Posted inଜାତୀୟ

ମହିଳା ସଂରକ୍ଷଣ ବିଲ୍‌: ବିରୋଧ କରିବାରୁ ସମାଜବାଦୀ ଏମପିଙ୍କ କଲର ଧରି ଗୃହରୁ ବାହାର କରିଥିଲେ ମମତା…

ନୂଆଦିଲ୍ଲୀ,୧୯।୯ : ସଂସଦର ସ୍ବତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମଙ୍ଗଳବାର ଲୋକସଭାରେ ମହିଳା ସଂରକ୍ଷଣ ବିଲ ଆଗତ କରିଛନ୍ତି। ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସିଟ ସଂରକ୍ଷଣ କରିବାକୁ ଏହି ବିଲରେ ଏକ ବ୍ୟବସ୍ଥା ରହିଛି। ୧୯୯୮ ମସିହାରେ ଆରଜେଡି ଏବଂ ସମାଜବାଦୀ ପାର୍ଟିର ଏମପିମାନେ ଏହି ବିଲକୁ ଜୋରଦାର ବିରୋଧ କରିଥିଲେ। ହଙ୍ଗାମା କରି ଗୃହ ମଧ୍ୟରେ ଆରଜେଡି ଏମପି ସୁରେନ୍ଦ୍ର ପ୍ରସାଦ ଯାଦବ ଲୋକସଭା ବାଚସ୍ପତି ଜିଏମସି ବାଲାୟୋଗୀଙ୍କ ଠାରୁ ବିଲର କପି ଛଡ଼ାଇ ନେଇଥିଲେ।

ବିଲର କପି ଛିଣ୍ଡାଇ ସେ ଯୁକ୍ତି ବଢ଼ିଥିଲେ ବିଆର ଆମ୍ବେଦକର ତାଙ୍କ ସ୍ବପ୍ନରେ ଆସି ତାଙ୍କୁ ଏହା କରିବାକୁ କହିଥିଲେ।

୧୧ ଡିସେମ୍ବର ୧୯୯୮ ରେ, ମହିଳା ସଂରକ୍ଷଣ ବିଲକୁ ନେଇ ପୁଣି ଥରେ ସମସ୍ତ ଦଳ ମଧ୍ୟରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ସେତେବେଳେ ଏହି ବିଲକୁ ବିରୋଧ କରୁଥିବା ତତ୍କାଳୀନ ସମାଜବାଦୀ ପାର୍ଟି ଏମପି ଦରୋଗା ପ୍ରସାଦ ସରୋଜଙ୍କୁ ତାଙ୍କ କଲର ଧରି ମମତା ବାନାର୍ଜୀ ଗୃହରୁ ବାହାର କରି ଦେଇଥିଲେ।

୨୦୦୪ ରେ, ଆରଜେଡି ଏବଂ ଏସପି ଏମପିମାନେ ଏହି ବିଲକୁ ବିରୋଧ କରିଥିଲେ।

ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏ ସରକାର ମଧ୍ୟ ୧୯୯୮, ୧୯୯୯, ୨୦୦୨ ଏବଂ ୨୦୦୩-୨୦୦୪ ମସିହାରେ ଏହି ବିଲ ପାରିତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ରାଷ୍ଟ୍ରିୟ ଜନତା ଦଳ ଏବଂ ସମାଜବାଦୀ ପାର୍ଟି ଏମପିଙ୍କ କ୍ରମାଗତ ବିରୋଧ ଏହି ବିଲ ପାରିତ ହେବାକୁ ଦେଇ ନ ଥିଲା।

ୟୁପିଏ ସରକାର ମଧ୍ୟ ଏହି ବିଲ ପାରିତ କରିବାକୁ ଚେଷ୍ଟା କରିଥିଲେ।

୨୦୦୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ନେତୃତ୍ୱରେ କ୍ଷମତାକୁ ଆସିଥିବା ୟୁପିଏ ସରକାର ମଧ୍ୟ ଏହି ବିଲ ପାରିତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

୨୦୦୮ ମସିହାରେ, ୟୁପିଏ ସରକାର ୧୦୮ତମ ସାମ୍ବିଧାନିକ ସଂଶୋଧନ ବିଲ ଭାବରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ ଆଗତ କରିଥିଲେ। ୯ ମାର୍ଚ୍ଚ ୨୦୧୦ ରେ ବହୁ ସଂଖ୍ୟାରେ ଏହି ବିଲ ପାରିତ ହୋଇଥିଲା। ଭାଜପା, ବାମପନ୍ଥୀ ଦଳ ଏବଂ ଜେଡିୟୁ ଏହି ବିଲକୁ ସମର୍ଥନ କରିଥିଲେ।

ତେବେ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ ଏହି ବିଲକୁ ବିରୋଧ କରିଥିଲେ। ଉଭୟ ଦଳ ୟୁପିଏର ସହଯୋଗୀ ଥିଲେ। ଏହି କାରଣରୁ ୟୁପିଏ ସରକାର ଲୋକସଭାରେ ଏହି ବିଲ ଉପସ୍ଥାପନ କରି ପାରି ନ ଥିଲେ। କଂଗ୍ରେସ ଭୟ କରିଥିଲା ଯଦି ଲୋକସଭାରେ ଏହି ବିଲ ଆଗତ କରାଯାଏ ତେବେ ସରକାର ସଙ୍କଟରେ ପଡିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri