Posted inଖେଳ

ମହିଳା ଟି୨୦ ଚ୍ୟାଲେଞ୍ଜ: ସୁପରନୋଭାସ- ଟ୍ରେଲବ୍ଲେଜର୍ସ ଫାଇନାଲ

ଶାରଜା: ଏଠାରେ ଚାଲିଥିବା ମହିଳା ଟି୨୦ ଚ୍ୟାଲେଞ୍ଜରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ସୁପରନୋଭାସ ୨ ରନରେ ଟ୍ରେଲବ୍ଲେଜର୍ସକୁ ପରାସ୍ତ କରିଛି। ଟୁର୍ନାମେଣ୍ଟରେ ଭାଗ ନେଇଥିବା ୩ଟି ଦଳ ଗୋଟିଏ ଲେଖାଏ ବିଜୟ ସହ ୨ ପଏଣ୍ଟ ହାସଲ କରିଛନ୍ତି। ତେବେ ନେଟ୍‌ ରନ୍‌ ରେଟ୍‌ରେ ସୁପରନୋଭାସ ଓ ଟ୍ରେଲବ୍ଲେଜର୍ସ ଫାଇନାଲକୁ ଉଠିଛନ୍ତି। ସୋମବାର ଟାଇଟଲ ପାଇଁ ଏହି ଦୁଇ ଦଳ ମୁକାବିଲାରେ ଅବତୀର୍ଣ୍ଣ ହେବେ। ପ୍ରଥମେ ବ୍ୟାଟିଂ କରି ସୁପରନୋଭାସ ୬ ଉଇକେଟ ୧୪୬ ରନ ସଂଗ୍ରହ କରିଥିଲା। ଜବାବରେ ଟ୍ରେଲବ୍ଲେଜର୍ସ ୫ ଉଇକେଟ ହରାଇ ୧୪୪ ରନରେ ସୀମିତ ରହି ପରାସ୍ତ ହୋଇଥିଲା।
୧୪୭ ରନ ଟାର୍ଗେଟର ପିଛା କରି ଟ୍ରେଲବ୍ଲେଜର୍ସ ଭଲ ଆରମ୍ଭ କରିଥିଲା। ପ୍ରଥମ ଉଇକେଟରେ ଦୁଇ ଓପନର ଡିଏଣ୍ଡ୍ରା ଡଟିନ ଓ ଅଧିନାୟିକା ସ୍ମୃତି ମାନ୍ଧନା ୩୯ ବଲରୁ ୪୪ ରନ ସଂଗ୍ରହ କରିଥିଲେ। ଡଟିନ ୨୭ ରନ (୧୫ ବଲ, ୪ ଚୌକା, ୧ ଛକା) କରି ସାକିରା ସେଲମାନଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟ ହୋଇଥିଲେ। ରିଚା ଘୋଷ ୪ ରନ କରିଥିବା ବେଳେ ସେଲମାନଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହାପରେ ମାନ୍ଧନା ୪ ଚୌକା ଓ ୧ ଛକା ସହ ୪୦ ବଲରୁ ୩୩ ରନ କରି ଅନୁଜାଙ୍କ ଦ୍ୱାରା କଟ୍‌ ଆଣ୍ଡ୍‌ ବୋଲ୍ଡ ହୋଇଥିଲେ। ଡି. ହେମଲତା ୪ ରନ କରିଥିବା ବେଳେ ଉଇକେଟକିପର ତାନିୟା ଭାଟିଆଙ୍କୁ କ୍ୟାଚ୍‌ ଦେଇ ରାଧା ଯାଦବଙ୍କ ଶିକାର ହୋଇଥିଲେ। ତେବେ ଏହାପରେ ଦୀପ୍ତି ଶର୍ମା ଓ ହରଲିନ ଦେଓଲ ପଞ୍ଚମ ଉଇକେଟରେ ୨୯ ବଲରୁ ୫୨ ରନ ସଂଗ୍ରହ କରି ଦଳକୁ ବିଜୟର ଦ୍ୱାରରେ ପହଞ୍ଚାଇଥିଲେ। ଦେଓଲ ୨୭ ରନ (୧୫ ବଲ, ୩ ଚୌକା) ରନକରି ଆଉଟ ହେବା ପରେ ଦଳ ପରାସ୍ତ ହୋଇଥିଲା। ଦୀପ୍ତି ୪୩ ରନକରି ଅପରାଜିତ ରହିଥିଲେ ଦଳକୁ ଜିତାଇପାରି ନ ଥିଲେ। ବୋଲିଂରେ ସୁପରନୋଭାସ ତରଫରୁ ରାଧା ଓ ସେଲମାନ ୨ଟି ଲେଖାଏ ଅନୁଜା ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ସୁପରନୋଭାସ ଜବରଦସ୍ତ ଆରମ୍ଭ କରିଥିଲା। ପ୍ରଥମ ଉଇକେଟରେ ଦୁଇ ଓପନର ପ୍ରିୟା ପୁନିଆ ଓ ଚାମରି ଆଟାପାଟୁ ୭୨ ବଲରୁ ଦ୍ରୁତ ୮୯ ରନ ସଂଗ୍ରହ କରିଥିଲେ। ତେବେ ପୁନିଆ ୩୭ ବଲରୁ ୩ ଚୌକା ସହ ୩୦ ରନ କରି ସଲମାନ ଖାତୁନଙ୍କ ବଲ୍‌ରେ ଲଙ୍ଗ୍‌ଅନ୍‌ରେ ଦୀପ୍ତି ଶର୍ମାଙ୍କୁ କ୍ୟାଚ୍‌ ଦେଇ ପ୍ରଥମେ ଆଉଟ ହୋଇଥିଲେ। ଏହାପରେ ଆଟାପାଟୁ ୫ ଚୌକା ଓ ୪ ଛକା ସହ ୪୮ ବଲରୁ ୬୭ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେ ହରଲିନ୍‌ ଦେଓଲଙ୍କ ବଲ୍‌ରେ ଲଙ୍ଗ୍‌ ଅଫ୍‌ରେ ଡି. ହେମଲତାଙ୍କୁ କ୍ୟାଚ୍‌ ଦେଇଥିଲେ। ଅଧିନାୟିକା ହରମନପ୍ରୀତ ୨୯ବଲରୁ ଗୋଟିଏ ଲେଖାଏ ଚୌକା ଓ ଛକା ସହ ୩୧ ରନକରି ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଥିଲେ। ବୋଲିଂରେ ଟ୍ରେଲବ୍ଲେଜର୍ସ ତରଫରୁ ଅଭିଜ୍ଞ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ, ଖାତୁନ ଓ ହରଲିନ୍‌ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ସୁପରନୋଭାସ ୨୦ ଓଭରରେ ୧୪୬/୬
(ଚାମରି ଆଟାପାଟୁ- ୬୭, ହରମନପ୍ରୀତ- ୩୧, ପୁନିଆ- ୩୦, ଗୋସ୍ବାମୀ- ୧/୧୭, ଖାତୁନ-୧/୨୫, ହରଲିନ୍‌- ୧/୩୪)।
ଟ୍ରେଲବ୍ଲେଜର୍ସ ୨୦ ଓଭରରେ ୧୪୪/୫
(ମାନ୍ଧନା- ୩୩, ଡଟିନ- ୨୭, ଦୀପ୍ତି- ୪୩*, ଦେଓଲ- ୨୭, ସେଲମାନ- ୨/୩୧, ଅନୁଜା- ୧/୧୮, ରାଧା- ୨/୩୦ )


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri