Categories: ଖେଳ

କରୋନା ଆକ୍ରାନ୍ତ ହେଲେ ମହିଳା କ୍ରିକେଟ୍‌ ଟିମ୍‌ ଟ୍ରେନର

ନୂଆଦିଲ୍ଲୀ, ୨୨।୧୦: ମହିଳା ଟି୨୦ ଚ୍ୟାଲେଞ୍ଜ ଟୁର୍ନାମେଣ୍ଟ ପୂର୍ବରୁ ଗୋଟିଏ ଦଳର ଟ୍ରେନର କରୋନା ଆକ୍ରାନ୍ତ ହୋଇଛି। ତାଙ୍କ ନାମ ସାଲିନୀ। ଏହା ଜଣାପଡ଼ିବା ପରେ ଆୟୋଜକଙ୍କ ଚିନ୍ତା ବଢ଼ିଯାଇଛି। ମହିଳା ଟି୨୦ ଚ୍ୟାଲେଞ୍ଜ ସହ ଜଡ଼ିତ ସମସ୍ତ ସଦସ୍ୟଙ୍କୁ ବର୍ତ୍ତମାନ ମୁମ୍ବାଇରେ ବାୟୋ ସିକ୍ୟୁର୍‌ ବବଲ୍‌ରେ କ୍ୱାରାଣ୍ଟାଇନରେ ରଖାଯାଇଛି। କ୍ୱାରାଣ୍ଟାଇନରେ ଥିବା ସମସ୍ତ ଖେଳାଳିଙ୍କର ୩ଥର କରୋନା ଟେଷ୍ଟ ହୋଇଥିଲା। ଯେଉଁଥିରେ ୨ଜଣଙ୍କ କରୋନା ଟେଷ୍ଟ ପଜିଟିଭ ଆସିଥିଲା। ସାଲିନୀଙ୍କ ପୂର୍ବରୁ ଖେଳାଳି ମାନସୀ ଜୋଶୀ କରୋନା ଆକ୍ରାନ୍ତ ହୋଇଥିଲେ। ଉଭୟ ସାଲିନୀ ଓ ମାନସୀଙ୍କୁ ବର୍ତ୍ତମାନ ପ୍ରତିଯୋଗିତାରୁ ବାଦ୍‌ ଦିଆଯାଇଛି। ପ୍ରକାଶଯୋଗ୍ୟ, ନଭେମ୍ବର ୪ରୁ ୟୁଏଇରେ ମହିଳା ଟି୨୦ ଚ୍ୟାଲେଞ୍ଜ ଖେଳାଯିବ। ଏଥିଲାଗି ସୁପର୍‌ନୋଭା, ଭେଲୋସିଟି ଓ ଟ୍ରେଲବ୍ଲେଜର ନାମରେ ୩ଟି ଟିମ୍‌ ପରସ୍ପର ବିପକ୍ଷରେ ମ୍ୟାଚ୍‌ ଖେଳିବେ। ଭାରତୀୟ ମହିଳା କ୍ରିକେଟ୍‌ ଦଳର ୩ ଷ୍ଟାର୍‌ ଖେଳାଳି ହରମନପ୍ରୀତ୍‌ କୌର, ମିଥାଲି ରାଜ ଓ ସ୍ମୃତି ମନ୍ଧାନା ଯଥାକ୍ରମେ ସୁପରନୋଭା, ଭେଲୋସିଟି ଓ ଟ୍ରେଲବ୍ଲେଜର ଦଳର ଅଧିନାୟିକା ନିଯୁକ୍ତ ହୋଇଛନ୍ତି।

Share