ଆଦରରୁ ଚମତ୍କାର

ଟୋକିଓ ଅଲିମ୍ପିକ୍ସରେ ୧ ଅଗଷ୍ଟରେ ଭାରତର ପୁରୁଷ ହକି ଦଳ ଓ ୨ ତାରିଖରେ ମହିଳା ହକି ଦଳ ସେମି ଫାଇନାଲକୁ ପ୍ରବେଶ କରିବା ପରେ ଦେଶବ୍ୟାପୀ ଖେଳପ୍ରେମୀଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି ହୋଇଛି। ଚଳିତ ଅଲିମ୍ପିକ୍ସରେ ଅଦ୍ୟାବଧି ଭାରତ ଦୁଇଟି ପଦକ ହାସଲ କରିଛି। ମୀରାବାଇ ଚାନୁ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଥିବା ବେଳେ ପି.ଭି. ସିନ୍ଧୁ ମହିଳା ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମହିଳା ବକ୍ସିଂରେ ଲଭଲିନା ବୋରଗୋହାଇନ୍‌ ପଦକ ପାଇବା ସୁନିଶ୍ଚିତ କରିଛନ୍ତି। ଇତିମଧ୍ୟରେ ବକ୍ସିଂରେ ମେରୀକମ୍‌ଙ୍କ ଦୁଃଖଦ ବିଦାୟ ଏବଂ ଓଡ଼ିଶାର ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ସପ୍ତମ ସ୍ଥାନରେ ରହି ଅଲିମ୍ପିକ୍ସରୁ ବିଦାୟ ନେଇଛନ୍ତି। ତେବେ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ମହିଳା ହକି ଟିମ୍‌ ଏବଂ ୪୯ ବର୍ଷ ପରେ ପୁରୁଷ ହକି ଟିମ୍‌ ସେମିଫାଇନାଲକୁ ଉନ୍ନୀତ ହେବା ଏକ ବଡ଼ ସଫଳତା। ପଦକ କଥା ପଛରେ ଥାଉ।
ଭାରତ ପୃଥିବୀର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର। ୧୯୦୦ ମସିହାରୁ ଭାରତ ଅଲିମ୍ପିକ୍ସରେ ଭାଗ ନେଇ ଆସିଥିଲେ ମଧ୍ୟ ଅଦ୍ୟାବଧି ପଦକ ତାଲିକାରେ ଦୁଇଅଙ୍କ ଛୁଇଁପାରି ନାହିଁ। କେବଳ ଦଳଗତ ପ୍ରଦର୍ଶନରେ ଭାରତ ଧ୍ୟାନଚାନ୍ଦଙ୍କ ସମୟକୁ ହିସାବ କଲେ ୭ ଥର ସ୍ବର୍ଣ୍ଣ ପଦକ ପାଇପାରିଛି। ବ୍ୟକ୍ତିଗତ ଇଭେଣ୍ଟରେ ୨୦୦୮ ବେଜିଂ ଅଲିମ୍ପିକ୍ସରେ ୧୦ ମିଟର ଏୟାର ରାଇଫଲ୍ସରେ ଅଭିନବ ବିନ୍ଦ୍ରା ସ୍ବର୍ଣ୍ଣ ପଦକ ଜିତିଥିଲେ। ୧୩୫ କୋଟିରୁ ଊର୍ଦ୍ଧ୍ୱ ଲୋକ ଥିବା ଏକ ଦେଶକୁ ଗୋଟିଏ ସ୍ବର୍ଣ୍ଣ ପଦକ ମିଳିବା ଅସମ୍ଭବ ହୋଇପଡ଼ୁଛି। ଇଥିଓପିଆ ଓ ଲାଟିଭିଆ ଭଳି ଛୋଟିଆ ରାଷ୍ଟ୍ର ପଦକ ତାଲିକାରେ ଭାରତଠାରୁ କାହିଁ କେତେ ଉପରେ ରହିଛନ୍ତି। ୧୨୭ ଜଣ କ୍ରୀଡ଼ାବିତ୍‌ଙ୍କୁ ନେଇ ଯାଇଥିବା ଭାରତୀୟ କଣ୍ଟିଜେଣ୍ଟ ଖେଳ ଶେଷ ସୁଦ୍ଧା କେତେ ପଦକ ହାସଲ କରିବେ ତାହା ଜଣାପଡ଼ିବ। କିନ୍ତୁ ଯାହା ଧାରା ଦେଖାଯାଉଛି ହକି ଟିମ୍‌ ଉପରେ ଦେଶବାସୀଙ୍କ ଅଧିକ ନଜର ରହିବା ସ୍ବାଭାବିକ। ପ୍ରତ୍ୟେକ ଥର ଅଲିମ୍ପିକ୍ସ ଆସିଲେ ଭାରତର ପ୍ରଦର୍ଶନକୁ ନେଇ ବିଭିନ୍ନ ପ୍ରକାର ତର୍ଜମା ହୋଇଥାଏ। ମାତ୍ର ଇଭେଣ୍ଟର ଅବଧି ସରିଗଲେ ସେହି ବିଷୟକୁ ଭାରତବାସୀ ଭୁଲିଯାଆନ୍ତି। ଏଠାରେ ଅଲିମ୍ପିକ୍ସକୁ ଯିବା ବେଳକୁ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିବା ଲାଗି ସରକାରୀ ସ୍ତରରେ ପୁରସ୍କାର ରାଶି ଘୋଷଣା କରାଯାଉଛି। କିନ୍ତୁ ଦେଶର ପ୍ରତ୍ୟେକ ଅଞ୍ଚଳରେ କିଭଳି କ୍ରୀଡ଼ା ଭିତ୍ତିଭୂମି ସହ ଖେଳୁଆଡ଼ ମନୋଭାବରେ ଉନ୍ନତି କରାଯିବ ସେଥିପ୍ରତି ସେଭଳି ଦୃଷ୍ଟିପାତ କରାଯାଉ ନାହିଁ। ସ୍କୁଲରେ ପାଠପଢ଼ାକୁ ଯେଭଳି ଗୁରୁତ୍ୱ ଦିଆଯାଇଥାଏ, କ୍ରୀଡ଼ା ପ୍ରତି ତା’ର କାଣିଚାଏ ଦୃଷ୍ଟି ଦିଆଯାଏ ନାହିଁ। ଭାରତୀୟ ସ୍କୁଲଗୁଡ଼ିକରେ ସପ୍ତାହକୁ ସାଧାରଣରେ ଗୋଟିଏ କିମ୍ବା ଦୁଇଟି କ୍ରୀଡ଼ା ପରିୟଡ୍‌ ରହିଥାଏ। ସେଥିରୁ ପିଲାମାନେ ଯାହା ଶିଖିବା କଥା ତାହା ଅନୁମାନଯୋଗ୍ୟ। ପୃଥିବୀର ଅନ୍ୟାନ୍ୟ ଦେଶରେ ପିଲାଟିଏକୁ ପ୍ରାଥମିକ ଶ୍ରେଣୀ ବେଳୁ କ୍ରୀଡ଼ା ପ୍ରଶିକ୍ଷଣ ଦିଆଯାଇଥାଏ। ହେଲେ ଭାରତରେ ବ୍ୟାୟାମ ଓ ଖେଳକୁ ପାଠ୍ୟପୁସ୍ତକର ପୃଷ୍ଠା ଭିତରେ ସୀମିତ ରଖାଯାଉଛି। ହୁଏତ ସେଥିପାଇଁ ଭାରତୀୟଙ୍କ ସାଧାରଣ ଜୀବନଯାପନରେ କ୍ରୀଡ଼ାର କୌଣସି ଗୁରୁତ୍ୱ ରହୁନାହିଁ।
କ୍ରୀଡ଼ାରେ ଦାରିଦ୍ର୍ୟର ମଧ୍ୟ କୌଣସି ଭୂମିକା ନାହିଁ। ଜାମାଇକା ଭଳି ଗରିବ ଦେଶ ଅନେକ ଉଚ୍ଚକୋଟୀର କ୍ରୀଡ଼ାବିତ୍‌ ସୃଷ୍ଟି କରିପାରିଛି। ଏହା ମଧ୍ୟ ଏକ ତ୍ରୁଟିପୂର୍ଣ୍ଣ ଚିନ୍ତା ଯେ, ସେହି ଦେଶରେ ଗଦାଗଦା ଭିତ୍ତିଭୂମି ସବୁଆଡ଼େ ରହିଛି। ସଫଳତା ସକାଶେ ମୁଖ୍ୟ ଆବଶ୍ୟକତା ହେଉଛି ପ୍ରୋତ୍ସାହନ। ହକି ପରିି ମରିଯାଉଥିବା ଏକ କ୍ରୀଡ଼ାକୁ ଓଡ଼ିଶା ଭଳି ରାଜ୍ୟ ପୁନର୍ଜୀବିତ କରିପାରିଛି। ଦେଶବ୍ୟାପୀ ସମସ୍ତଙ୍କ ଧାରଣା ଯେ, ଓଡ଼ିଶା ଏକ ଗରିବ ରାଜ୍ୟ। ଅଧିକାଂଶ ଶିକ୍ଷିତ ଓଡ଼ିଆ ନିଜ ରାଜ୍ୟକୁ ଘୃଣା ଚକ୍ଷୁରେ ଦେଖନ୍ତି। ‘ବନ୍ଦେ ଉତ୍କଳ ଜନନୀ’ କିମ୍ବା ‘ଜୟ ଜଗନ୍ନାଥ’ ଧ୍ୱନି ହେଉଛି ସେମାନଙ୍କ ପାଇଁ ସବୁଠାରୁ ବଡ଼ ଓଡ଼ିଶା ପ୍ରୀତିର ପ୍ରତୀକ। କିନ୍ତୁ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ସଫଳତା ପ୍ରମାଣ କରୁଛି ଯେ, ସରକାରୀ ସମର୍ଥନ ମିଳିଲେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରିବ। ଏଠାରେ କୁହାଯାଇପାରିବ ଯେ, ୨୦୧୮ରୁ ନବୀନ ପଟ୍ଟନାୟକଙ୍କ ସରକାର ଜାତୀୟ ହକିକୁ କୋଳାଇ ନେବା ପରେ ତାହାର ଉନ୍ନତି ଘଟିଛି। ହକି ପ୍ରତି ହତାଦର କରାଯାଉ ନାହିଁ ବୋଲି ଓଡ଼ିଶା ପ୍ରମାଣ କରିଦେଲା। ପ୍ରୋତ୍ସାହନ ସହିତ ଆଦର ମିଳିଲେ କେଉଁ ପ୍ରକାର ଚମତ୍କାର ହୋଇପାରେ ତାହା ଭାରତର ମହିଳା ଓ ପୁରୁଷ ହକି ଦଳ ଦେଖାଇଦେଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri