Posted inଖେଳ

ମହିଳା ଟି୨୦ ଚ୍ୟାଲେଞ୍ଜ: ସୁପରନୋଭାସ- ଟ୍ରେଲବ୍ଲେଜର୍ସ ଫାଇନାଲ

ଶାରଜା: ଏଠାରେ ଚାଲିଥିବା ମହିଳା ଟି୨୦ ଚ୍ୟାଲେଞ୍ଜରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ସୁପରନୋଭାସ ୨ ରନରେ ଟ୍ରେଲବ୍ଲେଜର୍ସକୁ ପରାସ୍ତ କରିଛି। ଟୁର୍ନାମେଣ୍ଟରେ ଭାଗ ନେଇଥିବା ୩ଟି ଦଳ ଗୋଟିଏ ଲେଖାଏ ବିଜୟ ସହ ୨ ପଏଣ୍ଟ ହାସଲ କରିଛନ୍ତି। ତେବେ ନେଟ୍‌ ରନ୍‌ ରେଟ୍‌ରେ ସୁପରନୋଭାସ ଓ ଟ୍ରେଲବ୍ଲେଜର୍ସ ଫାଇନାଲକୁ ଉଠିଛନ୍ତି। ସୋମବାର ଟାଇଟଲ ପାଇଁ ଏହି ଦୁଇ ଦଳ ମୁକାବିଲାରେ ଅବତୀର୍ଣ୍ଣ ହେବେ। ପ୍ରଥମେ ବ୍ୟାଟିଂ କରି ସୁପରନୋଭାସ ୬ ଉଇକେଟ ୧୪୬ ରନ ସଂଗ୍ରହ କରିଥିଲା। ଜବାବରେ ଟ୍ରେଲବ୍ଲେଜର୍ସ ୫ ଉଇକେଟ ହରାଇ ୧୪୪ ରନରେ ସୀମିତ ରହି ପରାସ୍ତ ହୋଇଥିଲା।
୧୪୭ ରନ ଟାର୍ଗେଟର ପିଛା କରି ଟ୍ରେଲବ୍ଲେଜର୍ସ ଭଲ ଆରମ୍ଭ କରିଥିଲା। ପ୍ରଥମ ଉଇକେଟରେ ଦୁଇ ଓପନର ଡିଏଣ୍ଡ୍ରା ଡଟିନ ଓ ଅଧିନାୟିକା ସ୍ମୃତି ମାନ୍ଧନା ୩୯ ବଲରୁ ୪୪ ରନ ସଂଗ୍ରହ କରିଥିଲେ। ଡଟିନ ୨୭ ରନ (୧୫ ବଲ, ୪ ଚୌକା, ୧ ଛକା) କରି ସାକିରା ସେଲମାନଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟ ହୋଇଥିଲେ। ରିଚା ଘୋଷ ୪ ରନ କରିଥିବା ବେଳେ ସେଲମାନଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହାପରେ ମାନ୍ଧନା ୪ ଚୌକା ଓ ୧ ଛକା ସହ ୪୦ ବଲରୁ ୩୩ ରନ କରି ଅନୁଜାଙ୍କ ଦ୍ୱାରା କଟ୍‌ ଆଣ୍ଡ୍‌ ବୋଲ୍ଡ ହୋଇଥିଲେ। ଡି. ହେମଲତା ୪ ରନ କରିଥିବା ବେଳେ ଉଇକେଟକିପର ତାନିୟା ଭାଟିଆଙ୍କୁ କ୍ୟାଚ୍‌ ଦେଇ ରାଧା ଯାଦବଙ୍କ ଶିକାର ହୋଇଥିଲେ। ତେବେ ଏହାପରେ ଦୀପ୍ତି ଶର୍ମା ଓ ହରଲିନ ଦେଓଲ ପଞ୍ଚମ ଉଇକେଟରେ ୨୯ ବଲରୁ ୫୨ ରନ ସଂଗ୍ରହ କରି ଦଳକୁ ବିଜୟର ଦ୍ୱାରରେ ପହଞ୍ଚାଇଥିଲେ। ଦେଓଲ ୨୭ ରନ (୧୫ ବଲ, ୩ ଚୌକା) ରନକରି ଆଉଟ ହେବା ପରେ ଦଳ ପରାସ୍ତ ହୋଇଥିଲା। ଦୀପ୍ତି ୪୩ ରନକରି ଅପରାଜିତ ରହିଥିଲେ ଦଳକୁ ଜିତାଇପାରି ନ ଥିଲେ। ବୋଲିଂରେ ସୁପରନୋଭାସ ତରଫରୁ ରାଧା ଓ ସେଲମାନ ୨ଟି ଲେଖାଏ ଅନୁଜା ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ସୁପରନୋଭାସ ଜବରଦସ୍ତ ଆରମ୍ଭ କରିଥିଲା। ପ୍ରଥମ ଉଇକେଟରେ ଦୁଇ ଓପନର ପ୍ରିୟା ପୁନିଆ ଓ ଚାମରି ଆଟାପାଟୁ ୭୨ ବଲରୁ ଦ୍ରୁତ ୮୯ ରନ ସଂଗ୍ରହ କରିଥିଲେ। ତେବେ ପୁନିଆ ୩୭ ବଲରୁ ୩ ଚୌକା ସହ ୩୦ ରନ କରି ସଲମାନ ଖାତୁନଙ୍କ ବଲ୍‌ରେ ଲଙ୍ଗ୍‌ଅନ୍‌ରେ ଦୀପ୍ତି ଶର୍ମାଙ୍କୁ କ୍ୟାଚ୍‌ ଦେଇ ପ୍ରଥମେ ଆଉଟ ହୋଇଥିଲେ। ଏହାପରେ ଆଟାପାଟୁ ୫ ଚୌକା ଓ ୪ ଛକା ସହ ୪୮ ବଲରୁ ୬୭ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେ ହରଲିନ୍‌ ଦେଓଲଙ୍କ ବଲ୍‌ରେ ଲଙ୍ଗ୍‌ ଅଫ୍‌ରେ ଡି. ହେମଲତାଙ୍କୁ କ୍ୟାଚ୍‌ ଦେଇଥିଲେ। ଅଧିନାୟିକା ହରମନପ୍ରୀତ ୨୯ବଲରୁ ଗୋଟିଏ ଲେଖାଏ ଚୌକା ଓ ଛକା ସହ ୩୧ ରନକରି ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଥିଲେ। ବୋଲିଂରେ ଟ୍ରେଲବ୍ଲେଜର୍ସ ତରଫରୁ ଅଭିଜ୍ଞ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ, ଖାତୁନ ଓ ହରଲିନ୍‌ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ସୁପରନୋଭାସ ୨୦ ଓଭରରେ ୧୪୬/୬
(ଚାମରି ଆଟାପାଟୁ- ୬୭, ହରମନପ୍ରୀତ- ୩୧, ପୁନିଆ- ୩୦, ଗୋସ୍ବାମୀ- ୧/୧୭, ଖାତୁନ-୧/୨୫, ହରଲିନ୍‌- ୧/୩୪)।
ଟ୍ରେଲବ୍ଲେଜର୍ସ ୨୦ ଓଭରରେ ୧୪୪/୫
(ମାନ୍ଧନା- ୩୩, ଡଟିନ- ୨୭, ଦୀପ୍ତି- ୪୩*, ଦେଓଲ- ୨୭, ସେଲମାନ- ୨/୩୧, ଅନୁଜା- ୧/୧୮, ରାଧା- ୨/୩୦ )


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

T20 World Cup 2026: ସୁପର ୮ରେ ପ୍ରଥମେ କେଉଁ ଟିମ୍‌ ସହ ଖେଳିବ ଟିମ୍‌ ଇଣ୍ଡିଆ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୨: ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହିତ ICC T20 ବିଶ୍ୱକପ 2026ର ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ତା’ର ତୃତୀୟ…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ,୧୭।୨: ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି, ଯେଉଁଥିରେ ୪୩ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି, ପ୍ରାୟ…

ଛାତିଥରା… ପ୍ରେମିକାକୁ ହତ୍ୟା କରି ଯୌନ ସମ୍ପର୍କ ରଖିଲେ ପ୍ରେମିକ, ତନ୍ତ୍ର କରି ଆତ୍ମାକୁ କହିଲେ Sorry

ଭୋପାଳ,୧୭ା୨: ମଧ୍ୟପ୍ରଦେଶର ଇନ୍ଦୋରର ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀଙ୍କ ହତ୍ୟା ମାମଲାରେ, ପୋଲିସ ଅଭିଯୁକ୍ତ ପ୍ରେମିକ ପୀୟୁଷକୁ ମୁମ୍ବାଇରୁ ଗିରଫ କରିଛି ।…

ନାବାଳିକା ବଳାତ୍କାର, ଗର୍ଭପାତ ମାମଲା: ମିଳିଲା ନବଜାତକ

ଯାଜପୁରରୋଡ଼, ୧୭ା୨(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri