Posted inଖେଳ

ମହିଳା କ୍ରିକେଟ: ଦକ୍ଷିଣ ଆଫ୍ରିକାର ସିରିଜ ବିଜୟ

ଲକ୍ଷ୍ନୌ, ୨୨ା୩ (ପି.ଟି.)- ଭାରତ ବିପକ୍ଷ ଦ୍ୱିତୀୟ ମହିଳା ଟି୨୦ କ୍ରିକେଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୬ଉଇକେଟରେ ବିଜୟ ଲାଭ କରିଛି। ଏଥିସହିତ ଦଳ ୨-୦ରେ ଅଗ୍ରଣୀ ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ କବ୍‌ଜା କରିନେଇଛି। ଅନ୍ତିମ ବଲ୍‌ରେ ଶେଷ ହୋଇଥିବା ଏହି ମ୍ୟାଚରେ ଭାରତର ୧୫୮/୪ ସ୍କୋରକୁ ଭ୍ରମଣକାରୀ ଦଳ ୨୦ ଓଭରରେ ୪ ଉଇକେଟ ବିନିମୟରେ ଅତିକ୍ରମ କରିଯାଇଥିଲା। ଟପ୍‌ ସ୍କୋରର ଓପନର ଲିଜେଲ ଲି ୭୦ ଓ ଲାଉରା ଓଲ୍‌ଭାଡଟ୍‌-୫୩ ରନ କରି ଅପରାଜିତ ରହିଥିଲେ।
ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳର ଓପନର ଶେଫାଳି ବର୍ମା ୪୭ ରନ (୩୧ ବଲ୍‌, ୬ ଚୌକା ଓ ୨ ଛକା) କରିଥିଲେ। ସେ ଓ ହାର୍ଲିନ ଦେଓଲ (୩୧) ତୃତୀୟ ଉଇକେଟରେ ୭୯ରନ ଯୋଗ କରିଥିଲେ। ରିଚା ଘୋଷ ଦଳର ଫିନିଶିଂ ଟଚ୍‌ ଦେଇଥିଲେ। ସେ ୨୬ ବଲରୁ ୪୪ ରନ କରି ଅପରାଜିତ ରହିଥିଲେ, ଯାହାଫଳରେ ଭାରତ ୧୫୦ ଅଙ୍କ ଅତିକ୍ରମ କରିପାରିଥିଲା।
ସଂକ୍ଷିପ୍ତ ସ୍କୋର
ଭାରତୀୟ ମହିଳା ଦଳ: ୨୦ ଓଭରରେ ୧୫୮/୪ (ଶେଫାଳି ବର୍ମା-୪୭, ରିଚା ଘୋଷ-୪୪*, ହାର୍ଲିନ ଦେଓଲ-୩୧; ନନ୍‌କୁଲୁଲେକୋ ମାଲାବା-୧/୨୭)।
ଦକ୍ଷିଣ ଆଫ୍ରିକା ମହିଳା ଦଳ: ୨୦ ଓଭରରେ ୧୫୯/୪ (ଲିଜେଲ ଲି’-୭୦, ଲାଉରା ଓଲ୍‌ଭାଡଟ୍‌-୫୩*; ରାଜେଶ୍ୱରୀ ଗାଏକ୍ୱାଡ-୧/୨୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ବନ୍ଧନରେ ବାନ୍ଧି ହେଲେ ଡବ୍ଲ୍ୟୁଡବ୍ଲ୍ୟୁଇର ଏହି ତାରକା

ଫ୍ଲୋରିଡା, ୧୬।୧୦- ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଲୋକପ୍ରିୟ ଡବ୍ଲ୍ୟୁଡବ୍ଲ୍ୟୁଇର ତାରକା ଜନ୍‌ ସିନା। ଗତ ବୁଧବାର ଆମେରିକାର ଫ୍ଲୋରିଡା ସହରରେ ସେ ତାଙ୍କର ପ୍ରେମିକା...

ଭାରତକୁ ପ୍ରାରମ୍ଭିକ ଝଟ୍‌କା

ମାଞ୍ଚେଷ୍ଟର,୧୦।୭- ୨୪୦ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳକୁ ପ୍ରାରମ୍ଭିକ ଝଟ୍‌କା ଲାଗିଛି। ଫୁଲ ଫର୍ମରେ ଥିବା ରୋହିତ ଶର୍ମା ମାତ୍ର ୧...

ମୃତ୍ୟୁ ଗୁଜବକୁ ଖଣ୍ଡନ କଲେ ଏହି କ୍ରିକେଟର୍‌; କହିଲେ ମୁଁ ବଞ୍ଚତ୍ଛି

ଇସ୍‌ଲାମବାଦ୍‌, ୨୨।୬- ପାକିସ୍ତାନ କ୍ରିକେଟ୍‌ ଦଳର ବାମହାତୀ ଦ୍ରୁତ ବୋଲର ମହମ୍ମଦ ଇର୍ଫାନ କାର୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ନେଇ ଏକ ଖବର ରବିବାର ହଠାତ୍‌...

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ବାବଦକୁ ଦିଆଗଲା ୨.୫ କେଜିର ମାଛ

ନୂଆଦିଲ୍ଲୀ, ୨୧।୯: କୌଣସି ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖେଳାଳିଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ସମୟରେ ଖେଳାଳିଙ୍କୁ ଟ୍ରଫି କିମ୍ବା...

ଜେଲ୍‌ ଗଲେ ଏହି କ୍ରିକେଟର୍‌

ସିଡନୀ,୨।୩: ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଲୁକ ପୋମର୍ସବାକଙ୍କୁ ଅ ଡ୍ରଗ୍ସ ଏବଂ ଚୋରି ମାମଲାରେ ତାଙ୍କୁ ପୋଲିସ ଗିରଫ କରିଛି। ଚଳିତ ବର୍ଷ ଜାନୁୟାରୀ ୨୪ରୁ...

ସ୍ତ୍ରୀ, ଝିଅ ଫଟୋ ଶେୟାର କରି ଭାବପ୍ରବଣ ହେଲେ ବିରାଟ କୋହଲି

ସାରା ବିଶ୍ୱରେ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ। ଏହି ବିଶେଷ ଦିନରେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ମହିଳାମାନଙ୍କୁ...

ସିଜିନ୍‌ର ପ୍ରଥମ ବିଜୟରେ ଆତ୍ମବିଭୋର ମୁମ୍ବାଇ ଅଧିନାୟକ: ବୋଲର୍‌ଙ୍କୁ ନେଇ ଦେଲେ ଏଭଳି ବୟାନ

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍‌ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ବିପକ୍ଷ ମ୍ୟାଚ୍‌ ଜିତିଛି। ସୂର୍ଯ୍ୟକୁମାର ଯାଦବ ଏବଂ ରୋହିତ...

ରାକେଟ୍‌ରେ ଓ୍ବିମ୍ବେଲଡନ କୋର୍ଟ ନଷ୍ଟ କରିଥିବା ଅଭିଯୋଗ: ସେରେନାଙ୍କୁ ଜରିମାନା

ଲଣ୍ଡନ, ୯ା୭- ରାକେଟ୍‌ରେ ଓ୍ବିମ୍ବେଲଡନ କୋର୍ଟ ନଷ୍ଟ କରିଥିବା ଅଭିଯୋଗରେ ସେରେନା ଓ୍ବିଲିୟମ୍ସଙ୍କୁ ୧୦,୦୦୦ ଡଲାର(୭,୯୮୮ ପାଉଣ୍ଡ) ଜରିମାନା କରାଯାଇଛି। ଅଲ୍‌ ଇଂଲଣ୍ଡ କ୍ଲବରେ ଚଳିତ...

Advertisement


Archives

Model This Week

Why Dharitri