍ତି।
ସେହିପରି ଭୁବନେଶ୍ୱର ଉପକଣ୍ଠ ଅଟଳାର ପ୍ରଭାତ ରଞ୍ଜନ ଆଚାର୍ଯ୍ୟ ଓ ସ୍ନେହଲତା ମିଶ୍ରଙ୍କ ସାନଝିଅ ହେଉଛନ୍ତି ଅନୁକ୍ଷା। ବୟସ ୨୪ବର୍ଷ। ହେଲେ ସେ ଜନ୍ମରୁ କଥା କହିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି। ଝିଅର ଭବିଷ୍ୟତକୁ ନେଇ ଚିନ୍ତିତ ମା’ବାପା ପ୍ରଥମେ ତାଙ୍କୁ ସ୍ପିଚ୍‌ ଥେରାପି ଦେବା ଆରମ୍ଭ କରିଥିଲେ। ଧୀରେଧୀରେ ଅନୁକ୍ଷା କିଛି ଶବ୍ଦ ଉଚ୍ଚାରଣ କରିବା ଆରମ୍ଭ କରିଥିଲେ। ମାତ୍ର ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଏକ ଗୋଡ଼ି ପଶି ଯାଇଥିଲା। ଅସ୍ତ୍ରୋପଚାର ପରେ ତାହା ବାହାରି ଥିଲେ ମଧ୍ୟ ସେବେଠାରୁ ତାଙ୍କୁ ଫିଡ୍‌ସ ମାରିବା ଆରମ୍ଭ କରିଥିଲା। ତେଣୁ ସେ ଆଉ ସ୍ପିଚ୍‌ ଥେରାପି ନେଇ ପାରିଲେ ନାହିଁ। ତେବେ ମା’ ବାପାଙ୍କ ସହଯୋଗ ଓ ନିଜର ଅଧ୍ୟବସାୟ ବଳରେ ସେ ପାଠ ପଢାରେ ମନ ଲଗାଇଥିଲେ। ଏଥିସହ ସେ ୨୦୨୦ରେ ଭୁବନେଶ୍ୱରରେ ଆୟୋଜିତ ଏକ ପ୍ରତିଯୋଗିତାରେ ମିସ୍‌ ଓଡ଼ିଶାର ଟାଇଟଲ୍‌ ହାସଲ କଲେ। ପାଠ ସହିତ ସେ ଜାତୀୟସ୍ତରୀୟ ମୂକବଧିର ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ମଧ୍ୟ ସଫଳତା ହାସଲ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ସେ ବେଷ୍ଟ ସ୍ପୋଟର୍‌ସ ଅଫ୍‌ ଦି ଇୟର ଆଓ୍ବାର୍ଡ ପାଇଛନ୍ତି। ଯୁକ୍ତ୩ ପାସ୍‌ କରିବା ପରେ ବେଙ୍ଗାଲୁରୁରେ ବର୍ଷିକିଆ ବିୟୁଟି କୋର୍ସ କରିବା ପରେ ଏବେ ସେ ବିୟୁଟି ପାର୍ଲର କରି ନିଜକୁ ସ୍ବାବଲମ୍ବୀ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ…

ପଛଘୁଞ୍ଚା ଦେଉଛି ଚାଇନା! LAC ନିକଟରେ ସୈନ୍ୟ ମୁତୟନ ହ୍ରାସ କଲା ଚାଇନା

ନୂଆଦିଲ୍ଲୀ,୧୪।୯: ୨୦୨୬ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହେବା ପରେ, ‘ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ’ (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ଦୀର୍ଘ ଦିନ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?