Posted inଫୁରସତ

ଅଜବ ପରମ୍ପରା: ଜୀବନରେ ମାତ୍ର ଥରୁଟିଏ ଗାଧାନ୍ତି ଏହି ଜାତିର ମହିଳା, ଜାଣନ୍ତୁ କାହିଁକି

ୱିଣ୍ଡ୍‌ହୋକ୍‌: ବିଶ୍ବର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ତେବେ ସମ୍ପ୍ରତି ଆଧୁନିକ ଯୁଗରେ ଅନେକ ପରମ୍ପରା ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି। ଏହାସତ୍ତ୍ବେ ବିଶ୍ବର ବିଭିନ୍ନ ଦେଶରେ ରହିଥିବା ଜନଜାତୀୟ ସମାଜଗୁଡ଼ିକ ଏବେ ମଧ୍ୟ ନିଜର ପ୍ରାଚୀନ ପରମ୍ପରାକୁ ବଜାୟ ରଖିଛନ୍ତି।
ଆଫ୍ରିକୀୟ ଦେଶ ନାମିବ୍ୟାର ଉତ୍ତରଭାଗରେ ବହୁମାତ୍ରାରେ ହିମ୍ବା ଜନଜାତିର ଲୋକେ ବାସ କରନ୍ତି। ଏହି ଜନଜାତିର ମହିଳାମାନେ ହଜାରେ ବର୍ଷ ତଳର ଏକ ପୁରୁଣା ତଥା ନିଆରା ପରମ୍ପରାକୁ ଏବେ ମଧ୍ୟ ପାଳନ କରୁଛନ୍ତି। ଏହି ଜାତିର ମହିଳାମାନେ ଜୀବନରେ କେବଳ ଥରୁଟିଏ ସ୍ନାନ କରନ୍ତି। କେବଳ ବିବାହ କରୁଥିବା ଦିନ ହିଁ ସ୍ନାନ କରିବାକୁ ସେମାନଙ୍କୁ ଅନୁମତି ମିଳିଥାଏ। ଏହାବ୍ୟତୀତ ଜଳର ବ୍ୟବହାର କରି ଗାଧୋଇବାକୁ ସେମାନଙ୍କୁ ବାରଣ କରାଯାଇଥାଏ। ଏହାସତ୍ତ୍ବେ ଏହି ମହିଳାମାନଙ୍କ ଶରୀର ସବୁବେଳେ ପରିଷ୍କାର ରହିଥାଏ। ଏଥିପାଇଁ ହିମ୍ବା ଜନଜାତିର ମହିଳାମାନେ ଏକ ବିଶେଷ ପ୍ରକାରର ସ୍ନାନ କରିଥାନ୍ତି, ଯାହାକୁ ଧୂଆଁସ୍ନାନ ବୋଲି କୁହାଯାଏ।
ହିମ୍ବା ଜନଜାତିର ମହିଳାମାନେ ଜଳ ପରିବର୍ତ୍ତେ ଅନ୍ୟ ପ୍ରାକୃତିକ ଉପାୟରେ ନିଜ ଶରୀରକୁ ସଫା ରଖିଥାନ୍ତି। ସେମାନେ ପ୍ରଥମେ ସ୍ବତନ୍ତ୍ର ଔଷଧୀୟ ଜଡ଼ିବୁଟିଗୁଡ଼ିକୁ ପାଣିରେ ଫୁଟାଇଥାନ୍ତି ଏବଂ ଏଥିରୁ ବାହାରୁଥିବା ବାଷ୍ପ ଦ୍ୱାରା ନିଜ ଶରୀରକୁ ସଫା ରଖନ୍ତି। ଏହି କାରଣରୁ ସେମାନଙ୍କ ଶରୀର କେବେ ମଧ୍ୟ ଅପରିଷ୍କାର ରୁହେନାହିଁ। ମହିଳାମାନେ ବାଷ୍ପସ୍ନାନ କରିବା ଦ୍ୱାରା ଏଠାରେ ବହୁମାତ୍ରାରେ ଜଳ ସଞ୍ଚୟ ହୋଇଥାଏ। ସେହିପରି ଏହି ଜନଜାତିର ମହିଳାମାନେ ସୂର୍ଯ୍ୟକିରଣରୁ ନିଜ ଚର୍ମକୁ ରକ୍ଷା କରିବା ପାଇଁ ଏକ ସ୍ବତନ୍ତ୍ର ଲୋଶନ ପ୍ରୟୋଗ କରିଥାନ୍ତି। ଉକ୍ତ ଲୋଶନ ପ୍ରାଣୀ ଚର୍ବି ଏବଂ ସ୍ବତନ୍ତ୍ର ମିନେରାଲ ହେମାଟାଇଟ୍‌ରୁ ପ୍ରସ୍ତୁତ ହୋଇଥାଏ। ପିଢ଼ି ପରେ ପିଢ଼ି ଏହି ଜନଜାତିରେ ମହିଳାଙ୍କ ପାଣି ବଦଳରେ ଧୂଆଁରେ ଗାଧୋଇବାର ପରମ୍ପରା ଚାଲିଆସୁଛି। ନାମିବ୍ୟା ପରି ମରୁଭୂମି ଜଳବାୟୁରେ ଜଳ ସଂରକ୍ଷଣ ପାଇଁ ଏହି ପରମ୍ପରା ଅତ୍ୟନ୍ତ ଉପଯୋଗୀ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଉତ୍ତର ନାମିବ୍ୟାରେ ହିମ୍ବା ଜନଜାତିର ମୋଟ୍‌ ଜନସଂଖ୍ୟା ପ୍ରାୟ ୫୦ ହଜାର। ଏହି ଜନଜାତି ଲୋକମାନଙ୍କର ପରିବେଶ ସହ ବିଶେଷ ସମ୍ପର୍କ ରହିଛି। ସେମାନେ ପରିବେଶକୁ ପୂଜା କରନ୍ତି। ଶିକାର ବ୍ୟତୀତ ହିମ୍ବା ଜନଜାତିର ଲୋକମାନେ କୃଷି ଏବଂ ପଶୁପାଳନ କରି ଜୀବିକା ନିର୍ବାହ କରନ୍ତି। ସେହିପରି ଏହି ଜନଜାତିର ଲୋକମାନେ ନିଜ ଲାଲ୍‌ରଙ୍ଗର ଚର୍ମ, ପିନ୍ଧୁଥିବା ଅନନ୍ୟ ଅଳଙ୍କାର ତଥା ଦୃଢ଼ ସାଂସ୍କୃତିକ ପରମ୍ପରା ଏବଂ ବିଶ୍ୱାସ ପାଇଁ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାରେ ମୋଦି ସରକାରଙ୍କୁ ଘେରିଲେ ଓଡ଼ିଶା ଏମ୍‌ପି: କେନ୍ଦ୍ରୀକରଣ ବଢ଼ିଲେ ସମନ୍ବୟ ନୁହେଁ, ବଢ଼ିବ ସଂଘର୍ଷ

ପଦ୍ମପୁର, ୩୧।୩(ପ୍ରଦୀପ୍ତ ଦାଶ): ରାଜ୍ୟ ସଭା ଏମ୍‌ପି ନିରଞ୍ଜନ ବିଶି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସାଧାରଣ ପ୍ରଶାସନ) ବିଧେୟକ, ୨୦୨୬ ଉପରେ ଚର୍ଚ୍ଚା କରି ବିଲ୍‌ରେ…

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

ରୋହିତ 2.0: ପ୍ରାୟ ୧୦ ମାସ ପରେ ଟି-୨୦ କ୍ରିକେଟକୁ ଫେରିଲେ ‘ହିଟମ୍ୟାନ’

ନୂଆଦିଲ୍ଲୀ,୩୧।୩: ଯଦିଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ରବିବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

ଶୌଚ ହେବାକୁ ଯାଇଥିଲେ ମଥୁରୀ: ୪ ଦିନ ପରେ ଘଟିଲା…

ମହାକାଳପଡ଼ା, ୩୧ ା ୩ (ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାହାରସୋବଳା ମୌଜାର ଅକ୍ଷୟ ରାଉତଙ୍କ ସ୍ତ୍ରୀ ମଥୁରୀ ରାଉତ ଶୁକ୍ରବାର…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri