ପାର୍ଲାମେଣ୍ଟ ଭିତରେ ବସି ଶପିଂ କରୁଥିଲେ ମହିଳା ଏମ୍‌ପି

କ୍ୱାଲାଲମପୁର୍‌,୩।୩: ଗଣତାନ୍ତ୍ରିକ ଦେଶଗୁଡିକରେ ସରକାର ନିର୍ବାଚିତ ଏମ୍‌ପି ଏବଂ ବିଧାୟକଙ୍କ ଦ୍ୱାରା ପରିଚାଳିତ ହୁଏ। ସଂସଦରେ ଲୋକଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରିବା ତାଙ୍କର ଦାୟିତ୍ୱ ଅଟେ। ଲୋକଙ୍କ ସମସ୍ୟା ସଂସଦରେ ଉପସ୍ଥାପନ କରିବା ଏମ୍‌ପିଙ୍କ କାର୍ଯ୍ୟ। କିନ୍ତୁ ଅନେକ ନେତାଙ୍କ ନିର୍ବାଚନ ଜିତିବା ପରେ ଜନସାଧାରଣଙ୍କ ପ୍ରତି ଦାୟିତ୍ୱହୀନ ହୋଇଯାଆନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ମାଲେସିଆରେ ଦେଖିବାକୁ ମିଳିଛି।
ଏହି ମହିଳା ଏମ୍‌ପି ସଂସଦରେ ଅନଲାଇନରେ ଶପିଂ କରୁଥିବା ଦେଖିବାକୁ ମିଳିଥିଲା। ଗୃହ ଭିତରେ ଅନଲାଇନ କିଣିବା ସମୟରେ କ୍ୟାମେରାରେ କଏଦ ହୋଇଥିଲା। ଏହା ପରେ ବିରୋଧୀ ଦଳର ନେତାମାନେ ଟୁଇଟର୍‌ରରେ ଏହାର ଫଟୋ ଶେୟାର କରିଥିଲେ। ଏବେ ଏପ୍‌ପି ଜଣଙ୍କ ସମାଲୋଚନାର ଶିକାର ହୋଇଛନ୍ତି।
ମାଲେସିଆର ପୂର୍ବତନ ଏମ୍‌ପି ୱାଇ ଚୋ କେଓଙ୍ଗ ତାଙ୍କ ଅଫିସିଆଲ ଟୁଇଟର୍‌ ଆକାଉଣ୍ଟରେ ଗାଜି ବୁଟା ନାମକ ଜଣେ ମହିଳା ଏମ୍‌ପିଙ୍କ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଗାଜି ନିଜ ଲାପଟପରୁ ‘ଜିନ୍ସ ଏବଂ ଟପ୍ସ’ ଅର୍ଡର କରୁଥିବା ଦେଖାଯାଉଛି। ଏହି ଟୁଇଟରେ ପୂର୍ବତନ ଏମ୍‌ପି ଗାଜିଙ୍କ ନାଁରେ କଣସି କାମ କରୁ ନ ଥିବା ବେଳେ ମାଗଣା ଦରମା ନେଉଥିବା ଅଭିଯୋଗ କରିଛନ୍ତି। ସେ ଆହୁରି ଲେଖିଛନ୍ତି ଯେ ଏମ୍‌ପି ବର୍ତ୍ତମାନ ଏକ ସର୍କସରେ ପରିଣତ ହୋଇଛି। ମାଲେସିଆର ପୂର୍ବତନ ଏମ୍‌ପି ଏହି ଫଟୋ ଶେୟାର କରିବା ମାତ୍ରେ ଏହା ସାରା ବିଶ୍ୱରେ ଭାଇରାଲ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri