ଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ ପାଇଁ ପଠାଗଲା କାଠ

ଶରଣକୁଳ,୨୧ା୩(ଡି.ଏନ୍‌.ଏ.):ନୟାଗଡ଼ ଜିଲା ପଞ୍ଚରିଡ଼ା ବନାଞ୍ଚଳ ଅନ୍ତର୍ଗତ ଭିକାରିପଡ଼ା ଗଁାରୁୁ ଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ ପାଇଁ ୩ଖଣ୍ଡ ଗଣ୍ଡି କାଠ ସଂଗ୍ରହ କରାଯାଇ ଟ୍ରକ ଯୋଗେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ରଥଖଳାକୁ ପଠାଯାଇଛି। ସୋମବାର ପୂର୍ବାହ୍ନ ୧୦ଟାରେ କୁସୁମୀ ନଦୀ କୂଳରେ ଦେବୋତ୍ତର ବିଭାଗ ଅଧୀନରେ ଥିବା ୨ ଶତାୟୁ ଶିମିଳି ଗଛ ନିକଟରେ ରଥ କାଠ ନିମନ୍ତେ ପୂଜାର୍ଚ୍ଚନା ହୋଇଥିଲା। ଏହାକୁ ପୁରୋହିତ ସୁରେନ୍ଦ୍ର କୁମାର ତ୍ରିପାଠୀ ପୂଜାର୍ଚ୍ଚନା କରିଥିଲେ ା ରଥ ପାଇଁ ଚିହ୍ନଟ ହୋଇଥିବା ଶିମିଳି ଗଛରୁ ୬ଫୁଟ୍‌ ଗୋଲେଇ ଏବଂ ୧୬ ଫୁଟ୍‌ ଲମ୍ବର ୩ଟି ଗଣ୍ଡି ସଂଗ୍ରହ କରାଯାଇଥିଲା। ଲଡ଼ୁବାବା ମନ୍ଦିର ପରିଚାଳକ ସୁବାସ ଚନ୍ଦ୍ର ବରାଳ, ଶରଣକୁଳ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ, ଶୈବ ସେବାୟତ ସଂଘ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର, ପଞ୍ଚରିଡ଼ା ବନାଞ୍ଚଳ ବନପାଳ ସୁମନ୍ତ ପରିଡ଼ା, ଦେବୋତ୍ତର ବିଭାଗର କର୍ମଚାରୀ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ରଥକାଠ ପୂଜାର୍ଚ୍ଚନା କରାଯାଇ ଛେଦନ କରାଯାଇଥିଲା।