ବିପଦରେ ମହିଳା

ଆସନ୍ତା ୪ ତାରିଖରେ ପାଳନ ହେବାକୁ ଯାଉଛି ବିଶ୍ୱ କର୍କଟ ଦିବସ। ତେବେ ଏହି ଅବସରରେ ମହିଳାଙ୍କ ଜୀବନ ପ୍ରତି ବିପଦସୃଷ୍ଟି କରୁଥିବା ସର୍ଭାଇକାଲ୍‌ କ୍ୟାନ୍ସରର କାରଣ ଏବଂ ଏହାର ନିରାକରଣକୁ ନେଇ ବିଶେଷ ଉପସ୍ଥାପନା…

କର୍କଟରୋଗ ହେବା କଥା ଦୂରରେ ଥାଉ, ଏହା ବିଷୟରେ ଚିନ୍ତା କରିବାମାନେ ହିଁ ଶରୀରରେ ଏକ ଅଜଣା ଆତଙ୍କର ଶିହରଣଟିଏ ଖେଳିଯାଏ। ଅନେକ ରୋଗୀ ରୋଗାକ୍ରାନ୍ତ ଶରୀରର ଏହି ଅସ୍ବାଭାବିକ ପରିବର୍ତ୍ତନ ଲକ୍ଷ୍ୟ କରି ମଧ୍ୟ ଭୟରେ କାହାକୁ କିଛି କୁହନ୍ତି ନାହିଁ ବା ଡାକ୍ତରଙ୍କୁ ମଧ୍ୟ ପରାମର୍ଶ କରନ୍ତି ନାହିଁ , ତେଣୁ ଏହି ରୋଗର ପ୍ରାଥମିକ ସ୍ତରରେ ଚିହ୍ନଟ ଓ ଉପଯୁକ୍ତ ଚିକିତ୍ସା ହୋଇପାରେ ନାହିଁ। ଫଳରେ ଶେଷ ପର୍ଯ୍ୟାୟରେ ଚିକିତ୍ସା କରାଇଲେ ଅଧିକାଂଶ କ୍ଷେତ୍ରରେ ରୋଗୀ ମୃତ୍ୟୁ ମୁଖରେ ପଡ଼ିଥାଏ। ସାରା ବିଶ୍ୱରେ ମହିଳାମାନଙ୍କ କର୍କଟରୋଗର ଅନୁପାତକୁ ନେଲେ ଜଣାଯାଏ ଯେ, ବିକାଶଶୀଳ ଦେଶରେ ସ୍ତନ କର୍କଟ ରୋଗ ବେଶି ଦେଖାଯାଉଥିବା ବେଳେ ଭାରତ ଭଳି ବିକାଶୋନ୍ମୁଖୀ ଦେଶରେ ସର୍ଭାଇକାଲ୍‌ କ୍ୟାନ୍ସର ବା ଜରାୟୁ ଗ୍ରୀବା କର୍କଟ ରୋଗୀଙ୍କ ସଂଖ୍ୟା ବେଶି।
ସାରା ପୃଥିବୀରେ ଜରାୟୁଗ୍ରୀବା କର୍କଟ ରୋଗର ଏକ ଚତୁର୍ଥାଂଶ ରୋଗୀ ଭାରତରେ ହିଁ ଦେଖାଯା’ନ୍ତି। ଆମଦେଶରେ କର୍କଟ ରୋଗ ଭୋଗୁଥିବା ଶତକଡା ୯୦ ଭାଗ ମହିଳାଙ୍କ ଠାରେ ସର୍ଭାଇକାଲ୍‌ କ୍ୟାନ୍ସର ରୋଗ ହିଁ ହୋଇଥାଏ। ପରିତାପର ବିଷୟ ଯେ, ଆମ ଦେଶରେ ଜରାୟୁଗ୍ରୀବା କର୍କଟ ରୋଗରେ ପୀଡିତ ହୋଇ ପ୍ରତି ୭ ମିନିଟ୍‌ରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥାଏ। ପ୍ରତିବର୍ଷ ୧୦ଲକ୍ଷ ନୂଆ ରୋଗୀ ଆଡ୍‌ମିଶନ୍‌ ନେଇଥାନ୍ତି। ତନ୍ମଧ୍ୟରୁ ପ୍ରାୟ ୯୦ ଭାଗରୁ ଅଧିକ ରୋଗୀ ରୋଗର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଚିହ୍ନଟ ହୋଇଥା’ନ୍ତି ଏବଂ ଚିକିତ୍ସା ସତ୍ତ୍ୱେ ଅଧକାଂଶ ମହିଳା ମୃତ୍ୟୁ ମୁଖରେ ପଡିଥାନ୍ତି। ତେଣୁ ଏହି ରୋଗରୁ ପ୍ରଥମରୁ ଚିହ୍ନଟ ଓ ଚିକିତ୍ସା ଜରୁରୀ।
ରୋଗ ସମିତିର ସାରାବିଶ୍ୱର ୧୨ଟି କେନ୍ଦ୍ର ଅନୁଶୀଳନ କରି ଦେଇଥିବା ବାର୍ଷିକ ରିପୋର୍ଟ ମୁତାବକ ସର୍ଭାଇକାଲ୍‌ କ୍ୟାନ୍ସର ରୋଗ ହେବାର ବୟସସୀମା ହେଉଛି ୪୦ ରୁ ୭୦ବର୍ଷ।
୪୦ବର୍ଷରୁ କମ୍‌ ବୟସରେ ମଧ୍ୟ ଏହା କେତେକଙ୍କଠାରେ ହୋଇଥାଏ, ଯାହା କି ବେଶି ବିପଦଜନକ ହୋଇଥାଏ। ପ୍ରାଥମିକ ଅବସ୍ଥାରୁ ଜରାୟୁଗ୍ରୀବା କର୍କଟ ରୋଗର ଚିହ୍ନଟ ଓ ଚିକିତ୍ସା କରିପାରିଲେ ୯୨% ରୋଗୀ ଭଲ ହୋଇଯା’ନ୍ତି। ନିୟମିତ ଭାବରେ ରୋଗର ସ୍କ୍ରିନିଂ କଲେ ଏହି ରୋଗକୁ ଆଦ୍ୟ ଅବସ୍ଥାରୁ ଚିହ୍ନିହେବ,ଧରିହେବ ଓ ଚିକିତ୍ସା କରିହେବ।
କେଉଁମାନଙ୍କଠାରେ ଆଶଙ୍କା ବେଶି:
ବିବାହ ଓ ଅନେକ ସନ୍ତାନର ଜନନୀ ହେଲେ ଏହି ରୋଗ ବିଶେଷ ଭାବରେ ହୋଇଥାଏ। ଏହାଛଡା ମହିଳାଟି ଯଦି ଅନେକ ପୁରୁଷଙ୍କ ସହ ସମ୍ପର୍କ ରଖିଥାଏ ଏବଂ ଯଦି ସେହି ପୁରୁଷଙ୍କର ପ୍ରଥମ ସ୍ତ୍ରୀ ଜରାୟୁଗ୍ରୀବା କର୍କଟ ରୋଗରେ ମୃତ୍ୟୁବରଣ କରିଥାନ୍ତି ତେବେ ସେହି ମହିଳାଙ୍କୁ ଜରୟୁଗ୍ରୀବା କର୍କଟ ରୋଗ ହୋଇଥାଏ। ଏଚ୍‌.ଆଇ.ଭି ପଜିଟିଭ ମହିଳା, ଗର୍ଭନିରୋଧକ ବଟିକା ସେବନ ଏବଂ ଧୂମପାନ କରୁଥିବା ମହିଳାଙ୍କ ଠାରେ ଏହି ରୋଗର ଆଶଙ୍କା ବେଶୀ। ଏହି ରୋଗ ଯୌନକ୍ରିୟା ଦ୍ୱାରା ପ୍ରବାହିତ ହେଉଥିବା ଭୂତାଣୁ ଯଥା‘ ହ୍ୟୁମାନ୍‌ ପାପିଲୋମା ଭାଇରସ୍‌’ ଓ ‘ହର୍‌ପିସ୍‌ ସିମ୍ପ୍ଲେକ୍ସ ଭାଇରସ୍‌ ଟାଇପ୍‌ ଟୁ’ କୁ ଏକ୍ସପୋଜର୍‌ ଦ୍ୱାରା ହୋଇଥାଏ।
ପରୀକ୍ଷା: ଏହା ପ୍ରାଥମିକ ସ୍ତରରୁ ଖୁବ୍‌ଶୀଘ୍ର ଲସିକା ଓ ଧମନୀଦେଇ ଶରୀରର ଗୋଟିଏ ପରେ, ଗୋଟିଏ ଅଙ୍ଗକୁ ଆକ୍ରମଣ କରିଥାଏ। ସ୍ତ୍ରୀ ରୋଗ ବିଶେଷଜ୍ଞମାନେ ଏହାକୁ ଯନ୍ତ୍ରପାତି ଦ୍ୱାରା ପରୀକ୍ଷା ତଥା ଜରାୟୁଗ୍ରୀବାର ରସ ପରୀକ୍ଷା (ପାପ୍‌ ସ୍ମିଅର )
ଏବଂ ମାଂସ ପରୀକ୍ଷା (ବାଇଓପ୍‌ସି) କରି ଜରାୟୁଗ୍ରୀବା କର୍କଟରୋଗ ହୋଇଛି କି ନାହିଁ ଜାଣି ପାରିବେ।
ଲକ୍ଷଣ: ଅନେକ ଦିନ ଧରି ଧଳାସ୍ରାବ ହେବା, ବା ଦୁର୍ଗନ୍ଧଯୁକ୍ତ ରକ୍ତମିଶା ଧଳା ସ୍ରାବ, ସ୍ବାମୀ ସ୍ତ୍ରୀ ଏକତ୍ରହେବା ପରେ ରକ୍ତସ୍ରାବ ହେବା, ଦୁଇ ମାସିକ ଋତୁସ୍ରାବ ମଝିରେ ମଝିରେ ରକ୍ତସ୍ରାବ ହେବା, ତଳିପେଟ ଓ ଅଣ୍ଟାରେ ବ୍ୟଥା, ଗୋଡ଼ଫୁଲିଯବା, ପରିସ୍ରାରେ କଷ୍ଟ, ଘନଘନ ପରିସ୍ରା ତଥା ସବୁବେଳେ ପରିସ୍ରା ପଡ଼ିବା ଏବଂ ମଳ ଦ୍ୱାରରେ କଷ୍ଟ ଆଦି ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍ତ୍ରୀ’ ରୋଗ ବିଶେଷଜ୍ଞଙ୍କ ପରାମର୍ଶ କରି ପାପ୍‌ ସ୍ମିଅର କରାଇଦେବା ଜରୁରୀ। ୩୫ ବର୍ଷରୁ ଊର୍ଦ୍ଧ୍ୱ ପ୍ରତ୍ୟେକ ମହିଳା କୌଣସି ଲକ୍ଷଣ ନ ଥିଲେ ମଧ୍ୟ ଅନ୍ତତଃ ବର୍ଷକୁ ଥରେ ନିଜ ନିଜର ପାପ୍‌ସି୍ମଅର କରାଇ ନେବା ଆବଶ୍ୟକ। ଉପରୋକ୍ତ ଲକ୍ଷଣ ଦେଖାଦେଲେ ସାଧାରଣତଃ ଅନେକ ରୋଗୀ ଗଁା ଗହଳିରେ ତୁଟୁକା ତୁଟୁକି ଔଷଧରେ ଚିକିସତ୍ା କରାଇନିଅନ୍ତି ଏବଂ ରୋଗ ବଢିଯାଏ। ହେଲେ ଠିକ୍‌ ସମୟରେ ରୋଗ ଚିହ୍ନଟ କରି ଚିକିତ୍ସା ପାଇଁ ଆସୁଥିବା ଶତକଡା ୧୫ରୁ ୨୦ଭାଗ ମହିଳା ଏବଂ ସୂଚାରୁରୂପେ, ଅସ୍ତ୍ରୋପଚାର ଓ ଚିକିସତ୍ା ହୋଇପାରିଲେ ଶତକଡା ୮୦ଭାଗ ମହିଳା ଆରୋଗ୍ୟ ଲାଭ କରିଥାନ୍ତି।
ଏହି ପରୀକ୍ଷା କେବେ କରିବେ: ଅନେକେ ଭାବନ୍ତି ଜରାୟୁଗ୍ରୀବା କର୍କଟ ରୋଗ ପାଇଁ ଟିକା ନେଲେ ଆଉ ଏହି ରୋଗ ହେବ ନାହିଁ। ହେଲେ ଏପରି ନ ଭାବି ୨୦ ରୁ ୩୦ ବର୍ଷ ବୟସର ଯେକୌଣସି ମହିଳା ବର୍ଷକୁ ଅନ୍ତତଃ ଥରେ କରିବା ଉଚିତ। ଯଦି କୌଣସି ମହିଳାଙ୍କର ଏହି ଟେଷ୍ଟ ନର୍ମାଲ୍‌ ଥାଏ ତେବେ ସେମାନେ ୩୦ ବର୍ଷପରେ ଅନ୍ତତଃ ୩-୪ ବର୍ଷରେ ଥରେ ଏହି ପରୀକ୍ଷା କରିବା ଉଚିତ ଓ ହ୍ୟୁମ୍ୟାନ୍‌ ପାପିଲୋମା ଭାଇରସ୍‌ ଏସ୍‌.ପି.ଭି. ଡି.ଏନ୍‌.ଏସ୍‌ ଟେଷ୍ଟ କରିବା ଦରକାର। ଯେଉଁ ମହିଳାମାନେ ଅଂଗ ପ୍ରତିରୋପଣ କରିଥାନ୍ତି କିମ୍ବା କର୍କଟ ରୋଗ ପାଇଁ ଔଷଧ ଖାଉଥା’ନ୍ତି ବା ଏଚ୍‌.ଆଇ.ଭି. ଦ୍ୱାରା ପୀଡିତ ହୋଇଥା’ନ୍ତି ତେବେ ସେମାନେ ଏହି ପରୀକ୍ଷା ପ୍ରତିବର୍ଷ କରିବା ଉଚିତ। ୭୦ ବର୍ଷରୁ ଊର୍ଦ୍ଧ୍ୱ ଯାହାଙ୍କର ଗତ ୧୦ ବର୍ଷ ମଧ୍ୟରେ ଏହି ପରୀକ୍ଷା ନେଗେଟିଭ୍‌ ଅଛି କିମ୍ବା ସେମାନଙ୍କର ବଂଶଗତ ଜରାୟୁଗ୍ରୀବା କର୍କଟ ରୋଗ ନ ଥାଏ ଏବଂ ଯଦି ସେମାନେ ଏଚ୍‌.ଆଇ.ଭି. ଦ୍ୱାରା ଆକ୍ରାନ୍ତ ହୋଇ ନ ଥାନ୍ତି ତେବେ ସେମାନେ ଏହି ପରୀକ୍ଷା କରାଇ ନ ପାରନ୍ତି। ଯେଉଁମାନଙ୍କର କର୍କଟ ରୋଗ ପାଇଁ ଜରାୟୁ ଅପସାରିତ ହୋଇଥିବ ସେମାନେ ଏହି ପରୀକ୍ଷା କରିବା ଆବଶ୍ୟକ।
ପରୀକ୍ଷା କରିବାର ସମୟ:ମାସିକ ଋତୁସ୍ରାବ ପରେ ଏହି ପରୀକ୍ଷା କରିବା ଉଚିତ। ଏହାଛଡା ଏହି ପରୀକ୍ଷା କରିବାର ୨ ଦିନ ପୂର୍ବରୁ ଯୌନ ସମ୍ପର୍କ ନ ରଖିବା ସହ କୌଣସି ଟାମ୍ପୁନ୍‌ ବା କ୍ରିମ୍‌ ବ୍ୟବହାର କରିବା ଆବଶ୍ୟକ।
ପରୀକ୍ଷାର ଫଳାଫଳ:ଏହି ପରୀକ୍ଷାରୁ ଜରାୟୁଗ୍ରୀବା କର୍କଟ ରୋଗର ପ୍ରାଥମିକ ଚିହ୍ନଟ ସମ୍ଭବପର ହୋଇଥାଏ। ଯଦି ପାପ୍‌ ସ୍ମିଅର ପରୀକ୍ଷା ସନ୍ଦେହଜନକ ହୋଇଥାଏ ତେବେ ୩ମାସରୁ ୬ମାସ ମଧ୍ୟରେ ଏହି ପରୀକ୍ଷା ପୁଣିଥରେ କରାଯାଇପାରେ। ଯଦି ଏହି ପରୀକ୍ଷାର ଫଳାଫଳ ସନ୍ଦେହଜନକ ହୁଏ କିମ୍ବା ପରୀକ୍ଷାରେ ଯଦି କିଛି ସନ୍ଦେହଜନକ କୋଷ ବାହାରେ ଏବଂ ମହିଳାଙ୍କର ବୟସ ୪୦ ବର୍ଷରୁ ଊର୍ଦ୍ଧ୍ୱ ହୋଇଥାଏ ତେବେ ଜରାୟୁର ଅପସାରଣ କରିଦେବା ଆବଶ୍ୟକ।
ପ୍ରାଥମିକ ପ୍ରତିଷେଧକ ବ୍ୟବସ୍ଥା: ମହିଳାମାନଙ୍କର ଉପଯୁକ୍ତ ସାକ୍ଷରତା ଏବଂ ସହରାଞ୍ଚଳ ତଥା ବସ୍ତି ଅଞ୍ଚଳରେ ପାପ୍‌ସ୍ମିଅର ସ୍କ୍ରିନିଂ ବିଶେଷଭାବରେ ଏହାକୁ ପ୍ରତିରୋଧ କରିବାରେ ସାହାଯ୍ୟ କରିବ। ଝିଅମାନଙ୍କୁ ଅଳ୍ପ ବୟସରେ ବିବାହ ତଥା ଅଳ୍ପ ବୟସରେ ଗର୍ଭଧାରଣକୁ ପ୍ରତିରୋଧ କରିବା, ଯୌନକ୍ରିୟା ସମୟରେ କଣ୍ଡୋମର ବ୍ୟବହାର, ଅଳ୍ପସନ୍ତାନରେ ପରିବାରକୁ ସୀମିତ ରଖିବା, ଅସ୍ବାସ୍ଥ୍ୟକର ପରିବେଶରୁ ନିଜକୁ ରକ୍ଷା କରି ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା ଏବଂ ଏସ.ଟି.ଡ଼ି. (ସେକ୍‌ସୁଆଲି ଟ୍ରାନ୍ସମିଟେଡ଼ ଡିଜିଜ୍‌) ତଥା ଅନ୍ୟାନ୍ୟ ରୋଗର ଖୁବ୍‌ଶୀଘ୍ର ଚିକିତ୍ସା କରାଇନେବା ଦରକାର। ଏହାଛଡ଼ା ସ୍ତ୍ରୀରୋଗ ବିଶେଷଜ୍ଞମାନେ ଜରାୟୁ ଅପସାରଣ ବେଳେ ଜରାୟୁଗ୍ରୀବା ଅପସାରଣ କରିବା ଆବଶ୍ୟକ।
ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଷେଧକ ବ୍ୟବସ୍ଥା: ‘ଡାଉନ୍‌ ଷ୍ଟେଜିଂ ସ୍କ୍ରିନିଂ’ ହେଉଛି ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ଦ୍ୱାରା ସ୍ପେକୁଲମ ସାହାଯ୍ୟରେ ଜରାୟୁଗ୍ରୀବା ପରୀକ୍ଷା ଏବଂ ପ୍ରାଥମିକ ପର୍ଯ୍ୟାୟରେ ତା’ର ଚିହ୍ନଟ ଓ ଚିକିତ୍ସା। ଏହାଛଡ଼ା ସହରାଞ୍ଚଳ, ସହରତଳି ଅଞ୍ଚଳ, ବସ୍ତିଅଞ୍ଚଳ ତଥା ସ୍ତ୍ରୀରୋଗ ବହି ର୍ବିଭାଗକୁ ଆସୁଥିବା ସବୁ ହାଇରିସ୍କ୍‌ ରୋଗୀଙ୍କ ପାପ୍‌ସ୍ମିଅର ପରୀକ୍ଷା ଏବଂ ରୋଗର ପ୍ରାଥମିକ ପର୍ଯ୍ୟାୟରେ ଚିକିତ୍ସା ହୋଇପାରିଲେ ଅନେକ ଜରାୟୁଗ୍ରୀବା କର୍କଟରୋଗୀ ଯେ ବହୁବର୍ଷ ପର୍ଯ୍ୟନ୍ତ ରୋଗ ମୁକ୍ତ ଜୀବନଯାପନ କରିପାରିବେ, ଏଥିରେ ସନ୍ଦେହ ନାହିଁ। ଏହି କର୍କଟରୋଗ ସଂପୂର୍ଣ୍ଣ ଭାବେ ପ୍ରତିହିତ କରିହେବ, ତେବେ କେବଳ ସଚେତନତା ଏଥିପାଇଁ ଖୁବ୍‌ ଜରୁରୀ। ଏଥିପାଇଁ ଏକ ପ୍ରତିଷେଧକ ଟୀକା ମଧ୍ୟ ବାହାରିଲାଣି।
ଏଚ୍‌.ପି.ଭି ଭେକ୍ସିନ୍‌ ବା ଟୀକା : ଏହା କିଶୋରୀ ଝିଅମାନଙ୍କୁ ଦିଆଯିବା ଦରକାର। ୧୨-୧୮ ବର୍ଷ ବା’୧୬-୨୫ ବର୍ଷ ଭିତରେ ମହିଳାମାନଙ୍କୁ ଦିଆଯାଇଥାଏ। ଏହି ଟୀକା ଖୁବ୍‌ ଉପକାରୀ। ଯେଉଁଠି ବାଇଭେଲେଣ୍ଟ ଟୀକା (ଏଚ୍‌.ପି.ଭି. ଟାଇପ୍‌ ୧୬ ଟାଇପ୍‌ ୧୮) ଏବଂ କ୍ୱାଡ୍ରିଭେଲେଣ୍ଟ ଭାକ୍ସିନ୍‌ ଯାହା ଏଚ୍‌.ପି.ଭି. ଟାଇପ୍‌ ୧୬, ୧୮, ୪ ଓ ୧୧ ବିରୁଦ୍ଧରେ କାମ କରିଥାଏ। ଏହା ଶତକଡ଼ା ୯୦ ଭାଗ ଜରାୟୁଗ୍ରୀବା କର୍କଟକୁ ପ୍ରତିରୋଧ କରିଥାଏ। ତେବେ ଏହି ଟୀକା ମଧ୍ୟ ଏଚ୍‌. ପି. ଭି. ଟାଇପ୍‌ ୩୧, ୩୩ ଓ ୪୫ ରୁ ରକ୍ଷା କରିଥାଏ। ଏହା ୯ ରୁ ୧୩ ବର୍ଷର ଝିଅମାନଙ୍କୁ ସ୍କୁଲରେ ଦିଆଯାଇପାରିବ।
ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଗାଇଡ଼୍‌ ଲାଇନ୍‌ ଅନୁଯାୟୀ ୧୫ ବର୍ଷରୁ କମ୍‌ ବୟସର ଝିଅମାନଙ୍କୁ ଟୀକା ୦, ୬ ମାସରେ ଦେବା ଉଚିତ ଏବଂ ୧୫ ବର୍ଷରୁ ଊର୍ଦ୍ଧ୍ୱ ବୟସରେ ୩ ଟି ଡୋଜ୍‌ (୦, ୧-୨, ୩ ମାସ) ଭିତରେ ଦିଆଯାଇ ଥାଏ।
ତେବେ ସବୁଠାରୁ ବଡ କଥା ହେଲା ସାକ୍ଷରତା ଓ ସଚେତନତା। ନାରୀଟିଏ ଚାହିଁଲେ ନିଜେ ନିଜର ଡାକ୍ତର ହୋଇ ନିଜେ ନିଜକୁ ରକ୍ଷା କରିପାରିବ ଓ ସାରାପରିବାରକୁ ମଧ୍ୟ, ସୁସ୍ବାସ୍ଥ୍ୟର ଏକ ଅକ୍ଷୟ କବଚ ପିନ୍ଧାଇ ଦେଇ ପାରିବ। ତେବେ ଆସନ୍ତୁ ଏକ ଜରାୟୁ କର୍କଟ ମୁକ୍ତ ସମାଜ ଗଠନ ପାଇଁ କରାନ୍ତୁ ନିଜର ପାପ୍‌ସ୍ମିଅର୍‌ ଓ ଦୂରେଇ ଦିଅନ୍ତୁ କ୍ୟାନ୍‌ସର୍‌।
– ଡା. ସରୋଜିନୀ ଷଡ଼ଙ୍ଗୀ

– ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ, ଲିଙ୍କ୍‌ରୋଡ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri