Posted inଖେଳ

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନକୁ ହରାଇଲା ଭାରତ

ଦୁବାଇ, ୬ା୧୦: ମହିଳା ଟି୨୦ ବିଶ୍ୱକପରେ ପାକିସ୍ତାନକୁ ୬ ଉଇକେଟରେ ହରାଇ ପ୍ରଥମ ବିଜୟ ହାସଲ କରିଛି ଭାରତ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୮ଉଇକେଟ ହରାଇ ୧୦୫ ରନ୍‌ କରିଥିଲା। ଜବାବରେ ଭାରତ ୧୮.୫ ଓଭରରେ ୪ ଉଇକେଟ ହରାଇ ବିଜୟ ହାସଲ କରିଛି।

ଚଳିତ ଟୁର୍ନାମେଣ୍ଟରେ ଦ୍ୱିତୀୟ ମ୍ୟାଚ ଖେଳିଥିବା ଭାରତ ଏହା ସହ ପ୍ରଥମ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୫୮ ରନରେ ଭାରତକୁ ପରାସ୍ତ କରିଥିଲା। ଏହି ବିଜୟ ସହ ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବା ଭାରତ ୨ ମ୍ୟାଚ୍‌ରୁ ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୨ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛି। ଭାରତ ଏହି ମ୍ୟାଚରେ ପୂଜା ବସ୍ତ୍ରକାରଙ୍କ ସ୍ଥାନରେ ସଜୀବନ୍‌ ସଜନାଙ୍କୁ ଖେଳାଇଥିଲା।

ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। ଏସିଆନ୍‌ ଚାମ୍ପିୟନ ଶ୍ରୀଲଙ୍କାକୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତ କରିଥିବା ପାକିସ୍ତାନକୁ ପ୍ରଥମ ଓଭରରେ ଝଟକା ଦେଇଥିଲେ ରେଣୁକା ସିଂ ଠାକୁର। ଗୁଲ ଫିରୋଜାଙ୍କୁ ଖାତା ଖୋଲିବା ଆଗରୁ ସେ ପ୍ୟାଭିଲିୟନ ଫେରାଇଥିଲେ। ମୁନିବା ଅଲୀ ୧୭ ରନ୍‌ କରିଥିଲେ ମଧ୍ୟ ପାକିସ୍ତାନର ରନ୍‌ଗତିକୁ ନିୟନ୍ତ୍ରଣରେ ରଖିଥିଲେ ଭାରତୀୟ ବୋଲର। ଅରୁନ୍ଧତୀ ରେଡ୍ଡୀ ଓ ଶ୍ରେୟଙ୍କା ପାଟିଲ ଚମତ୍କାର ବୋଲିଂ କରିବା ସହ ରନ୍‌ ଗତି ଉପରେ ଅଙ୍କୁଶ ଲଗାଇଥିଲେ।

ପାକିସ୍ତାନ ମଧ୍ୟକ୍ରମରେ ସିଦ୍ରା ଅମିନ(୮), ଓମାଇମା ସୋହେଲ(୩) ଓ ଆଲିୟା ରିଆଜ୍‌(୩) ବିଫଳ ହୋଇଥିଲେ। ତେବେ ଅଭିଜ୍ଞ ନିଦା ଦର ସର୍ବାଧିକ ୨୮ ରନ୍‌ କରିଥିଲେ। ୩୪ ବଲ୍‌ ଖେଳି ସେ ଗୋଟିଏ ଚୌକା ମାରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧିନାୟିକା ଫାତିମା ସାନା ୧୩ ଓ ସୟଦା ଅରୁବା ଶାହ ଅପରାଜିତ ୧୪ ରନ୍‌ କରିବାରୁ ପାକିସ୍ତାନ ୧୦୫ରେ ପହଞ୍ଚିଥିଲା। ଭାରତ ପକ୍ଷରୁ ଅରୁନ୍ଧତୀ ରେଡ୍ଡୀ ୩ ଓ ଶ୍ରେୟଙ୍କା ପାଟିଲ ୨ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଣୁକା, ଦୀପ୍ତି ଶର୍ମା ଓ ଆଶା ଶୋବନା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

୧୦୬ ରନ୍‌ ଲକ୍ଷ୍ୟ ନେଇ ଆରମ୍ଭ କରିଥିବା ଭାରତ ଆକ୍ରମଣାତ୍ମକ ଖେଳିବା ଆଶା କରାଯାଉଥିଲା। ତେବେ ଦୁଇ ଓପନର ସ୍ମୃତି ମାନ୍ଧନା(୭) ଓ ଶେଫାଳି ବର୍ମା(୩୨) ଧିମା ବ୍ୟାଟିଂ କରି ପ୍ରଥମ ଉଇକେଟରେ ୧୮ ରନ୍‌ ଯୋଡିଥିଲେ। ପରେ ଜେମିମା ରୋଡ୍ରିଗୁଏଜ(୨୩) ଓ ଶେଫାଳି ବର୍ମା ତୃତୀୟ ଉଇକେଟରେ ୪୩ ରନ୍‌ ଯୋଡିଥିଲେ। ଜେମିମା ଖାତା ଖୋଲିବା ଆଗରୁ ଲଗାତର ବଲରେ ଆଉଟ ହୋଇଥିଲେ। ଅଧିନାୟିକା ହରମନ୍‌ପ୍ରୀତ୍‌ କୌର ୨୪ ବଳ୍‌ରୁ ୨୯ ରନ୍‌ କରିଥିବା ବେଳେ ରିଟାୟର୍ଡ ହର୍ଟ ହୋଇଥିଲେ।

ବିଜୟ ପାଇଁ ୪ ରନ ଆବଶ୍ୟକ ଥିବା ହରମନଙ୍କ ଗୋଡ ଖସିବା କାରଣରୁ ବେକରେ ଆଘାତ ଲାଗିଥିଲା। ସଜୀବନ୍‌ ସଜନା ପ୍ରଥମ ବଲରେ ଚୌକା ମାରି ମ୍ୟାଚକୁ ଷ୍ଟାଇଲରେ ଶେଷ କରିଥିଲେ। ପାକିସ୍ତାନ ପକ୍ଷରୁ ଫାତିମା ସାନା ୨, ଓମାଇମା ସୋହେଲ ଓ ସାଦିଆ ଇକବାଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଭାରତର ଅରୁନ୍ଧତୀ ରେଡ୍ଡୀଙ୍କୁ ପ୍ଲେୟର ଅଫ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

ମୋହସିନ ନକଭିଙ୍କଠାରୁ ଏସିଆ କପ ଟ୍ରଫି କେବେ ନେବ ଟିମ ଇଣ୍ଡିଆ? BCCI ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୫।୯: ମହିଳା ଏସିଆ କପ ୨୦୨୬ର ଟାଇଟଲ ନିଜ ନାମରେ କରିଛି ଟିମ ଇଣ୍ଡିଆ। ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ଭାରତୀୟ ମହିଳା ଦଳ…

‘ମୋ ପତ୍ନୀ ବି ଚିତ୍କାର କରିବାକୁ ଲାଗିଲେ’, ବୈଭବଙ୍କ ସହ ଏମିତି କ’ଣ ହେଲା? ପ୍ରଶ୍ନ ଉଠାଇଲେ ପୂର୍ବତନ ଖେଳାଳି

ନୂଆଦିଲ୍ଲୀ,୧୫।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ T20 ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ପ୍ରଥମ T20ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନ୍‌ରୁ…

ଭାରତୀୟ କ୍ରିକେଟ ପାଇଁ ସୁନୀଲ ଗାଭାସ୍କରଙ୍କ ବଡ଼ ଅନୁରୋଧ; କଲେ ଏମିତି ଦାବି

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଏକ ସୁବର୍ଣ୍ଣଯୁଗ ଦେଇ ଗତି କରୁଛି ଏବଂ ବିଶ୍ୱ କ୍ରିକେଟରେ ଏହାର ପ୍ରଭାବଶାଳୀ ସ୍ଥିତି ରହିଛି; ତଥାପି, ପୂର୍ବତନ କିମ୍ବଦନ୍ତୀ…

ଦିନକୁ କେତେ କୋଟି ରୋଜଗାର କରନ୍ତି ବୈଭବ? ୧୫ ବର୍ଷର ଷ୍ଟାରଙ୍କ ଆୟ ଜାଣିଲେ ଉଡ଼ିଯିବ ହୋସ!

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟର ଯୁବ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ଏବେ ବିଶ୍ୱ କ୍ରିକେଟର ସବୁଠୁ ଚର୍ଚ୍ଚିତ ଖେଳାଳିଙ୍କ ମଧ୍ୟରେ ଜଣେ। ମାତ୍ର ୧୫ ବର୍ଷ ବୟସରେ ଫ୍ରାଞ୍ଚାଇଜ…

T20Iରେ ସବୁଠୁ ଦ୍ରୁତ ଅର୍ଦ୍ଧଶତକ କାହା ନାଁରେ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ, ବୈଭବ-ଅଭିଷେକଙ୍କ ପାଇଁ ବି ରେକର୍ଡ ଭାଙ୍ଗିବା କଷ୍ଟକର

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟ୍ର ନୂଆ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦେଖି କ୍ରିକେଟ୍‌ପ୍ରେମୀଙ୍କ ମନରେ ଗୋଟିଏ ପ୍ରଶ୍ନT20…

ଭାରତୀୟ ଟିମ ନେଲାନି ଟ୍ରଫି, ଏବେ ନକଭିଙ୍କ ପଦ ଉପରେ ସଙ୍କଟ? BCCI ନେବ…

ନୂଆଦିଲ୍ଲୀ,୧୫।୯: ଏସିଆ କପ ଟ୍ରଫି ପ୍ରେଜେଣ୍ଟେସନ୍‌କୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ମୁଖ୍ୟ ତଥା ଏସିଆନ କ୍ରିକେଟ କାଉନସିଲ (ACC) ଅଧ୍ୟକ୍ଷ ମୋହସିନ ନକଭିଙ୍କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?