ମୟୂରଭଞ୍ଜରେ ମହିଳା କାଡ

ବାରିପଦା ଅଫିସ,୭।୬ ଇତି ମଧ୍ୟରେ ରାଜ୍ୟ ମନ୍ତ୍ରିମଣ୍ଡଳର ପରିବର୍ତ୍ତନ ହୋଇଛି। ମୟୂରଭଞ୍ଜ ଜିଲାରୁ କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରତିନିଧିତ୍ୱ କରୁଥିବା ସୁଦାମ ମାରାଣ୍ଡିଙ୍କୁ ବାଦ୍‌ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି। ବାସନ୍ତୀଙ୍କୁ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମିଳିଛି। ମହିଳା ସଶକ୍ତୀକରଣକୁ ନେଇ ଜିଲାରେ ମହିଳା ସଙ୍ଗଠନ ଓ ଦଳୀୟ ସଙ୍ଗଠନକୁ ମଜବୁତ ଲକ୍ଷ୍ୟ ରଖି ବିଜେଡି ପକ୍ଷରୁ ଆଦିବାସୀ ମହିଳାକାର୍ଡ ଖେଳାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିବାସୀ କାର୍ଡ ପ୍ରଚଳନ ଜୋର ଧରିଥିବା ବେଳେ ଜଣେ ଆଦିବାସୀ ମହିଳାଙ୍କୁ ମନ୍ତ୍ରୀପଦ ମିଳିବା ପରେ ଜିଲାର ବିକାଶ କେତେ ହୋଇପାରୁଛି ତାହାକୁ ନେଇ ଆଲୋଚନା ଚାଲିିଛି। ଅନ୍ୟପକ୍ଷରେ ଜିଲାର ଟାଣୁଆ ନେତା ଭାବେ ପରିଚିତ ସୁଦାମ ମାରାଣ୍ଡିଙ୍କ ସ୍ଥାନରେ ବାସନ୍ତୀଙ୍କୁ ଅବସ୍ଥାପିତ କରିବା ନେଇ ମନ୍ତ୍ରୀପଦ ପ୍ରଭାବଶୂନ୍ୟ ହେବକି ବୋଲି ଚର୍ଚ୍ଚା ଜୋର ଧରିଛି ା
ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଅଭୂତପୂର୍ବ ସଫଳତା ମିଳିଥିଲା। ୫୬ ଜିଲା ପରିଷଦ ଆସନ ମଧ୍ୟରୁ ୫୩ଟି ବିଜେଡି ଖାତାକୁ ଯାଇଥିବା ବେଳେ ମାତ୍ର ତିନୋଟି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ହାତେଇଥିଲା। ସେହିପରି ଜିଲାର ବ୍ଲକ ଅଧ୍ୟକ୍ଷ ଓ ପୌର ପରିଷଦ ନିର୍ବାଚନରେ ବିଜେଡିର ସଫଳତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ତେବେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନରେ ରାଜସ୍ବମନ୍ତ୍ରୀ ଥିବା ସୁଦାମ ମାରାଣ୍ଡିଙ୍କୁ ବାଦ୍‌ ଦିଆଗଲା। ଜଣେ ଲୋକପ୍ରିୟ ଏବଂ ଅଭିଜ୍ଞ ନେତାଙ୍କୁ ବାଦ୍‌ ଦିଆଯିବା ପଛରେ କେଉଁ ଉଦ୍ଦେଶ୍ୟ ରହିଛି ତାହାକୁ ନେଇ ଜିଲାରେ ଚର୍ଚ୍ଚା ବଢ଼ିଛି। ତତ୍‌କାଳୀନ ରାଜସ୍ବ ମନ୍ତ୍ରୀଙ୍କ ଜିଲାରେ ରାଜସ୍ବ ହରିଲୁଟ ଘଟଣାରେ ଏନ୍‌ଜିଟି ଛାଟକୁ ନେଇ ନବୀନ ସୁଦାମଙ୍କୁ ମନ୍ତ୍ରୀପଦରୁ ବିଦା କଲେ ବୋଲି ଆଲୋଚନା ହେଉଛି।
ନବୀନ ସରକାରଙ୍କ ଦୀର୍ଘ ୨୨ବର୍ଷ ଶାସନ କାଳରେ ମୟୂରଭଞ୍ଜ ଜିଲାକୁ ମନ୍ତ୍ରୀପଦ ମିଳିଆସୁଛି ା ମାତ୍ର ଦୀପ ତଳ ଅନ୍ଧାର ସଦୃଶ ଜିଲାରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଜିଲାବାସୀ ସେତେଟା ଖୁସି ନାହାନ୍ତି। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବହୁ ପଦବୀ ଫାଙ୍କା ପଡ଼ିଛି। ବେକାରୀ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ବହୁ ବେକାର ଯୁବତୀ ଯୁବକ କାମଧନ୍ଦା ନ ପାଇ ଦାଦନ ଖଟିବାକୁ ବାହାର ଜିଲା ଓ ରାଜ୍ୟକୁ ଯାଉଛନ୍ତି ା ଏସବୁ ପତି ଧ୍ୟାନ ଦିଆ ନ ଯାଇ ରାଜନୈତିକ ଉଦ୍ଦେଶ୍ୟ ହାସଲ କରିବାକୁ ରାଜ୍ୟ ସରକାର ମନ୍ତ୍ରୀ ପଦ ଦେଇ ଜିଲାବାସୀଙ୍କୁ ଭକୁଆ ବନାଉଛନ୍ତି ବୋଲି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ପ୍ରକାଶ କରିଛନ୍ତି। ତେବେ ସାଙ୍ଗଠନିକ ଦୃଷ୍ଟି କୋଣରୁ ଜିଲା ପରିଷଦ ସଭାପତି ଭାବେ ବାରିପଦା ଉପଖଣ୍ଡରୁ ମନୋନୀତ କରାଯାଇଥିବା ବେଳେ ଜିଲାର କରଞ୍ଜିଆ ଓ ରାଇରଙ୍ଗପୁର ଉପଖଣ୍ଡରେ ସଙ୍ଗଠନକୁ ସୁଦୃଢ କରିବା ପାଇଁ ବିଜେଡି ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି ବୋଲି କେତେକ ଦଳୀୟ ନେତା ନାମ ଗୋପନ ରଖି ପ୍ରକାଶ କରିଛନ୍ତି ା ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲାର ୯ ବିଧାନସଭା ଓ ଗୋଟିଏ ଲୋକସଭା ଆସନକୁ ବିଜେଡି ଅକ୍ତିଆର କରିବାକୁ ନେଇ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ା ଅପରପକ୍ଷରେ ସୁଦାମ ମାରାଣ୍ଡି ମୟୂରଭଞ୍ଜ ଜିଲା ବିଜେଡି ସଭାପତି ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଦଳୀୟ ନେତାମାନେ ଆଲୋଚନା କରୁଛନ୍ତି ା ମନ୍ତ୍ରୀ ପଦ ଥାଇ ମଧ୍ୟ ପଞ୍ଚାୟତ ନିର୍ବାଚନରେ ଅଭୂତପୂର୍ବ ସଫଳତା ହାସଲ କରିଥିବା ଟାଣୁଆ ନେତା ମନ୍ତ୍ରୀ ପଦ ହରାଇବା ପରେ ଦଳର ସାଙ୍ଗଠନିକ ବ୍ୟବସ୍ଥା ମଜବୁତ ହେବ ନା ମହଙ୍ଗା ପଡ଼ିବ ତାହାକୁ ନେଇ ଚର୍ଚ୍ଚା ବଢ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri