ସୁନା ହାର, କାନଫୁଲ ଲୁଟ୍‌ ପାଇଁ ମହିଳାଙ୍କୁ ଟାର୍ଗେଟ୍‌

ସୋନପୁର,୯।୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରରେ ଗତ କିଛି ଦିନ ହେବ ଛିନ୍‌ତାଇ ବୃଦ୍ଧି ପାଇବାରେ ଲାଗିଛି। ସୁନା ଅଳଙ୍କାର, କାନଫୁଲ ଲୁଟ୍‌ ପାଇଁ ପ୍ରାତଃ ଭ୍ରମଣ ଓ ସାନ୍ଧ୍ୟ ଭ୍ରମଣରେ ଯାଉଥିବା ମହିଳାଙ୍କୁ ଟାର୍ଗେଟ୍‌ କରାଯାଉଛି। ବୁଧବାର ମଧ୍ୟାହ୍ନରେ ଢେରାପଡାର ଭାରତୀ ପଣ୍ଡା ପଡା ରାସ୍ତାରେ ଯାଉଥିବା ସମୟରେ ୨ ଜଣ ଯୁବକ ବାଇକ୍‌ରେ ଆସି ତାଙ୍କ ବେକରୁ ସୁନା ହାର ଛିଣ୍ଡାଇ ନେଇ ଯିବାକୁ ଉଦ୍ୟମ କରିଥିଲେ। ତେବେ ଭାରତୀ ପିନ୍ଧିଥିବା ହାରକୁ ଗୋଟିଏ ହାତରେ ଜୋର କରି ଧରି ନେଇଥିଲେ । ଫଳରେ ଦୁର୍ବୃତ୍ତମାନେ ହାରର ଅଧା ଛିଣ୍ଡାଇ ନେଇ ଯିବାରେ ସକ୍ଷମ ହୋଇଥିଲେ। ସୋନପୁର ପୋଲିସ ଏହି ଘଟଣାର ତଦନ୍ତ ପାଇଁ ସନ୍ଧ୍ୟାରେ ଢେରାପଡା ସ୍ଥିତ ଭାରତୀଙ୍କ ଘରକୁ ଯାଇଥିଲେ। ତଦନ୍ତ ସାରି ପୋଲିସ ଗାଡି ପଡାରୁ ଯିବାର ମାତ୍ର ୫ ମିନିଟ୍‌ ପରେ ବାଇକ୍‌ରେ ୨ ଜଣ ଅଚିହ୍ନା ଯୁବକ ଢେରାପଡା ଆସି ଘର ସମ୍ମୁଖରେ ଛିଡା ହୋଇଥିବା ସୁଜାତା ପାତ୍ରଙ୍କ ସୁନା ହାର ଛିଡାଇ ନେବାକୁ ଉଦ୍ୟମ କରିଥିଲେ। ତେବେ ଲୁଟେରାମାନେ ଏଥିରେ ସଫଳ ହୋଇ ନ ଥିଲେ। ଲୁଟେରା ଦ୍ୱୟ କଳା ପଲ୍‌ସରରେ ଆସିଥିଲେ । ବାଇକ୍‌ ଚଳାଇ ଥିବା ଯୁବକ କଳା ରଙ୍ଗର ବାନିୟନ ପିନ୍ଧିଥିବା ବେଳେ ପଛରେ ବସିଥିବା ଯୁବକ ଜଣକ ଲାଲ ରଙ୍ଗର ଶାର୍ଟ ପିନ୍ଧିଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡିଛି। ପୋଲିସ ଏହି ଘଟଣାରେ କାହାରିକୁ ଗିରଫ କରି ନ ଥିବା ବେଳେ ପଡାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୨ ତାରିଖରେ ସାନ୍ଧ୍ୟ ଭ୍ରମଣରେ ସୁବର୍ଣ୍ଣମେରୁ ରାସ୍ତାରେ ଯାଉଥିବା ବଡବଜାର ଅଞ୍ଚଳର ବୃଦ୍ଧା ମାୟାଦେବୀ ଅଗ୍ରଓ୍ବାଲଙ୍କ ନିକଟରୁ ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ସୁନା ହାର ଛିଣ୍ଡାଇ ନେଇ ଯାଇଥିଲେ।

ସେହିପରି ଅକ୍ଟୋବର ୧୩ ତାରିଖରେ ସୁବର୍ଣ୍ଣପୁର ସହର ବଡବଜାରସ୍ଥିତ ସରାଫ୍‌ ଜୁଏଲର୍ସର ମାଲିକ ବିରଞ୍ଚତ୍ ନାରାୟଣ ସରାଫ୍‌ଙ୍କ ନିକଟରୁ ଟଙ୍କା ଓ ଅଳଙ୍କାର ବ୍ୟାଗ୍‌ ଲୁଟ୍‌ ହୋଇଥିଲା। ରାତିରେ ବିରଞ୍ଚତ୍ ନାରାୟଣ ଦୋକାନ ବନ୍ଦ କରି ଏକ ସ୍କୁଟିରେ ସହର ସ୍ଥିତ ଘୋଡାଘାଟପଡା(ମହାରଣାପଡା) ବାସଭବନକୁ ଯାଉଥିଲେ। ବ୍ୟାଗ୍‌କୁ ଦୁଇ ଗୋଡ ମଝିରେ ରଖିଥିଲେ। ତେବେ ତାଙ୍କୁ ପିଛା କରି ବାଇକ୍‌ରେ ଆସୁଥିବା ଜଣେ ଯୁବକ ଗୋଇଠା ମାରି ଟଙ୍କା ବ୍ୟାଗ୍‌ ଲୁଟି ନେବାରେ ସକ୍ଷମ ହୋଇଥିଲେ। ବ୍ୟାଗ୍‌ରେ ନଗଦ ୬୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ଥିବା ଜୁଏଲାରୀ ମାଲିକ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରି ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତଙ୍କୁ ଠାବ କରି ପାରିନାହିଁ। ସେହିପରି ଗତ ୫ ଦିନ ପୂର୍ବରୁ ଏସ୍‌ପିଙ୍କ ଆବାସିକ କାର୍ଯ୍ୟାଳୟ ପଛପଟେ ମହାନଦୀ କୂଳ ରିଂ ରୋଡରେ ମହିଳାମାନେ ଯାଉଥିବା ସମୟରେ ଦୁର୍ବୃତ୍ତମାନେ ସୁନା ହାର ନେବାକୁ ଉଦ୍ୟମ କରିଥିଲେ। ତେବେ ମହିଳାମାନଙ୍କ ସଂଘବଦ୍ଧ ପ୍ରତିବାଦ ପରେ ସେମାନେ ବାଇକ୍‌ରେ ଫେରାର ହୋଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri