Posted inଖେଳ

‘ମହିଳା ଆଇପିଏଲ୍‌ ଗେମ୍‌ ଚେଞ୍ଜର ହୋଇପାରେ’

ନୂଆଦିଲ୍ଲୀ, ୨୮ା୧୦ (ପି.ଟି.):ମହିଳା କ୍ରିକେଟରଙ୍କ ମ୍ୟାଚ୍‌ ଫି’ ପୁରୁଷଙ୍କ ସହ ସମାନ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଯେଉଁ ନିଷ୍ପତ୍ତି ନେଇଛି ତାହା ସ୍ବାଗତଯୋଗ୍ୟ। ମାର୍ଚ୍ଚରେ ମହିଳା ଆଇପିଏଲ୍‌ରେ ତାହା ପ୍ରତିଫଳିତ ହେବ ବୋଲି ଆଶା କରାଯାଏ। ଏଣିକି ମହିଳା ଖେଳାଳିମାନେ ପ୍ରତିଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ପାଇଁ ୬ ଲକ୍ଷ ଟଙ୍କା ଲେଖାଏ ପାଇବେ। ବର୍ତ୍ତମାନ ସେମାନଙ୍କର ଯାହାଥିଲା ତା’ଠାରୁ ୬ଗୁଣା ଅଧିକ। ଏଣିକି ମହିଳା କ୍ରିକେଟରମାନେ ଏକ ଟେଷ୍ଟ ମ୍ୟାଚ ପିଛା ୧୫ ଲକ୍ଷ ଟଙ୍କା ଲେଖାଏ ପାଇବେ। ପୂର୍ବରୁ ସେମାନେ ଏ ବାବଦରେ ୪ ଲକ୍ଷ ଟଙ୍କା ଲେଖାଏ ପାଉଥିଲେ। ଭାରତରେ ମହିଳା କ୍ରିକେଟ ପ୍ରତି ଲୋକପ୍ରିୟତା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଯଦି ପୁରୁଷ ଓ ମହିଳା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଅବା କେନ୍ଦ୍ରୀୟ ଚୁକ୍ତି କଥା ବିଚାରକୁ ନିଆଯାଏ ତେବେ ସେଥିରେ ଅନେକ ତାରତମ୍ୟ ରହିଛି। ‘ଏ’ କାଟେଗୋରିରେ ଜଣେ ପୁରୁଷ କ୍ରିକେଟର ୫ କୋଟି ଟଙ୍କାର ଚୁକ୍ତି କରୁଥିବା ବେଳେ ସେ କ୍ଷେତ୍ରରେ ମହିଳାଙ୍କର ମାତ୍ର ୫୦ ଲକ୍ଷ ଟଙ୍କା ରହିଛି। ବିସିସିଆଇ ଭବିଷ୍ୟତରେ ଏଥିପ୍ରତି ଧ୍ୟାନ ଦେବ ବୋଲି ଆଶା ପ୍ରକାଶ କରି କହିଛନ୍ତି ପୂର୍ବତନ ଭାରତୀୟ ମହିଳା ପେସ୍‌ ବୋଲର ଅମିତା ଶର୍ମା। ଅମିତା ଦେଶ ପାଇଁ ୫ ଟେଷ୍ଟ,୧୧୬ ଅନ୍ତର୍ଜାତୀୟ ଦିନିକିଆ ଓ ୪୧ ଟି୨୦ ଖେଳିଛନ୍ତି। ମହିଳା କ୍ରିକେଟର ହାତଗଣତି କେତେଜଣ ବର୍ଦ୍ଧିତ ହାରରେ ମ୍ୟାଚ୍‌ ଫି’ ପାଇବେ। ଏକ୍ଷେତ୍ରରେ ପୂର୍ବତନ ଖେଳାଳି ଓ ଅଧିନାୟିକାମାନେ ଆସନ୍ତା ମହିଳା ଆଇପିଏଲ୍‌କୁ ଗେମ୍‌ ଚେଞ୍ଜର ରୂପେ ଦେଖିବାକୁ ଚାହୁଁଛନ୍ତି। ପୁରୁଷ ଓ ମହିଳା ମ୍ୟାଚ ଫି’କୁ ସମାନ କରାଯାଇଥିବାରୁ ବିସିସିଆଇକୁ ବଧେଇ ଜଣାଇଛନ୍ତି ଭାରତୀୟ ମହିଳା କ୍ରିକେଟର ପୂର୍ବତନ ଅଧିନାୟିକା ଡାଏନା ଇଦୁଲ୍‌ଜୀ। ମହିଳା ଆଇପିଏଲ୍‌ ଆସୁଛି। ଏଥିରେ ଜାତୀୟ ଖେଳାଳିଙ୍କ ବ୍ୟତୀତ ବହୁ ଘରୋଇ ଖେଳାଳି ଅଂଶଗ୍ରହଣ କରିବେ। ବହୁ ଖେଳାଳିଙ୍କର ହୁଏତ ଭାଗ୍ୟରେ ପରିବର୍ତ୍ତନ ଘଟିପାରେ। ପାରିଶ୍ରମିକ ବୃଦ୍ଧି ଦ୍ୱାରା ସେମାନଙ୍କଠାରୁ ଅଧିକ ପ୍ରତ୍ୟାଶା ରହିବା ସ୍ବାଭାବିକ। ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ଲାଗି ଚେଷ୍ଟିତ ହେବେ। ମହିଳା ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ଅତି କମ୍‌ରେ ୫ଟି ଦଳ ଭାଗ ନେବେ। ପ୍ରତିଟି ଦଳରେ ୧୮ଜଣ ଲେଖାଏ ଖେଳାଳି ରହିବେ। ତନ୍ମଧ୍ୟରେ ୧୨ ଭାରତୀୟ ଓ ୬ ବିଦେଶୀ ରହିବେ। ମୋଟ ଉପରେ ୬୦ ଜଣ ଘରୋଇ ଖେଳାଳି ଅଂଶଗ୍ରହଣ କରିବେ। ବିସିସିଆଇ ତରଫରୁ ଏ ପର୍ଯ୍ୟନ୍ତ ସର୍ବନିମ୍ନ ବେସ୍‌ ପ୍ରାଇସ୍‌ ଘୋଷଣା କରାଯାଇ ନାହିଁ। କିନ୍ତୁ ଏକ ସିଜନରେ ଜଣେ ଖେଳାଳି ଅତିକମ୍‌ରେ ୫ ଲକ୍ଷ ଟଙ୍କା ଆୟ କରିପାରିବ, ଯଦିଓ ଏହା ଆଇପିଏଲ୍‌ ରାଶି ସହ ତୁଳନୀୟ ନୁହେଁ। ଜଣେ ଘରୋଇ ମହିଳା କ୍ରିକେଟର ୧୦ ହଜାର ଟଙ୍କାରୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରିପାରିବ, ଯାହାକି ବଡ଼ ଫରକ ଆଣିଦେଇପାରିବ। ମହିଳା ଆଇପିଏଲ୍‌ ଗେମ୍‌ ଚେଞ୍ଜର ହେବ ବୋଲି ଅନ୍ୟ ଜଣେ ପୂର୍ବତନ ଅଧିନାୟିକା ଶାନ୍ତା ରଙ୍ଗାସ୍ବାମୀ କହିଛନ୍ତି। ବିସିସିଆଇର ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି ପୂର୍ବତନ ଅଧିନାୟିକା ମିଥାଲି ରାଜ ପ୍ରକାଶ କରିଛନ୍ତି। ମହିଳା କ୍ରିକେଟ ପାଇଁ ଶୁଭ ଲକ୍ଷଣ। ଦେଶରେ ମହିଳା କ୍ରିକେଟରଙ୍କ ସଂଖ୍ୟା ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍‌ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri