Posted inଖେଳ

ମହିଳା ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: ଟପ୍‌ ୨୦ରେ ପୁନମ ରାଉତ

ଦୁବାଇ,୧୭।୩(ପି.ଟି.): ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ସିରିଜରେ ଦମ୍‌ଦାର ପ୍ରଦର୍ଶନ କରି ଭାରତୀୟ ମହିଳା କ୍ରିକେଟର ପୁନମ ରାଉତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍‌ର ଶ୍ରେଷ୍ଠ ୨୦ରେ ସ୍ଥାନ ପାଇଛନ୍ତି। ମଙ୍ଗଳବାର ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ରେ ପୁନମ ବ୍ୟାଟିଂ ତାଲିକାରେ ଉନ୍ନତି କରିଛନ୍ତି। ପୂର୍ବରୁ ସେ କ୍ୟାରିୟର ଶ୍ରେଷ୍ଠ ୧୩ତମ ସ୍ଥାନ ଅଧିକାର କରିଥିଲେ। ତେବେ ଏବେ ସେ ୮ଟି ସ୍ଥାନ ଉପରକୁ ଉଠି ୧୮ତମ ସ୍ଥାନ ଅଧିକାର କରିଛନ୍ତି। ଗତ ୩ଟି ମ୍ୟାଚ୍‌ରେ ସେ ଅପରାଜିତ ୬୨, ୭୭ ଓ ଅପରାଜିତ ୧୦୪ ରନର ଶତକୀୟ ପାଳି ଖେଳିଛନ୍ତି।
ଓପନର ସ୍ମୃତି ମାନ୍ଧନା ପୂର୍ବପରି ୭ମ ସ୍ଥାନରେ ରହି ଶ୍ରେଷ୍ଠ ଭାରତୀୟ ବ୍ୟାଟ୍ସଓମ୍ୟାନ ବିବେଚିତ ହୋଇଛନ୍ତି। ଅଧିନାୟିକା ମିଥାଲି ରାଜ ୯ମ ସ୍ଥାନରେ ରହିଛନ୍ତି। ଉପଅଧିନାୟିକା ହରମନପ୍ରୀତ କୌର ଦୁଇଟି ସ୍ଥାନ ଉପରକୁ ଉଠି ୧୫ତମ ସ୍ଥାନରେ ରହିଛନ୍ତି। ସେହିପରି ବୋଲିଂ ତାଲିକାରେ ହରମନପ୍ରୀତ ୩ଟି ସ୍ଥାନ ଉପରକୁ ଉଠି ୪୯ତମ ସ୍ଥାନ ଅଧିକାର କରିଛନ୍ତି।
ବାମହାତୀ ସ୍ପିନର ରାଜେଶ୍ୱରୀ ଗାଏକ୍ୱାଡ ୪ଟି ସ୍ଥାନ ଉପରକୁ ଉଠି ୧୮ତମ ସ୍ଥାନରେ ରହିଛନ୍ତି। ସେ ଗତ ୩ଟି ମ୍ୟାଚ୍‌ରେ ୫ଟି ଉଇକେଟ ହାସଲ କରିଛନ୍ତି। ସେହିପରି ବ୍ୟାଟିଂ ତାଲିକାରେ ସେ ୫ଟି ସ୍ଥାନ ଉପରକୁ ଉଠି ୭୧ତମ ସ୍ଥାନରେ ରହିଛନ୍ତି। ସୁଷମା ବର୍ମା ବ୍ୟାଟିଂ ତାଲିକାରେ ୩ଟି ସ୍ଥାନ ଉପରକୁ ଉଠି ୮୧ତମ, ମାନସୀ ଜୋଶୀ ବୋଲିଂ ତାଲିକାରେ ୫ଟି ସ୍ଥାନ ଉପରକୁ ଉଠି ୬୪ତମ ସ୍ଥାନ ଅଧିକାର କରିଛନ୍ତି।
ଦକ୍ଷିଣ ଆଫ୍ରିକା ଓପନର ଲିଜେଲ ଲି ୭ଟି ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଗତ ସପ୍ତାହରେ ୩ଟି ମ୍ୟାଚ୍‌ରେ ସେ ୪, ଅପରାଜିତ ୧୩୨ ଓ ୬୯ ରନ ସଂଗ୍ରହ କରିଛନ୍ତି। ଏହା ପୂର୍ବ ସପ୍ତାହରେ ସେ ଭାରତ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୮୩ ରନର ଇନିଂସ ଖେଳି ୧୧ଟି ସ୍ଥାନ ଉପରକୁ ଉଠିଥିଲେ। ଏକମାତ୍ର ଦକ୍ଷିଣ ଆଫ୍ରିକା ବ୍ୟାଟ୍ସଓମ୍ୟାନ ଭାବେ ଲି ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଲଉରା ଗୁଡାଲ ୨୭ଟି ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ୪୮ତମ ସ୍ଥାନ ଅଧିକାର କରିଛନ୍ତି। ଅଫ୍‌ ସ୍ପିନର ନଣ୍ଡୁମିସୋ ଶାଙ୍ଗାସ ୧୮ଟି ସ୍ଥାନ ଉପରକୁ ଉଠି ୬୮ତମ ସ୍ଥାନରେ ରହିଛନ୍ତି। ଆୟାବୋଙ୍ଗା ଖାକା ଗୋଟିଏ ସ୍ଥାନ ଉପରକୁ ଉଠି ବୋଲିଂ ତାଲିକାର ୯ମ ଓ ୨ଟି ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ଟପ୍‌ ୧୦୦ରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri