ଅଟୋରେ ଚାଲାଣ ହେଉଥିଲା ଶାଳ କାଠ…

ବଲାଙ୍ଗୀର ଅଫିସ,୧୧।୫: ବଲାଙ୍ଗୀର ଜିଲା ପାଟଣାଗଡ଼ ପଥରଚେପା ଆଦର୍ଶ ବିଦ୍ୟାଳୟ ରାସ୍ତାରେ ବନ ବିଭାଗ ଚଢ଼ାଉ କରି ଏକ ଶାଳ କାଠ ବୋଝେଇ ଅଟୋକୁ ଜବତ କରିଛି।
ସୂଚନାଯୋଗ୍ୟ, ରାତିରେ କାଠ ଚୋରା ଚାଲାଣ ହେଉଥିବା ନେଇ ଡିଏଫଓଙ୍କ ପାଖରେ ଅଭିଯୋଗ ହୋଇ ଆସୁଥିଲା। ଖବର ପାଇ ବନ ବିଭାଗ ପକ୍ଷରୁ ଦେଓଗାଁ ବ୍ଲକ ଅନ୍ତର୍ଗତ ପ୍ରତାପପୁରଠାରୁ ବେହେରାପାଲିକୁ ଯାଉଥିବା (ଓଡି ୦୩ ଏଲ୍‌ ୦୦୭୮)ନମ୍ବର ବିଶିଷ୍ଟ ଅଟୋକୁ ଯାଞ୍ଚ କରାଯାଇଥିଲା। ଡିଏଫଓ ନିତୀଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗୀର ରେଞ୍ଜର ଦାୟିତ୍ୱରେ ଥିବା କେଶବ କିଶୋର ନାଏକଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଜବତ ଅଟୋ ବଲାଙ୍ଗୀର ସହରର ତାଲିପାଲିପଡାର ବୋଲି ଜଣାପଡିଛି। ଏହା ସହ ଅଟୋ ଡ୍ରାଇଭର ସିପକ କୁମାର ଖୁଣ୍ଟିଆ ଓରଫ ଲିପୁ(୨୨)ଙ୍କୁ ବନବିଭାଗ କାବୁ କରିବାରେ ସଫଳ ହୋଇଛି। ୫୯ ଖଣ୍ଡ ଶାଳ କାଠ ଜବତ ହୋଇଥିବା ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ବୁଧବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଫରେଷ୍ଟର ବ୍ୟାସଦେବ ସାହୁ ସୂଚନା ଦେଇଛନ୍ତି। ଚଢାଉ ସମୟରେ ଫରେଷ୍ଟର ରଞ୍ଜିତ କୁମ୍ଭାର,ଅଶୋକ ସେଠ୍‌ ଓ ଫାରା ଷ୍ଟାପ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ

ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍‌ ଫାଟି ଯାଇଥିବାରୁ...

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 

ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି...

ବିଦ୍ୟାଳୟ ଆସୁନାହାନ୍ତି ପ୍ରଧାନଶିକ୍ଷକ

ଲାଠୋର, ୧୧ା୪(ଭୁବନେଶ୍ୱର ବାରିକ)ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ ଅଧିନ ବିଜମାଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ପ୍ରଧାନ ଶିକ୍ଷକ...

‘ସାଲୁଜା ଯୁଆଡେ, ଆମେ ସିଆଡେ’

କଣ୍ଟାବାଞ୍ଜି, ୧୦/୪ (ଗୁରୁଦୟାଲ ହଂସ):ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହରିଭବନରେ ମଙ୍ଗଳବାର କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀ...

ଭାଜପାକୁ ବଡ଼ ଝଟ୍‌କା: ଇସ୍ତଫା ଦେଲେ ଟାଣୁଆ ନେତା

ବଲାଙ୍ଗୀର, ୯।୪: ମଙ୍ଗଳବାର ଭାଜପାକୁ ଏକ ବଡ଼ ଝଟ୍‌କା ଲାଗିଛି। ବଲାଙ୍ଗୀର ଜିଲା ପୂର୍ବତନ ଭାଜପା ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri