Posted inଫୁରସତ

ଘରୁ ଆରମ୍ଭ ହେଉ ମହିଳା ସମାନତା

ନାରୀ ଏବଂ ପୁରୁଷ ସମାଜର ବିକାଶ ପାଇଁ ବିଶେଷ ଗୁରୁତ୍ୱବହନ କରିଥାନ୍ତି। ଦୁହିଁଙ୍କ ସମାନତାର ପ୍ରଭାବ ପରିବାରଠାରୁ ଆରମ୍ଭ କରି ସମଗ୍ର ପୃଥିବୀର ବିକାଶ ଧାରାକୁ ପ୍ରତିଫଳିତ କରିଥାଏ। ଭାରତ ସମେତ ପୃଥିବୀର ବହୁ ପ୍ରାଚୀନ ସମାଜ ନାରୀ ପୁରୁଷ ସମାନତାର ଗୁରୁତ୍ୱକୁ ଉପଲବ୍ଧି କରି ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କହିଥିଲେ। ନାରୀ ନିଜ ପସନ୍ଦର ଜୀବନ ସାଥୀ ଚୟନ କରିବା ପାଇଁ ସ୍ବଂୟମ୍ବରର ଆୟୋଜନ ମଧ୍ୟ ହେଉଥିଲା। ଇଜିପ୍ଟର ମହିଳା ଶାସକ କ୍ଲିଓପାଟ୍ରାଙ୍କଠାରୁ ଆରମ୍ଭ କରି ଭାରତରେ ରାଜିଆ ସୁଲତାନା, ମହରାଣୀ ଦୁର୍ଗାବତୀ, ରାଣୀ ଲକ୍ଷ୍ମୀବାଈ, ଅହଲ୍ୟାବାଈ ହୋଲକର, ସାବିତ୍ରୀ ଫୁଲେ ଆଦି ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଅର୍ଥାତ୍‌ ମହିଳା ସମାନତା ବିନା କୌଣସି ପରିବାର, ସମାଜ, ଦେଶ ଅବା ପୃଥିବୀର ବିକାଶ ସ୍ବପ୍ନ ଦେଖିବା କୁହୁଡ଼ି ପହଁରିବା ଭଳି। ତେଣୁ ମହିଳାଙ୍କୁ ସମାନ ଅଧିକାରର ପରମ୍ପରା ପ୍ରତ୍ୟେକ ଘରୁ ଆରମ୍ଭ ହେବା ଜରୁରୀ। ପରବର୍ତ୍ତୀ ସମୟରେ ଏହି ଚିନ୍ତାଧାରା ବିଶ୍ୱବ୍ୟାପୀ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମତ ପୋଷଣ କରିଥାନ୍ତି।
ଆମେରିକାରେ ପୂର୍ବରୁ ମହିଳାଙ୍କୁ ଭୋଟଦାନ କରିବାର ଅଧିକାର ପ୍ରଦାନ କରାଯାଇ ନ ଥିଲା। ତେବେ ୧୯୨୦ରେ ୧୯ ତମ ସମ୍ବିଧାନ ସଂଶୋଧନରେ ମହିଳାଙ୍କ ଭୋଟ ଦାନ ଅଧିକାରକୁ ସ୍ବୀକୃତି ମିଳିଥିଲା। ତତ୍‌କାଳୀନ ବୈଦେଶିକ ସଚିବ ବେନବ୍ରିଜ କୋଲ୍‌ବେ ଆମେରିକୀୟ ମହିଳାମାନଙ୍କୁ ଭୋଟ ଦେବାର ସାମ୍ବିଧାନିକ ଅଧିକାର ପ୍ରଦାନ କରିବା ଲାଗି ଘୋଷଣାନାମାରେ ଦସ୍ତଖତ କରିଥିଲେ। ଏହି ଐତିହାସିକ ଦିନଟିକୁ ସ୍ମରଣୀୟ କରିବା ପାଇଁ ଅଗଷ୍ଟ ୨୬ରେ ମହିଳା ସମାନତା ଦିବସ ପାଳନ ପାଇଁ ୧୯୭୦ ଏବଂ ୧୯୭୧ରେ ଏକ ପ୍ରସ୍ତାବ ଅଣାଯାଇଥିଲା। ପରେ ୧୯୭୩ରେ ଏହାକୁ ନ୍ୟୁୟର୍କ କଂଗ୍ରେସ ପକ୍ଷରୁ ମହିଳା ସମାନତା ଦିବସ ପାଳନ ପାଇଁ ସଂକଳ୍ପ ଗ୍ରହଣ କରାଯାଇଥିଲା। ୧୯୭୨ ରେ, ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ଘୋଷଣାନାମା ୪୧୪୭ ଜାରି କରିଥିଲେ, ଯାହା ଅଗଷ୍ଟ ୨୬କୁ ମହିଳା ସମାନତା ଦିବସ ଭାବରେ ପାଳନ କରିବା ଲାଗି ଉଦ୍ଦିଷ୍ଟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri