Categories: ଖେଳ

ମହିଳା ଟି -୨୦ ବିଶ୍ୱକପ: ଆର୍ୟରଲ୍ୟାଣ୍ଡକୁ ୧୫୬ ରନ୍‌ ଲକ୍ଷ୍ୟ ଦେଲା ଭାରତ

ନୂଆଦିଲ୍ଲୀ,୨୦।୨: ମହିଳା ଟି -୨୦ ବିଶ୍ୱକପରେ ଭାରତ ଏବଂ ଆର୍ୟରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍‌ ଜାରି ରହିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଟିମ ଇଣ୍ଡିଆ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୫୫ ରନ୍‌ କରିଛି। ତେବେ ଆର୍ୟରଲ୍ୟାଣ୍ଡକୁ ମ୍ୟାଚ୍‌ ଜିତିବା ପାଇଁ ହେଲେ ୧୫୬ ରନ୍‌ କରିବାକୁ ପଡିବ। ଓପନର୍‌ ସ୍ମୃତି ମନ୍ଦାନା ୫୬ ବଲରେ ୮୭ ରନ୍‌ କରିଥିଲେ। ସେହିପରି ଓପନର୍‌ ଶେଫାଳୀ ଭର୍ମା ୨୯ ବଲରେ ୨୪ ରନ୍‌ କରିବାରେ ସଫଳ ହୋଇଥିଲେ।

Share