ଲିଙ୍ଗଗତ ଅସମାନତା ଯୋଗୁ ସଙ୍କୁଚିତ ହେଉଛି ମହିଳାଙ୍କ ମସ୍ତିଷ୍କ

ଲଣ୍ଡନ, ୧୫ା୫: ଅନେକ ଦେଶରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ବେଶି ପ୍ରାଧାନ୍ୟ ଦିଆଯାଏ। ଘରେ ହେଉ ଅବା ବାହାରେ, ପାଠ ପଢ଼ାଠାରୁ ଆରମ୍ଭ କରି ଚାକିରି କରିବା କ୍ଷେତ୍ରରେ ପୁରୁଷଙ୍କୁ ସବୁଥିରେ ଅଗ୍ରାଧିକାର ଦିଆଯାଏ। ଏହି ଲିଙ୍ଗଗତ ଅସମାନତା କେବଳ ସମାଜକୁ ପ୍ରଭାବିତ କରୁନାହିଁ, ଏହାଦ୍ୱାରା ମହିଳାଙ୍କ ମସ୍ତିଷ୍କ ସଙ୍କୁଚିତ ହେଉଥିବା ଲଣ୍ଡନର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି।
ଲିଙ୍ଗଗତ ଭେଦଭାବ ଅଧିକ ଦେଖାଯାଉଥିବା ଦେଶର ମହିଳାଙ୍କ ମସ୍ତିଷ୍କର ଡାହାଣ ହେମିସ୍ପିୟର ମୋଟେଇ ପୁରୁଷଙ୍କ ତୁଳନାରେ ପତଳା ହୋଇଥିବା ଜଣାପଡ଼ିଛି। ଯେଉଁ ଦେଶରେ ଲିଙ୍ଗଗତ ଅସମାନତା ଅଧିକ ସେ ଦେଶରେ ମହିଳାଙ୍କ ମସ୍ତିଷ୍କର ହେମିସ୍ପିୟର ସେତେ ପତଳା ହୋଇଥିବା ଲକ୍ଷ୍ୟ କରାଯାଇଛି। ଚିନ୍ତା ଓ ଆବେଗ ଯୋଗୁ ମହିଳାଙ୍କ ମସ୍ତିଷ୍କରେ ଏ ପ୍ରକାର ପରିବର୍ତ୍ତନ ଦେଖାଯାଉଥିବା ଅଧ୍ୟୟନର ମୁଖ୍ୟ ଅଥର୍‌ ତଥା ଅକ୍ସଫୋର୍ଡ ୟୁନିଭର୍ସିଟିର ସାକାଟ୍ରି ବିଭାଗ ପ୍ରଫେସର ଡା. ନକୋଲାସ କ୍ରସ୍‌ଲି କହିଛନ୍ତି। ଅଧ୍ୟୟନରେ ଭାରତକୁ ମଧ୍ୟ ସାମିଲ କରାଯାଇଛି। ଅନ୍ୟପକ୍ଷେ ଜନସଚେତନତା ଯୋଗୁ ବିଭିନ୍ନ ସ୍ଥାନରେ ଲିଙ୍ଗଗତ ଅସମାନତା ହ୍ରାସ ପାଇଛି। ଜର୍ନାଲ ପ୍ରୋସିହିଙ୍ଗ୍‌ ଅଫ୍‌ ଦ ନ୍ୟାଶନାଲ ଏକାଡେମି ଅଫ୍‌ ସାଇନ୍ସେସ୍‌ରେ ଅଧ୍ୟୟନର ସବିଶେଷ ତଥ୍ୟ ପ୍ରକାଶ ପାଇଛି।
୧୮ରୁ ୪୦ ବର୍ଷ ବୟସ ବର୍ଗର ୪,୦୭୮ ମହିଳା ଏବଂ ୩,୭୯୮ ପୁରୁଷଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଛି। ବ୍ରିଟେନ, ଚାଇନା, ଆମେରିକା, ଭାରତ, ଦକ୍ଷିଣ ଆଫ୍ରିକା ଆଦି ଦେଶର ଲୋକଙ୍କୁ ଏଥିରେ ସାମିଲ କରାଯାଇଛି। ଚିନ୍ତା କାରଣରୁ ନ୍ୟୁରୋନ୍‌ ସଂଯୋଗ ସବୁ ଦୁର୍ବଳ ହୋଇଯାଇଥିବା ଏମ୍‌ଆର୍‌ଆଇ ଷ୍ଟଡିରୁ ଜଣାପଡ଼ିଥିବା କ୍ରସ୍‌ଲି କହିଛନ୍ତି। ଅନ୍ୟପକ୍ଷେ ଅବସାଦ ଯୋଗୁ ମହିଳାଙ୍କ ମସ୍ତିଷ୍କର ବିକାଶରେ ବାଧା ସୃଷ୍ଟି ହୋଇଥାଏ। ଏଥିଯୋଗୁ ମହିଳାଙ୍କଠାରେ ମସ୍ତିଷ୍କଜନିତ ରୋଗ ବୃଦ୍ଧି ପାଇବାର ଡର ରହିଛି। ଲିଙ୍ଗଗତ ଅସମାନତା ଦ୍ୱାରା ମହିଳାଙ୍କ ମସ୍ତିଷ୍କ ସଙ୍କୁଚିତ ହେବା ଜଣାପଡ଼ିବା ପରେ ଏହା କେଉଁଭଳି ଏବଂ କେବେ ମସ୍ତିଷ୍କକୁ ଅଧିକ ପ୍ରଭାବିତ କରୁଛି ସେ ବିଷୟରେ ଅଧିକ ଅଧ୍ୟୟନ କରାଯିବାର ଆବଶ୍ୟକତା ରହିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri