୩୬ ଘଣ୍ଟା ଆମ୍ବୁଲାନ୍ସ୍‌ରେ ବୁଲିବୁଲି ହସ୍ପିଟାଲ ଦ୍ୱାରରେ ଜୀବନ ହାରିଲେ ୫୨ ବର୍ଷ ବୟସ୍କ ବ୍ୟକ୍ତି

ବେଙ୍ଗାଲୁର, ୩୦।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ବହୁ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟା ନ ଥିବାବେଳେ କେତେକ ହସ୍ପିଟାଲ କରୋନା ସଂକ୍ରମଣ ଭୟରେ ରୋଗୀଙ୍କୁ ଭର୍ତ୍ତି କରିବାକୁ ଭୟ କରୁଛନ୍ତି। ଏହାର ଏକ ସଦସ୍ୟତମ ଘଟଣା ବେଙ୍ଗାଲୁରରେ ଘଟିଛି। ଅଷ୍ଟିନ ସହରର ଏସପି ରୋଡ ନିକଟ ନାଗରାଥପେଟ ଅଞ୍ଚଳରେ ବାସ କରୁଥିବା ଜଣେ ୫୨ ବର୍ଷ ବୟସ୍କ ଜ୍ୱର ହୋଇଥିଲା। ବ୍ୟକ୍ତି ଜଣକ ନିଶ୍ୱାସ ନେବାରେ କଷ୍ଟ ମଧ୍ୟ ଅନୁଭବ କରୁଥିଲେ। ସେ ସ୍ଥାନୀୟ ଭନାର୍ପେଟରେ ପୋଷାକ ବ୍ୟବସାୟ କରନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତିି କରିବା ଲାଗି ପରିବାର ସଦସ୍ୟମାନଙ୍କୁ ପକ୍ଷରୁ ଶନିିବାର ସକାଳୁ ୫୦ ହସ୍ପିଟାଲ ସହିତ ଯୋଗାଯୋଗ କରାଯାଇଥିଲା। ୩୨ ହସ୍ପିଟାଲରେ ଶଯ୍ୟା ଅଭାବ ଥିବା କୁହାଯାଇଥିଲା। ପରିବାର ସଦସ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ୍‌ରେ ନେଇ ୩୬ ଘଣ୍ଟା ଧରି ୧୮ଟି ହସ୍ପିଟାଲ ବୁଲିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିବା ଲାଗି କର୍ତ୍ତୃପକ୍ଷ ରୋକଠୋକ୍‌ ମନା କରିଦେଇଥିଲେ। ଧୀରେଧୀରେ ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟ ଜନକ ହେଉଥିବାବେଳେ ବୋଓ୍ବରିଙ୍ଗ ଏବଂ ଲେଡି କର୍ଜନ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି ଲାଗି ଅନୁମତି ମିଳିଥିଲା। ପରିବାର ସଦସ୍ୟ ଖୁସିରେ ତାଙ୍କୁ ସେଠାକୁ ନେଇ ଯାଇଥିଲେ। ତେବେ ବ୍ୟକ୍ତି ଜଣକ ହସ୍ପିଟାଲ ଦ୍ୱାରରେ ହିଁ ରବିବାର ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ତାଙ୍କ ଭଣଜା କୋହ ଭରା କଣ୍ଠରେ ଘଟଣା ବର୍ଣ୍ଣନା କରିଛନ୍ତି। ବ୍ୟକ୍ତି ଜଣକ ଆମ୍ବୁଲାନ୍ସ୍‌ରେ ବାରମ୍ବାର କହୁଥିଲେ ଯେ, ସେ ନିଶ୍ୱାସ ନେଇ ପାରୁ ନାହାନ୍ତି। ଦୟାକରି ମୋତେ ଘରକୁ ନେଇଯାଅ ଅବା ହସ୍ପିଟାଲରେ ଭର୍ତ୍ତି କର। ମାତ୍ର ପରିବାର ସଦସ୍ୟ କେବଳ ନୀରବ ଦ୍ରଷ୍ଟା ସାଜିଥିଲେ। ବହୁ କଷ୍ଟରେ ତାଙ୍କର ମୃତ୍ୟୁ ଘଟିଥିବା ସେ କହିଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଗୋଡ଼ ଧରିଥିଲେ ମଧ୍ୟ କେହି ଶୁଣି ନ ଥିବା ସେ ପ୍ରକାଶ କରିଛନ୍ତି। ବୋଓ୍ବରିଙ୍ଗ ଏବଂ ଲେଡି କର୍ଜନ ହସ୍ପିଟାଲରେ ବ୍ୟକ୍ତିଙ୍କ ମୃତ ଦେହକୁ ରଖାଯାଇଛି। କୋଭିଡ୍‌-୧୯ ପରୀକ୍ଷା ପରେ ପରିବାର ସଦସ୍ୟଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି କୁହାଯାଉଛି। ଏବେ ଏହି ଘଟଣା ନେଇ ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri