ମହିଳା ମାଓବାଦୀ ଏବେ ଡିଆରଜି ବାହିନୀର କମାଣ୍ଡୋ

ମାଲକାନଗିରି,୩ା୯(ନୃସିଂହ ଚରଣ ମହାନ୍ତି): ଦିନ ଥିଲା ସେ ମାଓବାଦୀ ସଂଗଠନରେ ଥିଲେ। ମାତ୍ର ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଲାଗି ପୋଲିସ ପାଖରେ ଆତ୍ମସମର୍ପଣ କରିବା ପରେ ସେ ବନି ଯାଇଛନ୍ତି ଡିଆରଜି ବାହିନୀର ଜଣେ  ଶକ୍ତିଶାଳୀ ମହିଳା କମାଣ୍ଡୋ। ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲାରେ ଏବେ ମାଓବାଦୀଙ୍କ ଉପରେ ନଜର ରଖିବା ଲାଗି ଏହି ମହିଳା କମାଣ୍ଡୋମାନଙ୍କୁ ନିୟୋଜିତ କରାଯାଇଛି।

ହାତରେ ଏ.କେ. ୪୭ ଭଳି ଅତ୍ୟାଧୁନିକ ବନ୍ଧୁକ ଧରି ମାଓବାଦୀ  ଅପରେଶନରେ ବାହାରୁଛନ୍ତି ମହିଳା ସୁରକ୍ଷାକର୍ମୀ। ଏମାନେ ହେଉଛନ୍ତି ଛତିଶଗଡ ଡିଆରଜି ବାହିନୀର ମହିଳା କମାଣ୍ଡୋ। ଏମାନଙ୍କ ଭିତରେ ରହିଛନ୍ତି ଏମିତି ଜଣେ ମହିଳା ଯାହାଙ୍କୁ ପିଲା ଦିନେ ବାପା ମାଆ ଖୁସିରେ ତାଙ୍କ ନାମ ସୁମିତ୍ରା ବୋଲି ରଖିଥିଲେ। ହେଲେ କିଏ ଜାଣିଥିଲା ବଡ଼ ହେଲା ବେଳକୁ ସେ କୁଖ୍ୟାତ ମାଓବାଦୀ ନେତ୍ରୀ ହୋଇଯିବେ। ଦୀର୍ଘ ୧୦ ବର୍ଷ ଧରି ଦଣ୍ଡକାରଣ୍ୟ ମାଓବାଦୀ ସଂଗଠନରେ ଜଣେ ସକ୍ରିୟ ମାଓବାଦୀ ଭାବେ କାର୍ଯ୍ୟ କରିଛନ୍ତି ସୁମିତ୍ରା। ଟପ୍‌ ମାଓବାଦୀ ନେତା ହିଡମାଙ୍କ ସହଯୋଗୀ ଭାବେ କାମ କରୁଥିଲେ ସୁମିତ୍ରା। ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲା ନିବାସୀ ସୁମିତ୍ରା ଦୀର୍ଘବର୍ଷ ଧରି ମାଓବାଦୀ ସଂଗଠନରେ ରହିବା ସହ ସୁକୁମା, ଦାନ୍ତେଓ୍ବାଡା ଓ ବିଜାପୁର ଜିଲାରେ ଅନେକ ହିଂସାକାଣ୍ଡ ଘଟାଇଛନ୍ତି। ହେଲେ ଜଗଦଲପୁରସ୍ଥିତ ସିଆର୍‌ପିଏଫ୍‌ ବାହିନୀରେ ଥିବା ନିଜ ଭାଇଙ୍କ ଏକ ହାତ ଲେଖା ଚିଠି ତାଙ୍କୁ ଫେରାଇ ଆଣିଥିଲା ସମାଜର ମୁଖ୍ୟସ୍ରୋତକୁ। ୨୦୨୦ରେ ବିଜାପୁର ପୋଲିସ ପାଖରେ ଆତ୍ମସମର୍ପଣ କରିବା ପରେ ସୁମିତ୍ରା ଡିଆରଜି ବାହିନୀର ଜଣେ ଦକ୍ଷ ମହିଳା କମାଣ୍ଡୋ ବନି ଯାଇଛନ୍ତି। ବିଜାପୁର ଜିଲାରେ ମାଓବାଦୀଙ୍କୁ ନିପାତ କରିବା ଲାଗି ତାଙ୍କୁ ମିଳିଛି ଦାୟିତ୍ୱ। କେବଳ ସୁମିତ୍ରା ନୁହନ୍ତି, ତାଙ୍କ ପରି ଅବାଟକୁ ଚାଲିଯାଇଥିବା ରାଜକୁମାରୀ ଓ ମମତା ମଧ୍ୟ ମାଓବାଦୀ ସଂଗଠନ ଛାଡ଼ି ଏବେ ଛତିଶଗଡ଼ ପୋଲିସର ଡିଆରଜି ବାହିନୀରେ ସାମିଲ ହୋଇଛନ୍ତି।

ଏବେ ମୋଟ ୭୫ ଜଣ ମହିଳା କମାଣ୍ଡୋ ରହିଛନ୍ତି ବିଜାପୁର ଏସ୍‌ପିଙ୍କ ପାଖରେ। ଏହା ବ୍ୟତୀତ ବିଜାପୁର ଜିଲାର ବିଭିନ୍ନ ମାଓବାଦୀ ପ୍ରବଣ ଅଞ୍ଚଳରେ ଥିବା ସୁରକ୍ଷାକର୍ମୀଙ୍କ କ୍ୟାମ୍ପରେ ନିୟୋଜିତ ଅଛନ୍ତି ଆହୁରି ୧୨୫ ଜଣ ମହିଳା କମାଣ୍ଡୋ। ଯେଉଁମାନେ ଜଙ୍ଗଲ ଭିତରେ ଦିନରାତି ଚଳାଇଛନ୍ତି ମାଓବାଦୀ ବିରୋଧୀ ଅପରେଶନ। ସରକାରଙ୍କ ତ୍ରିବେଣୀ ନୀତି ଅନୁଯାୟୀ ସବ୍‌କା ବିକାଶ, ସ୍‌ବକା ବିଶ୍ବାସ ଓ ସବ୍‌କା ସୁରକ୍ଷା ଡିଆରଜି ବାହିନୀର ଏହି ମହିଳା କମାଣ୍ଡୋଙ୍କ ହାତରେ ବୋଲି କହିଛନ୍ତି ବିଜାପୁର ଏସ୍‌ପି ଅଞ୍ଜନେ ବାର୍ନୋଇ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri