ମହିଳାଙ୍କ ନିଷ୍ପତ୍ତି ନେବାର କ୍ଷମତା ହେଉଛି ପ୍ରକୃତ ରୂପାନ୍ତର

ଭୁବନେଶ୍ବର,୧୦ା୧(ବ୍ୟୁରୋ): ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କୁ ଅଧିକ ସଶକ୍ତ ଓ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ସୋମବାର ରାଜ୍ୟ ସରକାର ଅଢ଼େଇ ଲକ୍ଷ ମିଶନ ଶକ୍ତି ଗ୍ରୁପର ବ୍ୟାଙ୍କ ଖାତାକୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି। ୨୦୨୨ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ମହିଳାମାନେ ଯେଉଁ ଋଣ ନେଇଥିଲେ ତାହାର ସୁଧ ସେମାନଙ୍କୁ ଫେରସ୍ତ କରାଯାଇଛି। ମାତ୍ର ୬ ମାସରେ ଏହି ସୁଧ ରିହାତି ଫେରସ୍ତ କରାଯାଇଛି। ଲୋକସେବା ଭବନ କନ୍‌ଭେନଶନ ସେଣ୍ଟରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ମିଶନ ଶକ୍ତି ଗ୍ରୁପକୁ ଚେକ୍‌ ପ୍ରଦାନ କରି ଏହି କାର୍ଯ୍ୟକ୍ରମର

ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଜ୍ୟର ସବୁ ଜିଲା ଓ ବ୍ଲକ୍‌ରୁ ଭିଡିଓ କନଫରେନ୍ସ ଜରିଆରେ ଯୋଡ଼ି ହୋଇଥିବା ମହିଳାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାମାନେ ବର୍ତ୍ତମାନ ଘରର ଚାରି କାନ୍ଥରୁ ବାହାରି ବ୍ୟବସାୟଠାରୁ ଆରମ୍ଭକରି ବିକାଶର ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଉଛନ୍ତି। ମହିଳାଙ୍କ ଏହି ନିଷ୍ପତ୍ତି ନେବାର କ୍ଷମତା ହେଉଛି ପ୍ରକୃତ ରୂପାନ୍ତର। ଆଗାମୀ ଦିନରେ ସେମାନେ ଆହୁରି ବଡ଼ ବଡ଼ ନିଷ୍ପତ୍ତି ନେବାସହ ଓଡ଼ିଶାର ରୂପାନ୍ତରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବେ। ୭୦ ଲକ୍ଷ ମହିଳାଙ୍କ ଏହି ବିରାଟ ଅନୁଷ୍ଠାନ ବର୍ତ୍ତମାନ ଓଡ଼ିଶା ବିକାଶର ନୂଆ ଇତିହାସ ଲେଖୁଛି। ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଜିଲାସ୍ତରୀୟ ଫେଡେରେଶନକୁ ଏକ କୋଟି ଟଙ୍କା ଓ ବ୍ଲକ ଫେଡେରେଶନକୁ ୫୦ ଲକ୍ଷ ଟଙ୍କାର ରିଭଲଭିଂ ଫଣ୍ଡ ଆଦି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳାଙ୍କୁ ଉଦ୍ୟୋଗୀ ଭାବେ ଦେଖିବା। ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ ଓ ୧୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ଯାଜପୁରର ଜିଲାସ୍ତରୀୟ ଫେଡେରେଶନ ଭବନକୁ ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି।
ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଏହି ସାମାଜିକ ଓ ଆର୍ଥିକ ସଶକ୍ତୀକରଣ କାର୍ଯ୍ୟକ୍ରମ ଆଜି ଏକ ବୈପ୍ଳବିକ ଆନ୍ଦୋଳନରେ ପରିଣତ ହୋଇଛି। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇବାର ଯେଉଁ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଛନ୍ତି ତାହା ମହିଳାଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେବ। କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗ କମିଶନର-ତଥା-ଶାସନ ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି, ଆଗରୁ ସୁଧ ରିହାତି ପାଇବା ପାଇଁ ମହିଳାମାନେ ବ୍ୟାଙ୍କକୁ ବାରମ୍ବାର ଯାଉଥିଲେ। ଏବେ ସେ ଅବସ୍ଥା ଆଉ ନାହିଁ। ୫-ଟିରେ ଟେକ୍ନୋଲୋଜି ବ୍ୟବସ୍ଥା କରାଯାଇ ଖୁବଶୀଘ୍ର ସୁଧ ରିହାତି ହିସାବ କରି ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇ ଦିଆଯାଉଛି। ସେମାନଙ୍କ ପାଇଁ ଯେଉଁ ରିଭଲଭିଂ ଫଣ୍ଡ କରାଯାଇଛି, ତାହା ଏକ ମିନି ବ୍ୟାଙ୍କରେ ପରିଣତ ହେବ। ସେମାନେ କେବଳ ପାରମ୍ପରିକ ବ୍ୟବସାୟ ନୁହେଁ, ବିଭିନ୍ନ ଆଧୁନିକ ବ୍ୟାବସାୟ ଯଥା – ଫେଶନ ଡିଜାଇନ, କୃଷି ଉଦ୍ୟୋଗ, ବିଉଟି ଓ ୱେଲନେସ୍‌ ଆଦି ବ୍ୟବସାୟ ଯେପରି କରିପାରିବେ, ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଓଡ଼ିଶା ଜୀବିକା ମିଶନର ସିଇଓ ମାନସୀ ନିମ୍ଭାଲ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ଗୀତା ବସ୍ତିଆ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri