ଜଳ ପରିଚାଳନାରେ ପ୍ରମୁଖ ଭୂମିକା ନେବେ ମହିଳା

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ରାଜ୍ୟ ଜଳ ସମ୍ପଦ ବିଭାଗ ଏବଂ ୟୁନିସେଫ ମଧ୍ୟରେ ବୁଧବାର ଅପରାହ୍ନରେ ଏକ ବୁଝାମଣାପତ୍ର (ଏମ୍‌ୟୁ) ସ୍ବାକ୍ଷରିତ ହୋଇଛି। ଜଳ ପରିଚାଳନାରେ ବିଭିନ୍ନ ଗୋଷ୍ଠୀଙ୍କୁ ନିୟୋଜିତ କରିବା, ଯନତ୍ଶୀଳ ଓ ବିଜ୍ଞତାର ସହ ଜଳର ସୁବ୍ୟବହାର, ବଣ୍ଟନରେ ସମାନତା, ସଂରକ୍ଷଣ, ପରିଚାଳନାରେ ମହିଳାମାନଙ୍କ ପ୍ରମୁଖ ଭାଗିଦାରିତା ତଥା ପ୍ରମୁଖ ଅଂଶୀଦାରମାନଙ୍କୁ ନେଇ ଜଳସେଚନ ପରିଚାଳନା କରିବା ଏହି ଉଦ୍ୟମର ଲକ୍ଷ୍ୟ ରହିଛି। ୟୁନିସେଫ ସହ ବୁଝାମଣାପତ୍ର ସ୍ବାକ୍ଷର ପରିପ୍ରେକ୍ଷୀରେ ଜଳ ସମ୍ପଦ ବିଭାଗ ସଚିବ ଅନୁ ଗର୍ଗ କହିଲେ ଯେ, ଜଳ ସମ୍ପଦ ବିଭାଗ ପ୍ରଥମ ଥର ଅଧିକ ଗୋଷ୍ଠୀଙ୍କୁ ନିୟୋଜିତ କରି ଜଳ ପରିଚାଳନା, ଜଳ ସଂରକ୍ଷଣ ଓ ଜଳକୁ ପରିଷ୍କାର କରିବା ନେଇ ରହିଥିବା ଏହାର କ୍ଷମତା ନିୟନ୍ତ୍ରଣକୁ କୋହଳ କରୁଛି। ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଆମକୁ କିପରି ଜଳ ପରିଚାଳନା କରିବାକୁ ହେବ ଏବଂ ଏ ସମ୍ପର୍କରେ ରହିଥିବା ପ୍ରମୁଖ ‘ନିରନ୍ତର ବିକାଶଲକ୍ଷ୍ୟ’ ସାଧନ ଯଥା-ସମସ୍ତଙ୍କ ପାଇଁ ନିରାପଦ ପାନୀୟ ଜଳର ସୁବିଧା,ପରିମଳ ଓ ସ୍ବାସ୍ଥ୍ୟ ରକ୍ଷା,ଉନ୍ନତ ଗୁଣାମତ୍କ ଜଳର ଉପଲବ୍ଧତା, ବର୍ଜ୍ୟଜଳର ପ୍ରକ୍ରିୟାକରଣ ଓ ନିରାପଦ ପୁନଃ ବ୍ୟବହାର, ଜଳ ପୁନଃ ବ୍ୟବହାର ଦକ୍ଷତା ବୃଦ୍ଧି, ସମନ୍ବିତ ଜଳ ସମ୍ପଦର ପରିଚାଳନା,ଜଳସମ୍ପର୍କିତ ଭଳି ସଂସ୍ଥାର ସୁରକ୍ଷା ଓ ସଂରକ୍ଷଣ, ଜଳ ଓ ପରିମଳ ପରିଚାଳନାରେ ଦକ୍ଷତା ବୃଦ୍ଧି ନିମନ୍ତେ ସମସ୍ତ ଅଂଶୀଦାରବ୍‌ କାର୍ଯ୍ୟ କରିବା ପାଇଁ ପୁନଶ୍ଟ ଚିନ୍ତା କରିବା ପାଇଁ ବାଧ୍ୟ କରିଛି ବୋଲି ପ୍ରମୁଖ ଶାସନ ସଚିବ କହିଛନ୍ତି। ୟନିସେଫ୍‌ର ମୁଖ୍ୟ କ୍ଷେତ୍ର ଅଧିକାରୀ ମୋନିକା ନେଲସନ ବୁଝାମଣା ପତ୍ରରେ ସ୍ବାକ୍ଷର କରି କହିଲେ ଯେ, ବହୁମାତ୍ରାରେ ସହରୀକରଣ, କୃଷି ପଦ୍ଧତିରେ ପରିବର୍ତ୍ତନ ଏବଂ ଶିଳ୍ପର ବୃଦ୍ଧି ଆମକୁ ନିରନ୍ତର ବିକାଶ ଲକ୍ଷ୍ୟ ସାଧନ ଏବଂ ଜଳ ଓ ଯୋଗାଯୋଗ ପାଇଁ ଅଧିକ ଯୋଜନାବଦ୍ଧ ଓ ତ୍ୱରିତ ବ୍ୟବସ୍ଥାରେ କାର୍ଯ୍ୟ କରିବାକୁ ବାଧ୍ୟ କରାଇଛି। ଏହି ପରିପ୍ରେକ୍ଷୀରେ ୱେବ୍‌ସାଇଟ୍‌ ‘ୟୁଥ୍‌ ଫର୍‌ ୱାଟର’କୁ ପ୍ରମୁଖ ଶାସନ ସଚିବ ଗର୍ଗ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଳ ସମ୍ପଦ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୮ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri