ବ୍ରାଉନସୁଗାର କାରବାରରେ ମହିଳା

ପୁରୀ ଅଫିସ, ୧୧। ୧୦: ପୁରୀ ସହରରେ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଗତ କିଛିଦିନ ହେବ ବ୍ରାଉନସୁଗାର କାରବାର ବଢିଛି। ବାହାରୁ ଚୋରାରେ ବ୍ରାଉନସୁଗାର ଆସୁଥିବାବେଳେ ଏଠାରେ ଏହି କାରବାର ଅପରେଟ୍‌ କରୁଛନ୍ତି ମହିଳା ଓ ଯୁବତୀ। କେତେକ ଘଟଣାରୁ ଏହା ଜଣାପଡ଼ିବା ଏବେ ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି।
ଅନ୍ତର୍ଜାତୀୟ ପର୍ଯ୍ୟଟନ ସହର ପୁରୀ। ଏଠାକୁ ଦେଶ ବିଦେଶର ଯାତ୍ରୀ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସିଥାନ୍ତି। ଏଠାରେ ପ୍ରାୟ ଅନେକ ପ୍ରକାର ନିଶା ଉପଲବ୍ଧ ହୋଇଥାଏ କହିଲେ କିଛି ଅତ୍ୟୁକ୍ତି ହେବ ନାହିିଁ। ତେବେ ସହଜ ଉପାୟରେ ଅଧିକ ଲାଭ ଆଶାରେ ବ୍ରାଉନସୁଗାର କାରବାରକୁ ଅନେକେ ଆପଣାଇଛନ୍ତି। ବାଲେଶ୍ୱରରୁ ପୁରୀକୁ ବ୍ରାଉନସୁଗାର ଆସୁଛି। କେତେଜଣ ଯୁବକ ବ୍ରାଉନସୁଗାର ଆଣି ପୁରୀରେ ପହଞ୍ଚାଉଛନ୍ତି। ଏଠାରେ ମହିଳା ଓ ଯୁବତୀ ଏହାକୁ ବିକ୍ରି କରୁଛନ୍ତି। ସାଧାରଣତଃ ମହିଳା ଓ ଯୁବତୀଙ୍କ ଉପରେ ପୋଲିସର ନଜର ପଡ଼େ ନାହିଁ। ତେଣୁ ସେମାନେ ଏହି କାରବାରରେ ସମ୍ପୃକ୍ତ ହେଉଥିବା ଜଣାପଡ଼ିଛି। ପୁରୀ ସହରକୁ ଚୋରାରେ ବ୍ରାଉନସୁଗାର ଚାଲାଣ ହେଉଥିବା ବେଳେ ଗତ ୧୨ଦିନରେ ପୋଲିସ ଦୁଇଥର ଜବତ କରିସାରିଲାଣି। ସେହିପରି ୪ ମହିଳାଙ୍କ ସମେତ ମୋଟ ୧୧ ଜଣଙ୍କୁ ଗିରଫ କରାଗଲାଣି।
ଗତ ମାସ ୨୩ ତାରିଖରେ ବାସେଳି ସାହି ଥାନା ପୋଲିସ ମଙ୍ଗଳାଘାଟଠାରେ ଗାଡ଼ି ଯାଞ୍ଚ କରୁଥିଲା। ଏହି ସମୟରେ ହରେକୃଷ୍ଣପୁର ପଟୁ ଦୁଇଜଣ ଗୋଟିଏ ବାଇକ୍‌ରେ ଆସୁଥିଲେ। ପୋଲିସ ଅଟକାଇ ଯାଞ୍ଚ କରିବାରୁ ସେମାନଙ୍କଠାରୁ ୧୫ଗ୍ରାମ ବ୍ରାଉନସୁଗାର ମିଳିିଥିଲା। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଜଣେ ଯୁବତୀ ଓ ଜଣେ ମହିଳା ଥିଲେ। ଯୁବତୀ ଜଣଙ୍କ ଗିରଫ ଯୁବକଙ୍କ ସହ ବାଲେଶ୍ୱର ଜିଲାର ଜଳେଶ୍ୱରରୁ ବ୍ରାଉନସୁଗାର ଆଣି ଆସୁଥିଲେ। ସେମାନେ ଏଠାରେ ଜଣେ ମହିଳାଙ୍କୁ ତାହା ଦେଇଥାନ୍ତେ ବୋଲି ପୋଲିସ ଗଣମାଧ୍ୟମକୁ କହିଥିଲା। ସେହିପରି ୪ତାରିଖରେ ବାସେଳି ସାହି ଥାନା ପୋଲିସ ମଙ୍ଗଳାଘାଟରେ ଗାଡ଼ିି ଯାଞ୍ଚ କରୁଥିବାବେଳେ ଏକ କାର୍‌ ଓ ବାଇକ୍‌ରୁ ୨୭୫ ଗ୍ରାମ୍‌ ବ୍ରାଉନସୁଗାର ମିଳିଥିଲା। ଏହି ଘଟଣାରେ ପ୍ରଥମ ଦିନ ୬ ଯୁବକ ଓ ୫ ତାରିଖରେ ଫେରାର ଥିବା ୨ଜଣ ମହିଳାଙ୍କୁ ପୋଲିସ ଗିରଫ କରିଥିଲା। ଏମାନେ ଚୋରାରେ ବ୍ରାଉନସୁଗାର ଆଣି ପୁରୀ ସହରର କେତେଜଣ ଯୁବତୀ ଓ ମହିଳାଙ୍କୁ ଦେବା ପାଇଁ ଆସୁଥିବା ପୋଲିସ ପଚରାଉଚରା ବେଳେ ଜାଣିବାକୁ ପାଇଥିଲା। ଏ ସମ୍ପର୍କରେ ଏସ୍‌ପି ଅଖିଳେଶ୍ୱର ସିଂଙ୍କୁ ପଚାରିବାରେ କହିଛନ୍ତି, ପୁରୀ ସହରରେ ମହିଳାମାନେ ହିିଁ ମୁଖ୍ୟତଃ ବ୍ରାଉନସୁଗାର ବ୍ୟବସାୟ କରୁଛନ୍ତି। ପୋଲିସ ଏହା ଉପରେ କଡ଼ା ନଜର ରଖିଛି। କେତେଜଣ ମହିଳାଙ୍କୁ ଧରାଯାଇଛି ଏବଂ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri