Posted inଖେଳ

ଓମେନ୍ସ ପ୍ରିମିୟର ଲିଗ୍‌: ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୧୩ା୩: ଓମେନ୍ସ ପ୍ରିମିୟର ଲିଗ୍‌ର ଦ୍ୱିତୀୟ ସଂସ୍କରଣର ଫାଇନାଲରେ ପ୍ରବେଶ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଗୁଜରାଟ ଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍‌କୁ ୭ ଉଇକେଟରେ ଜିତିବା ସହିତ ଦିଲ୍ଲୀ କ୍ୟାପିଟାଲ୍ସ କ୍ରମାଗତ ସିଜନରେ ଫାଇନାଲରେ ପ୍ରବେଶ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୯ ଉଇକେଟରେ ୧୨୬ ରନ୍‌ କରିଥିଲା। ଜବାବରେ କ୍ୟାପିଟାଲ୍ସ ୧୩.୧ ଓଭରରେ ୩ ଉଇକେଟ ହରାଇ ବିଜୟୀ ହୋଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ଜାଏଣ୍ଟ୍ସ ମାରିଜେନ୍‌ କାପ୍‌ଙ୍କ ଘାତକ ବୋଲିଂ ବଳରେ ୧୬ ରନ୍‌ରେ ୩ ଉଇକେଟ ହରାଇଥିଲା। ଗୁଜରାଟ ପକ୍ଷରୁ ଆସ୍‌ଲେ ଗାର୍ଡନର(୧୨) ଓ ଫିବ ଲିଚଫିଲ୍ଡ(୨୧)ଙ୍କ ମଧ୍ୟରେ ୨୩ ରନ୍‌ର ଭାଗୀଦାରି ହୋଇଥିବା ବେଳେ ଉଭୟ ଖେଳାଳିଙ୍କୁ ଆଉଟ କରିଥିଲେ ମିନ୍ନୁ ମଣି। ୪୮ ରନ୍‌ରେ ୫ ଉଇକେଟ ହରାଇବା ପରେ ଭାରତୀ ଫୁଲମାଲି(୪୨) ଓ କ୍ୟାଥରିନ୍‌ ବ୍ରାଇସ୍‌(୨୮*)ଙ୍କ ମଧ୍ୟରେ ହୋଇଥିଲା ୬୮ ରନ୍‌ର ପାର୍ଟନରଶିପ୍‌। ଫୁଲମାଲି ୩୬ ବଲ୍‌ ଖେଳି ୭ ଚୌକା ମାରିଥିଲେ। ଦିଲ୍ଲୀ ପକ୍ଷରୁ ଶିଖା ପାଣ୍ଡେ, ମାରିଜେନ୍‌ କାପ୍‌ ଓ ମିନ୍ନୁ ମଣି ୨ଟି ଲେଖାଏ ଉଇକେଟ ନେଇଥିଲେ।

ଜବାବରେ ଦିଲ୍ଲୀ ପକ୍ଷରୁ ମେଗ୍‌ ଲାନିଙ୍ଗ(୧୮) ଓ ଶେଫାଳି ବର୍ମା ପ୍ରଥମ ଉଇକେଟରେ ୩୧ ରନ୍‌ ଯୋଡିଥିଲେ। ଲାନିଙ୍ଗ ରନ୍‌ଆଉଟ ହୋଇଥିବା ବେଳେ ସମାନ ଓଭରରେ ଖାତା ଖୋଲିବା ଆଗରୁ ଆଲିସ୍‌ କାପ୍‌ସି ମଧ୍ୟ ପ୍ୟାଭିଲିୟନ୍‌ ଫେରିଥିଲେ। ତେବେ ଶେଫାଳି ବର୍ମା ଚମତ୍କାର ଅର୍ଦ୍ଧଶତକ ହାସଲ କରି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ଶେଫାଳି ୩୭ ବଲ୍‌ ଖେଳି ୭ ଚୌକା ଓ ୫ ଛକା ମାରି ୭୧ ରନ କରିଥିଲେ। ଜେମିମା ରୋଡ୍ରିଗୁଏଜ୍‌(୩୮*)ଙ୍କ ସହ ସେ ତୃତୀୟ ଉଇକେଟରେ ୯୪ ରନ୍‌ ଯୋଡିଥିଲେ। ଜେମି ୨୮ ବଲ୍‌ ଖେଳି ୪ ଚୌକା ଓ ୧ ଛକା ମାରିଥିଲେ।

ଗୁଜରାଟ ପକ୍ଷରୁ ତନୁଜା କନଓ୍ବର ଦୁଇଟି ଉଇକେଟ ନେଇଥିଲେ। ଦିଲ୍ଲୀ ଫାଇନାଲରେ ପ୍ରବେଶ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍‌ର ବିଜେତାକୁ ଭେଟିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାଞ୍ଚାଇଜର ବଡ଼ ଘୋଷଣା: ଆଇପିଏଲ୍‌ରେ ଉପଲବ୍ଧ ରହିବେ ଧୋନୀ

ଅହମଦାବାଦ,୨୨ା୨: ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ,…

ଭାରତର ବିଜୟ ଧାରାରେ ଲାଗିଲା ବ୍ରେକ

ଅହମଦାବାଦ,୨୨ା୨: ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଚଳିତ ଟି୨୦ ବିଶ୍ୱକପ୍‌ର  ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୭୬ ରନରେ ଭାରତକୁ ପରାସ୍ତ କରିଛି।…

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ଭାରତ ଆଗରେ ୧୮୮ ରନ୍‌ର ଟାର୍ଗେଟ୍‌ ରଖିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ମ୍ୟାଚ୍‌ରେ  ଭାରତ ଆଗରେ ୧୮୮ ରନ୍‌ର ବିଜୟ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ବଡ଼ ସ୍କୋର ଆଶାରେ ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ଦକ୍ଷିଣ ଆଫ୍ରିକା ନିଷ୍ପତ୍ତି ନେଇଛି।ଅପରିବର୍ତ୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ ଭାରତ। ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତୁ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ୫୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜାଣନ୍ତୁ କିଏ ଦେଲା ମହଙ୍ଗା କାର୍‌…

ପାଟ୍‌ନା,୨୨ା୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ -୨୦୨୬ ଜିତିଥିବା ଭାରତୀୟ ଦଳରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିହାରକୁ ଗର୍ବିତ କରିଥିବା ବୈଭବ…

T20 ବିଶ୍ୱକପରେ ଆଉ ଖେଳିବେନି ଏହି ୭ କିମ୍ବଦନ୍ତୀ, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ଧୀରେ ଧୀରେ ଶେଷ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ସୁପର ୮ ରାଉଣ୍ଡ ଆରମ୍ଭ ହୋଇସାରିଛି। ଏହି ସମୟରେ, ଆମେ ୭ ଷ୍ଟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri