ବିବାହ ବାହାନାରେ ରାଜସ୍ଥାନକୁ ମହିଳା ଚାଲାଣ

ଯାଜପୁର ଅଫିସ,୨୬ା୫: ପ୍ରଶାସନ ଓ ପୋଲିସର ଦୃଷ୍ଟି ଆଢ଼ୁଆଳରେ ବିବାହ ଆଳରେ ଗରିବ ଯୁବତୀ ଓ ମହିଳାମାନଙ୍କୁ ବିଭିନ୍ନ ରାଜ୍ୟକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଅତୀତରେ ଅନେକ ଅଭିଯୋଗ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ବେଳେ ମଙ୍ଗଳବାର ଯାଜପୁର ଜିଲାର ଜଣେ ବିବାହିତା ମହିଳାଙ୍କୁ ସେହିଭଳି ଭାବେ ରାଜସ୍ଥାନକୁ ଚାଲାଣ କରିବାର ଯୋଜନାକୁ ଜଣେ ଆଇନଜୀବୀଙ୍କ ସମୟୋପଯୋଗୀ ପଦକ୍ଷେପ ଯୋଗୁ ଫସର ଫାଟିଛି । ପୋଲିସର ଉଦାସୀନତା କାରଣରୁ ଏହି ଘଟଣା ପଛରେ ଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇ ପାରିନାହିଁ । ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନେ ମଧ୍ୟ ଅନାୟସରେ ଖସିଯିବାରେ ସଫଳ ହୋଇଥିବା ଅଭିଯୋଗ କରିଛନ୍ତି ଚଣ୍ଡିଖୋଲର ବରିଷ୍ଠ ଆଇନଜୀବୀ ଉଦୟନାଥ ସାହୁ ।

ସୂଚନା ଅନୁଯାୟୀ, ଚଣ୍ଡିଖୋଲ କୋର୍ଟରେ କେତେଜଣ ଓଡ଼ିଆ ପୁରୁଷ ଓ ମହିଳାଙ୍କ ସମେତ ଜଣେ ଅଣ ଓଡ଼ିଆ ବ୍ୟକ୍ତିଙ୍କ ଦ୍ବାରା ଏକ ବିବାହ ସମ୍ପର୍କିତ କାଗଜପତ୍ର ପ୍ରସ୍ତୁତ ହେଉଥିବା ଆଇନଜୀବୀ ସାହୁଙ୍କ ନଜରକୁ ଆସିଥିଲା । ସେମାନଙ୍କ ସନ୍ଦେହଜନକ ଚାଲିଚଳନ ଓ କଥାବାର୍ତ୍ତାରୁ ଦଲାଲଙ୍କ ମାଧ୍ୟମରେ ଏହି ବ୍ୟକ୍ତିମାନେ ଏକ ମହିଳା ଚାଲାଣ ର଼୍ୟାକେଟ୍‌ ବୋଲି ଆଇନଜୀବୀ ସାହୁ ଆଶଙ୍କା କରିଥିଲେ । ତେଣୁ ସେ ବ୍ୟକ୍ତିଗତ ଭାବେ ଯାଞ୍ଚ କରିବାରେ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଲିବିଲି ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ରାଜସ୍ଥାନ ରାଜ୍ୟ ଭିଲୱରା ଜିଲା କ୍ରିଷ୍ଣା ନଗର ଅଞ୍ଚଳର ଶ୍ରୀରାମଙ୍କ ୩୫ବର୍ଷୀୟ ପୁଅ କ୍ରିଷ୍ଣା ମୁରାରୀ ମାଲଭ ନାମକ ଯୁବକ ଚଣ୍ଡିଖୋଲ ଅଞ୍ଚଳର ଚଣ୍ଡୀ ମନ୍ଦିରରେ ବିବାହ ସମ୍ପନ୍ନ କରିଥିବା ଦର୍ଶାଇ କେତେଜଣ ଦଲାଲ୍‌ ଜଣେ ନୋଟାରୀଙ୍କ ନିକଟରେ ନାମକୁ ମାତ୍ର ଏକ ଜାଲ ବିବାହ କାଗଜପତ୍ର ପ୍ରସ୍ତୁତ କରି ତାହା ମାଧ୍ୟମରେ ସମ୍ପୃକ୍ତ ମହିଳାଙ୍କ ସମେତ ତାଙ୍କର ଶିଶୁପୁତ୍ରକୁ ବି ରାଜସ୍ଥାନ ଚାଲାଣ କରିବା ପାଇଁ ଯୋଜନା କରିଥିଲେ  ଏଥିପାଇଁ ଜାଲ କାଗଜପତ୍ର ପ୍ରସ୍ତୁତ ଚାଲିଥିବା ଜାଣି ଆଇନଜୀବୀ ସାହୁ ଏ ସଂକ୍ରାନ୍ତରେ ବଡ଼ଚଣା ଏବଂ ବରୀ ରାମଚନ୍ଦ୍ରପୁର ଥାନା ଅଧିକାରୀଦ୍ୱୟଙ୍କ ସମେତ ଜିଲା ଶିଶୁ କଲ୍ୟାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ବଡ଼ଚଣା ଥାନା ଅଧିକାରୀ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀଙ୍କୁ ସେଠାକୁ ପଠାଇବା ସହ ଜିଲା ଶିଶୁ କଲ୍ୟାଣ ଅଧିକାରୀଙ୍କ ସୂଚନା ଆଧାରରେ ସେହି ଶିଶୁଟିକୁ ଉଦ୍ଧାର କରିବାକୁ ପୁନଶ୍ଚ ବଡ଼ଚଣା ଥାନାର ଆଉ ଜଣେ ମହିଳା ସବ୍‌ ଇନ୍ସପେକ୍ଟର ସେଠାରେ ଆସି ପହଞ୍ଚିଲେ । କିନ୍ତୁ ପୋଲିସ ପହଞ୍ଚିବା ଭିତରେ ସେମାନେ କୁଆଡେ ଫେରାର ହୋଇଯାଇଥିଲେ । ତେବେ ବାହା ହେବାକୁ ବର ସାଜି ଆସି ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ପୋଲିସ ଅଧିକାରୀମାନେ ପଚରା ଉଚରା କରିବା ସହ ପ୍ରସ୍ତୁତ ବିବାହ ଓ ଶିଶୁପୁତ୍ର ହସ୍ତାନ୍ତର ସମ୍ପର୍କିତ କାଗଜପତ୍ର ତନଖି କରିଥିଲେ । ଏହାସତ୍ତ୍ୱେ ସମ୍ପୃକ୍ତ ପୋଲିସ ଅଧିକାରୀମାନଙ୍କୁ ଆଇନ୍‌ ବର୍ହିଭୂତ କାର୍ଯ୍ୟ ବୋଲି ପ୍ରତୀୟମାନ ହେଲା ନାହିଁ କିମ୍ବା ଏଥିନେଇ ସେମାନେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରି ପରବର୍ତ୍ତୀ ପଦକ୍ଷେପ ପାଇଁ ପରାମର୍ଶ ଲୋଡ଼ିବାକୁ ଉଚିତ୍‌ ମନେ କଲେ ନାହିଁ । ପ୍ରସ୍ତୁତ ହୋଇଥିବା କାଗଜପତ୍ରରେ ଉଲ୍ଲେଖ କରାଯାଇଛି ଯେ ମହିଳା ଜଣକ ପୂର୍ବରୁ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଭାଟପଡ଼ା ଗ୍ରାମର କୌଣସି ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତାଙ୍କ ଔରସରୁ ସେ ଗର୍ଭବତୀ ହେବା ଭିତରେ ଏହି ଦମ୍ପତିଙ୍କ ମଧ୍ୟରେ କୌଣସି ବିବାଦ କାରଣରୁ ସେ ଶାଶୁଘର ଛାଡ଼ି ବାଲିବିଲିରେ ଥିବା ତାଙ୍କ ବାପଘରେ ଆସି ରହିବା ସମୟରେ ଗତବର୍ଷ ସେପ୍ଟେମ୍ବରରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ତଥାକଥିତ ବିବାହ ସମୟରେ ମହିଳା ଏବଂ କ୍ରିଷ୍ଣା ମୁରାରୀଙ୍କ ପିତାମାତା କିମ୍ବା ସେମାନଙ୍କ କୌଣସି ନିକଟ ସମ୍ପର୍କୀୟ ସେଠାରେ ଉପସ୍ଥିତ ନ ଥିଲେ ା ଏଭଳି ଏକ ସ୍ପର୍ଶକାତର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ମହିଳାଙ୍କ ସହିତ ତାଙ୍କ ଶିଶୁପୁତ୍ରକୁ ସୁରକ୍ଷିତ ଉଦ୍ଧାର କରିବାକୁ ଆଇନଜୀବୀ ସାହୁ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri