Posted inଖେଳ

ମହିଳା ଟି୨୦ ଚ୍ୟାଲେଞ୍ଜ: ଟ୍ରେଲବ୍ଲେଜର୍ସର ସହଜ ବିଜୟ

ଶାରଜା: ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ସୁପରନୋଭାସକୁ ୫ ଉଇକେଟରେ ହରାଇଥିବା ଭେଲୋସିଟି ଗୁରୁବାର ଦ୍ୱିତୀୟ ମ୍ୟାଚରେ ଟ୍ରେଲବ୍ଲେଜର୍ସଠାରୁ ଶୋଚନୀୟ ପରାଜୟ ବରଣ କରିଛି। କେବଳ ସେତିକି ନୁହେଁ ମାତ୍ର ୪୭ ରନରେ ଅଲଆଉଟ ହୋଇଥିବାରୁ ଭେଲୋସିଟିର ରନହାର ମଧ୍ୟ କମିଯାଇଛି। ଅନ୍ୟପକ୍ଷରେ ସହଜ ବିଜୟ ସହ ଟ୍ରେଲ୍‌ବ୍ଲେଜର୍ସ ଫାଇନାଲ ଖେଳିବା ଆଶା ଉଜ୍ଜୀବିତ କରିଛି। ବିଜୟ ଲକ୍ଷ୍ୟକୁ ସ୍ମୃତି ମାନ୍ଧାନାଙ୍କ ଦଳ ୭.୫ ଓଭରରେ ମାତ୍ର ୧ ଉଇକେଟ ହରାଇ ଅତିକ୍ରମ କରି ଯାଇଥିଲା। ଅଧିନାୟିକା ସ୍ମୃତି ୬ ରନ କରି ଆଉଟ ହୋଇଥିବାବେଳେ ଡିଣ୍ଡ୍ରା ଡୋଟିନ ୨୯ ଓ ରିଚା ଘୋଷ ୧୩ ରନରେ ଅପରାଜିତ ରହିଥିଲେ। ଭେଲୋସିଟିର ଲେଗ୍‌ କାସ୍ପେରେକ୍‌ ଏକମାତ୍ର ଉଇକେଟଟି ପାଇଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭେଲୋସିଟି ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୫.୧ ଓଭରରେ ୪୭ ରନରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ଶେଫାଳି ବର୍ମା ସର୍ବାଧିକ ୧୩ ରନ କରିଥିବାବେଳେ ଅଧିନାୟିକା ମିଥାଲି ରାଜଙ୍କ ସମେତ ୮ ଜଣ ବ୍ୟାଟ୍ସଓମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଇଂଲଣ୍ଡ ସ୍ପିନର ସୋଫି ଏକ୍‌ଲେଷ୍ଟୋନ୍‌ ଚମତ୍କାର ବୋଲିଂ କରି ୩.୧ ଓଭରରେ ଗୋଟିଏ ମେଡେନ ନେବାସହ ମାତ୍ର ୯ ରନ ଦେଇ ୪ଟି ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଝୁଲଣ ଗୋସ୍ବାମୀ ଓ ରାଜେଶ୍ୱରୀ ଗାଏକ୍ୱାଡ୍‌ ୨ଟି ଲେଖାଏ ଏବଂ ଦୀପ୍ତି ଶର୍ମା ଗୋଟିଏ ଉଇକେଟ ନେଇଥିଲେ। ଭେଲୋସିଟି ପକ୍ଷରୁ ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ ଏହି ମ୍ୟାଚରେ ପ୍ରତିନିଧିତ୍ୱ କରିଥିଲେ। ବ୍ୟାଟିଂ ସମୟରେ ସେ ମାତ୍ର ଗୋଟିଏ ବଲ୍‌ ଖେଳି ଗାଏକ୍ୱାଡ୍‌ଙ୍କ ବଲ୍‌ରେ ଏଲବିଡବ୍ଲ୍ୟୁ ହୋଇ ଯାଇଥିବାବେଳେ ବୋଲିଂରେ ୧ ଓଭର ବୋଲିଂ ସୁଯୋଗ ପାଇ ୯ ରନ ବ୍ୟୟ କରିଥିଲେ। ପ୍ରଭାବୀ ବୋଲିଂ ପାଇଁ ଏକ୍‌ଲେଷ୍ଟୋନ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ଭେଲୋସିଟି ୧୫.୧ ଓଭରରେ ୪୭/ଅଲଆଉଟ(ଶେଫାଳି-୧୩, ଏକ୍‌ଲେଷ୍ଟୋନ୍‌-୪/୯, ଝୁଲଣ-୨/୧୩, ଗାଏକ୍ୱାଡ-୨/୧୩, ଦୀପ୍ତି-୧/୮)। ଟ୍ରେଲବ୍ଲେଜର୍ସ ୭.୫ ଓଭରରେ ୪୯/୧(ଡୋଟିନ-୨୯*, ରିଚା-୧୩*, କାସ୍ପେରେକ୍‌-୧/୫)।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri