ଆଦରରୁ ଚମତ୍କାର

ଟୋକିଓ ଅଲିମ୍ପିକ୍ସରେ ୧ ଅଗଷ୍ଟରେ ଭାରତର ପୁରୁଷ ହକି ଦଳ ଓ ୨ ତାରିଖରେ ମହିଳା ହକି ଦଳ ସେମି ଫାଇନାଲକୁ ପ୍ରବେଶ କରିବା ପରେ ଦେଶବ୍ୟାପୀ ଖେଳପ୍ରେମୀଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି ହୋଇଛି। ଚଳିତ ଅଲିମ୍ପିକ୍ସରେ ଅଦ୍ୟାବଧି ଭାରତ ଦୁଇଟି ପଦକ ହାସଲ କରିଛି। ମୀରାବାଇ ଚାନୁ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଥିବା ବେଳେ ପି.ଭି. ସିନ୍ଧୁ ମହିଳା ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମହିଳା ବକ୍ସିଂରେ ଲଭଲିନା ବୋରଗୋହାଇନ୍‌ ପଦକ ପାଇବା ସୁନିଶ୍ଚିତ କରିଛନ୍ତି। ଇତିମଧ୍ୟରେ ବକ୍ସିଂରେ ମେରୀକମ୍‌ଙ୍କ ଦୁଃଖଦ ବିଦାୟ ଏବଂ ଓଡ଼ିଶାର ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ସପ୍ତମ ସ୍ଥାନରେ ରହି ଅଲିମ୍ପିକ୍ସରୁ ବିଦାୟ ନେଇଛନ୍ତି। ତେବେ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ମହିଳା ହକି ଟିମ୍‌ ଏବଂ ୪୯ ବର୍ଷ ପରେ ପୁରୁଷ ହକି ଟିମ୍‌ ସେମିଫାଇନାଲକୁ ଉନ୍ନୀତ ହେବା ଏକ ବଡ଼ ସଫଳତା। ପଦକ କଥା ପଛରେ ଥାଉ।
ଭାରତ ପୃଥିବୀର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର। ୧୯୦୦ ମସିହାରୁ ଭାରତ ଅଲିମ୍ପିକ୍ସରେ ଭାଗ ନେଇ ଆସିଥିଲେ ମଧ୍ୟ ଅଦ୍ୟାବଧି ପଦକ ତାଲିକାରେ ଦୁଇଅଙ୍କ ଛୁଇଁପାରି ନାହିଁ। କେବଳ ଦଳଗତ ପ୍ରଦର୍ଶନରେ ଭାରତ ଧ୍ୟାନଚାନ୍ଦଙ୍କ ସମୟକୁ ହିସାବ କଲେ ୭ ଥର ସ୍ବର୍ଣ୍ଣ ପଦକ ପାଇପାରିଛି। ବ୍ୟକ୍ତିଗତ ଇଭେଣ୍ଟରେ ୨୦୦୮ ବେଜିଂ ଅଲିମ୍ପିକ୍ସରେ ୧୦ ମିଟର ଏୟାର ରାଇଫଲ୍ସରେ ଅଭିନବ ବିନ୍ଦ୍ରା ସ୍ବର୍ଣ୍ଣ ପଦକ ଜିତିଥିଲେ। ୧୩୫ କୋଟିରୁ ଊର୍ଦ୍ଧ୍ୱ ଲୋକ ଥିବା ଏକ ଦେଶକୁ ଗୋଟିଏ ସ୍ବର୍ଣ୍ଣ ପଦକ ମିଳିବା ଅସମ୍ଭବ ହୋଇପଡ଼ୁଛି। ଇଥିଓପିଆ ଓ ଲାଟିଭିଆ ଭଳି ଛୋଟିଆ ରାଷ୍ଟ୍ର ପଦକ ତାଲିକାରେ ଭାରତଠାରୁ କାହିଁ କେତେ ଉପରେ ରହିଛନ୍ତି। ୧୨୭ ଜଣ କ୍ରୀଡ଼ାବିତ୍‌ଙ୍କୁ ନେଇ ଯାଇଥିବା ଭାରତୀୟ କଣ୍ଟିଜେଣ୍ଟ ଖେଳ ଶେଷ ସୁଦ୍ଧା କେତେ ପଦକ ହାସଲ କରିବେ ତାହା ଜଣାପଡ଼ିବ। କିନ୍ତୁ ଯାହା ଧାରା ଦେଖାଯାଉଛି ହକି ଟିମ୍‌ ଉପରେ ଦେଶବାସୀଙ୍କ ଅଧିକ ନଜର ରହିବା ସ୍ବାଭାବିକ। ପ୍ରତ୍ୟେକ ଥର ଅଲିମ୍ପିକ୍ସ ଆସିଲେ ଭାରତର ପ୍ରଦର୍ଶନକୁ ନେଇ ବିଭିନ୍ନ ପ୍ରକାର ତର୍ଜମା ହୋଇଥାଏ। ମାତ୍ର ଇଭେଣ୍ଟର ଅବଧି ସରିଗଲେ ସେହି ବିଷୟକୁ ଭାରତବାସୀ ଭୁଲିଯାଆନ୍ତି। ଏଠାରେ ଅଲିମ୍ପିକ୍ସକୁ ଯିବା ବେଳକୁ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିବା ଲାଗି ସରକାରୀ ସ୍ତରରେ ପୁରସ୍କାର ରାଶି ଘୋଷଣା କରାଯାଉଛି। କିନ୍ତୁ ଦେଶର ପ୍ରତ୍ୟେକ ଅଞ୍ଚଳରେ କିଭଳି କ୍ରୀଡ଼ା ଭିତ୍ତିଭୂମି ସହ ଖେଳୁଆଡ଼ ମନୋଭାବରେ ଉନ୍ନତି କରାଯିବ ସେଥିପ୍ରତି ସେଭଳି ଦୃଷ୍ଟିପାତ କରାଯାଉ ନାହିଁ। ସ୍କୁଲରେ ପାଠପଢ଼ାକୁ ଯେଭଳି ଗୁରୁତ୍ୱ ଦିଆଯାଇଥାଏ, କ୍ରୀଡ଼ା ପ୍ରତି ତା’ର କାଣିଚାଏ ଦୃଷ୍ଟି ଦିଆଯାଏ ନାହିଁ। ଭାରତୀୟ ସ୍କୁଲଗୁଡ଼ିକରେ ସପ୍ତାହକୁ ସାଧାରଣରେ ଗୋଟିଏ କିମ୍ବା ଦୁଇଟି କ୍ରୀଡ଼ା ପରିୟଡ୍‌ ରହିଥାଏ। ସେଥିରୁ ପିଲାମାନେ ଯାହା ଶିଖିବା କଥା ତାହା ଅନୁମାନଯୋଗ୍ୟ। ପୃଥିବୀର ଅନ୍ୟାନ୍ୟ ଦେଶରେ ପିଲାଟିଏକୁ ପ୍ରାଥମିକ ଶ୍ରେଣୀ ବେଳୁ କ୍ରୀଡ଼ା ପ୍ରଶିକ୍ଷଣ ଦିଆଯାଇଥାଏ। ହେଲେ ଭାରତରେ ବ୍ୟାୟାମ ଓ ଖେଳକୁ ପାଠ୍ୟପୁସ୍ତକର ପୃଷ୍ଠା ଭିତରେ ସୀମିତ ରଖାଯାଉଛି। ହୁଏତ ସେଥିପାଇଁ ଭାରତୀୟଙ୍କ ସାଧାରଣ ଜୀବନଯାପନରେ କ୍ରୀଡ଼ାର କୌଣସି ଗୁରୁତ୍ୱ ରହୁନାହିଁ।
କ୍ରୀଡ଼ାରେ ଦାରିଦ୍ର୍ୟର ମଧ୍ୟ କୌଣସି ଭୂମିକା ନାହିଁ। ଜାମାଇକା ଭଳି ଗରିବ ଦେଶ ଅନେକ ଉଚ୍ଚକୋଟୀର କ୍ରୀଡ଼ାବିତ୍‌ ସୃଷ୍ଟି କରିପାରିଛି। ଏହା ମଧ୍ୟ ଏକ ତ୍ରୁଟିପୂର୍ଣ୍ଣ ଚିନ୍ତା ଯେ, ସେହି ଦେଶରେ ଗଦାଗଦା ଭିତ୍ତିଭୂମି ସବୁଆଡ଼େ ରହିଛି। ସଫଳତା ସକାଶେ ମୁଖ୍ୟ ଆବଶ୍ୟକତା ହେଉଛି ପ୍ରୋତ୍ସାହନ। ହକି ପରିି ମରିଯାଉଥିବା ଏକ କ୍ରୀଡ଼ାକୁ ଓଡ଼ିଶା ଭଳି ରାଜ୍ୟ ପୁନର୍ଜୀବିତ କରିପାରିଛି। ଦେଶବ୍ୟାପୀ ସମସ୍ତଙ୍କ ଧାରଣା ଯେ, ଓଡ଼ିଶା ଏକ ଗରିବ ରାଜ୍ୟ। ଅଧିକାଂଶ ଶିକ୍ଷିତ ଓଡ଼ିଆ ନିଜ ରାଜ୍ୟକୁ ଘୃଣା ଚକ୍ଷୁରେ ଦେଖନ୍ତି। ‘ବନ୍ଦେ ଉତ୍କଳ ଜନନୀ’ କିମ୍ବା ‘ଜୟ ଜଗନ୍ନାଥ’ ଧ୍ୱନି ହେଉଛି ସେମାନଙ୍କ ପାଇଁ ସବୁଠାରୁ ବଡ଼ ଓଡ଼ିଶା ପ୍ରୀତିର ପ୍ରତୀକ। କିନ୍ତୁ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ସଫଳତା ପ୍ରମାଣ କରୁଛି ଯେ, ସରକାରୀ ସମର୍ଥନ ମିଳିଲେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରିବ। ଏଠାରେ କୁହାଯାଇପାରିବ ଯେ, ୨୦୧୮ରୁ ନବୀନ ପଟ୍ଟନାୟକଙ୍କ ସରକାର ଜାତୀୟ ହକିକୁ କୋଳାଇ ନେବା ପରେ ତାହାର ଉନ୍ନତି ଘଟିଛି। ହକି ପ୍ରତି ହତାଦର କରାଯାଉ ନାହିଁ ବୋଲି ଓଡ଼ିଶା ପ୍ରମାଣ କରିଦେଲା। ପ୍ରୋତ୍ସାହନ ସହିତ ଆଦର ମିଳିଲେ କେଉଁ ପ୍ରକାର ଚମତ୍କାର ହୋଇପାରେ ତାହା ଭାରତର ମହିଳା ଓ ପୁରୁଷ ହକି ଦଳ ଦେଖାଇଦେଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri