ବିବାହ ବାହାନାରେ ରାଜସ୍ଥାନକୁ ମହିଳା ଚାଲାଣ

ଯାଜପୁର ଅଫିସ,୨୬ା୫: ପ୍ରଶାସନ ଓ ପୋଲିସର ଦୃଷ୍ଟି ଆଢ଼ୁଆଳରେ ବିବାହ ଆଳରେ ଗରିବ ଯୁବତୀ ଓ ମହିଳାମାନଙ୍କୁ ବିଭିନ୍ନ ରାଜ୍ୟକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଅତୀତରେ ଅନେକ ଅଭିଯୋଗ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ବେଳେ ମଙ୍ଗଳବାର ଯାଜପୁର ଜିଲାର ଜଣେ ବିବାହିତା ମହିଳାଙ୍କୁ ସେହିଭଳି ଭାବେ ରାଜସ୍ଥାନକୁ ଚାଲାଣ କରିବାର ଯୋଜନାକୁ ଜଣେ ଆଇନଜୀବୀଙ୍କ ସମୟୋପଯୋଗୀ ପଦକ୍ଷେପ ଯୋଗୁ ଫସର ଫାଟିଛି । ପୋଲିସର ଉଦାସୀନତା କାରଣରୁ ଏହି ଘଟଣା ପଛରେ ଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇ ପାରିନାହିଁ । ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନେ ମଧ୍ୟ ଅନାୟସରେ ଖସିଯିବାରେ ସଫଳ ହୋଇଥିବା ଅଭିଯୋଗ କରିଛନ୍ତି ଚଣ୍ଡିଖୋଲର ବରିଷ୍ଠ ଆଇନଜୀବୀ ଉଦୟନାଥ ସାହୁ ।

ସୂଚନା ଅନୁଯାୟୀ, ଚଣ୍ଡିଖୋଲ କୋର୍ଟରେ କେତେଜଣ ଓଡ଼ିଆ ପୁରୁଷ ଓ ମହିଳାଙ୍କ ସମେତ ଜଣେ ଅଣ ଓଡ଼ିଆ ବ୍ୟକ୍ତିଙ୍କ ଦ୍ବାରା ଏକ ବିବାହ ସମ୍ପର୍କିତ କାଗଜପତ୍ର ପ୍ରସ୍ତୁତ ହେଉଥିବା ଆଇନଜୀବୀ ସାହୁଙ୍କ ନଜରକୁ ଆସିଥିଲା । ସେମାନଙ୍କ ସନ୍ଦେହଜନକ ଚାଲିଚଳନ ଓ କଥାବାର୍ତ୍ତାରୁ ଦଲାଲଙ୍କ ମାଧ୍ୟମରେ ଏହି ବ୍ୟକ୍ତିମାନେ ଏକ ମହିଳା ଚାଲାଣ ର଼୍ୟାକେଟ୍‌ ବୋଲି ଆଇନଜୀବୀ ସାହୁ ଆଶଙ୍କା କରିଥିଲେ । ତେଣୁ ସେ ବ୍ୟକ୍ତିଗତ ଭାବେ ଯାଞ୍ଚ କରିବାରେ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଲିବିଲି ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ରାଜସ୍ଥାନ ରାଜ୍ୟ ଭିଲୱରା ଜିଲା କ୍ରିଷ୍ଣା ନଗର ଅଞ୍ଚଳର ଶ୍ରୀରାମଙ୍କ ୩୫ବର୍ଷୀୟ ପୁଅ କ୍ରିଷ୍ଣା ମୁରାରୀ ମାଲଭ ନାମକ ଯୁବକ ଚଣ୍ଡିଖୋଲ ଅଞ୍ଚଳର ଚଣ୍ଡୀ ମନ୍ଦିରରେ ବିବାହ ସମ୍ପନ୍ନ କରିଥିବା ଦର୍ଶାଇ କେତେଜଣ ଦଲାଲ୍‌ ଜଣେ ନୋଟାରୀଙ୍କ ନିକଟରେ ନାମକୁ ମାତ୍ର ଏକ ଜାଲ ବିବାହ କାଗଜପତ୍ର ପ୍ରସ୍ତୁତ କରି ତାହା ମାଧ୍ୟମରେ ସମ୍ପୃକ୍ତ ମହିଳାଙ୍କ ସମେତ ତାଙ୍କର ଶିଶୁପୁତ୍ରକୁ ବି ରାଜସ୍ଥାନ ଚାଲାଣ କରିବା ପାଇଁ ଯୋଜନା କରିଥିଲେ  ଏଥିପାଇଁ ଜାଲ କାଗଜପତ୍ର ପ୍ରସ୍ତୁତ ଚାଲିଥିବା ଜାଣି ଆଇନଜୀବୀ ସାହୁ ଏ ସଂକ୍ରାନ୍ତରେ ବଡ଼ଚଣା ଏବଂ ବରୀ ରାମଚନ୍ଦ୍ରପୁର ଥାନା ଅଧିକାରୀଦ୍ୱୟଙ୍କ ସମେତ ଜିଲା ଶିଶୁ କଲ୍ୟାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ବଡ଼ଚଣା ଥାନା ଅଧିକାରୀ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀଙ୍କୁ ସେଠାକୁ ପଠାଇବା ସହ ଜିଲା ଶିଶୁ କଲ୍ୟାଣ ଅଧିକାରୀଙ୍କ ସୂଚନା ଆଧାରରେ ସେହି ଶିଶୁଟିକୁ ଉଦ୍ଧାର କରିବାକୁ ପୁନଶ୍ଚ ବଡ଼ଚଣା ଥାନାର ଆଉ ଜଣେ ମହିଳା ସବ୍‌ ଇନ୍ସପେକ୍ଟର ସେଠାରେ ଆସି ପହଞ୍ଚିଲେ । କିନ୍ତୁ ପୋଲିସ ପହଞ୍ଚିବା ଭିତରେ ସେମାନେ କୁଆଡେ ଫେରାର ହୋଇଯାଇଥିଲେ । ତେବେ ବାହା ହେବାକୁ ବର ସାଜି ଆସି ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ପୋଲିସ ଅଧିକାରୀମାନେ ପଚରା ଉଚରା କରିବା ସହ ପ୍ରସ୍ତୁତ ବିବାହ ଓ ଶିଶୁପୁତ୍ର ହସ୍ତାନ୍ତର ସମ୍ପର୍କିତ କାଗଜପତ୍ର ତନଖି କରିଥିଲେ । ଏହାସତ୍ତ୍ୱେ ସମ୍ପୃକ୍ତ ପୋଲିସ ଅଧିକାରୀମାନଙ୍କୁ ଆଇନ୍‌ ବର୍ହିଭୂତ କାର୍ଯ୍ୟ ବୋଲି ପ୍ରତୀୟମାନ ହେଲା ନାହିଁ କିମ୍ବା ଏଥିନେଇ ସେମାନେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରି ପରବର୍ତ୍ତୀ ପଦକ୍ଷେପ ପାଇଁ ପରାମର୍ଶ ଲୋଡ଼ିବାକୁ ଉଚିତ୍‌ ମନେ କଲେ ନାହିଁ । ପ୍ରସ୍ତୁତ ହୋଇଥିବା କାଗଜପତ୍ରରେ ଉଲ୍ଲେଖ କରାଯାଇଛି ଯେ ମହିଳା ଜଣକ ପୂର୍ବରୁ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଭାଟପଡ଼ା ଗ୍ରାମର କୌଣସି ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତାଙ୍କ ଔରସରୁ ସେ ଗର୍ଭବତୀ ହେବା ଭିତରେ ଏହି ଦମ୍ପତିଙ୍କ ମଧ୍ୟରେ କୌଣସି ବିବାଦ କାରଣରୁ ସେ ଶାଶୁଘର ଛାଡ଼ି ବାଲିବିଲିରେ ଥିବା ତାଙ୍କ ବାପଘରେ ଆସି ରହିବା ସମୟରେ ଗତବର୍ଷ ସେପ୍ଟେମ୍ବରରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ତଥାକଥିତ ବିବାହ ସମୟରେ ମହିଳା ଏବଂ କ୍ରିଷ୍ଣା ମୁରାରୀଙ୍କ ପିତାମାତା କିମ୍ବା ସେମାନଙ୍କ କୌଣସି ନିକଟ ସମ୍ପର୍କୀୟ ସେଠାରେ ଉପସ୍ଥିତ ନ ଥିଲେ ା ଏଭଳି ଏକ ସ୍ପର୍ଶକାତର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ମହିଳାଙ୍କ ସହିତ ତାଙ୍କ ଶିଶୁପୁତ୍ରକୁ ସୁରକ୍ଷିତ ଉଦ୍ଧାର କରିବାକୁ ଆଇନଜୀବୀ ସାହୁ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri