Posted inଜାତୀୟ

୨୩ ସପ୍ତାହର ଭ୍ରୁଣର ଗର୍ଭପାତ କରାଇବାକୁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହିଳା…

ନୂଆଦିଲ୍ଲୀ, ୧୯।୭ : ସହମତିରେ ଶାରୀରିକ ସମ୍ପର୍କ ଯୋଗୁ ଗର୍ଭବତୀ ହୋଇଥିବା ଜଣେ ଅବିବାହିତା ମହିଳାଙ୍କ ୨୩ ସପ୍ତାହର ଭ୍ରୁଣର ଗର୍ଭପାତ କରାଇବା ମାମଲାର ବିଚାର କରିବା ଲାଗି ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଏହାକୁ ତାଲିକାଭୁକ୍ତ କରିଛନ୍ତି। ପୂର୍ବରୁ ଜୁଲାଇ ୧୬ରେ ମହିଳାଙ୍କ ୨୩ ସପ୍ତାହର ଭ୍ରୁଣର ଗର୍ଭପାତ କରାଇବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଥିଲେ। ଫଳରେ ମହିଳା ଶୀର୍ଷକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ କହିଥିଲେ, ଏପରି କରିବା ଏକ ଗର୍ଭସ୍ଥ ଶିଶୁକୁ ହତ୍ୟା କରିବା ସହିତ ସମାନ।

ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ କହିଥିଲେ ଯେ ଶିଶୁ ଜନ୍ମ ନହେବା ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖିବା ଉଚିତ, ଯାହା ପରେ ନବଜାତ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇପାରିବ। ଖଣ୍ଡପୀଠ କହିଥିଲେ, ସମ୍ପ୍ରତିି ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାର କୌଣସି ଅଭାବ ନାହିଁ। ଅନେକ ଲୋକ ଏହାକୁ ଚାହିଁ ବସିଛନ୍ତି। ଆବେଦନକାରୀଙ୍କ ଆଇନଜୀବୀ କହିଥିଲେ ଯେ ଅବିବାହିତା ଏବଂ ମା ହେବାର ଗର୍ଭଧାରଣର ଏହି ପର୍ଯ୍ୟାୟରେ ଆବେଦନକାରୀ ଅତ୍ୟଧିକ ମାନସିକ ଚାପରେ ଅଛନ୍ତି। ଏପରି ଅବସ୍ଥାରେ ସେ ଏକ ସନ୍ତାନ ପ୍ରସବ କରିବାକୁ ସକ୍ଷମ ହେବେ ନାହିଁ ଏବଂ ତା’ପରେ ତାଙ୍କର ପ୍ରତିପୋଷଣ ମଧ୍ୟ ବହୁତ କଷ୍ଟସାଧ୍ୟ ହେବ।

ଆଇନଜୀବୀ ଏହା ମଧ୍ୟ କହିଥିଲେ ଯେ ଅବିବାହିତା ମହିଳାଙ୍କ ପ୍ରତି ଗର୍ଭଧାରଣର ଚିକିତ୍ସା ସମାପ୍ତି ସମ୍ବନ୍ଧରେ ବାର୍‌ ଆଇନ ଅତ୍ୟନ୍ତ ଭେଦଭାବପୂର୍ଣ୍ଣ। ଏଥିପାଇଁ ଖଣ୍ଡପୀଠ କହିଥିଲେ, ଆମେ ଶିଶୁର ଯତ୍ନ ନେବାକୁ ଆବେଦନକାରୀଙ୍କୁ କହୁ ନାହୁଁ। ଆମେ ନିଶ୍ଚିତ କରିବୁ ଯେ ଶିଶୁର ଜନ୍ମ ପର୍ଯ୍ୟନ୍ତ ତାଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖାଯିବ। ସେ ଶିଶୁକୁ ଜନ୍ମ ଦେବା ପରେ ଯାଇପାରନ୍ତି । ଆମେ ତାଙ୍କ ପିଲାକୁ ପୋଷ୍ୟ ସନ୍ତାନ ଭାବରେ କାହାକୁ ଦେବୁ ତାହା ଚିନ୍ତା କରିବୁ। ତେଣୁ ସେ କେବଳ ସନ୍ତାନଙ୍କୁ ଜନ୍ମ ଦିଅନ୍ତୁ। କିନ୍ତୁ ଆମେ ଆପଣଙ୍କୁ ପିଲାକୁ ମାରିବାକୁ ଅନୁମତି ଦେଇ ପାରିବୁ ନାହିଁ। ବେଞ୍ଚ କହିଥିଲେ ଯେ ଗର୍ଭଧାରଣର ୩୬ ସପ୍ତାହ ମଧ୍ୟରୁ ପ୍ରାୟ ୨୪ ସପ୍ତାହ ସମାପ୍ତ ହେବାକୁ ଯାଉଛି।

ମୁଖ୍ୟ ବିଚାରପତି କହିଥିଲେ, ଆମେ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବୁ କିନ୍ତୁ ଶିଶୁର ହତ୍ୟାକୁ ଅନୁମତି ଦେବୁ ନାହିଁ। ମୁଖ୍ୟ ବିଚାରପତି ଆବେଦନକାରୀଙ୍କ ଆଇନଜୀବୀଙ୍କୁ କହିଥିଲେ, ତୁମେ ତୁମର କ୍ଲାଏଣ୍ଟଙ୍କୁ ବୁଝାଅ। ଆମେ ନିଶ୍ଚିତ କରୁଛୁ ଯେ ତାଙ୍କର ଯତ୍ନ ଏବଂ ସୁରକ୍ଷା ଦାୟିତ୍ୱ ଆମର। ଶିଶୁଙ୍କ ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର କିମ୍ବା ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ଦାୟିତ୍ୱ ନେବେ।

ତାଙ୍କୁ ସର୍ବୋତ୍ତମ ଡାକ୍ତରଖାନାରେ ଭର୍ତ୍ତି କରାଯିବ ଏବଂ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ମୁଖ୍ୟ ବିଚାରପତି କହିଥିଲେ ଯେ କେବଳ ଏତିକି ନୁହେଁ, ମୁଁ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି, କିନ୍ତୁ ଏହି ସମୟରେ ମୁଁ ଗର୍ଭରେ ଶିଶୁର ହତ୍ୟାକୁ ଅନୁମତି ଦେଇ ପାରିବି ନାହିଁ। ଆବେଦନକାରୀଙ୍କ ଆଇନଜୀବୀ ଯୁକ୍ତି କହିଥିଲେ ଯେ ଅବିବାହିତ ମହିଳାଙ୍କ ମାମଲା ପାଇଁ ୨୦ ସପ୍ତାହ ପରେ ଗର୍ଭପାତ ଆଇନ ଅନୁଯାୟୀ ଉପଲବ୍ଧ ହେଉଥିବାବେଳେ ଛାଡପତ୍ର ହୋଇଥିବା ମହିଳା ଏବଂ ଅନ୍ୟାନ୍ୟ ବର୍ଗର ମହିଳାଙ୍କ ପାଇଁ ଗର୍ଭପାତ ୨୪ ସପ୍ତାହ ପର୍ଯ୍ୟନ୍ତ ଉପଲବ୍ଧ ହେବା ଅତ୍ୟନ୍ତ ଭେଦଭାବପୂର୍ଣ୍ଣ। ସେ କହିଥିଲେ ଏହି ଆଇନ ଅବିବାହିତା ମହିଳାଙ୍କୁ ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭଧାରଣର ଡାକ୍ତରୀ ଗର୍ଭପାତ କରାଇବାକୁ ଅନୁମତି ଦେଇଥାଏ, କିନ୍ତୁ ସହମତି ଭିତ୍ତିରେ ଥିବା ଆବେଦନକାରୀ ତାଙ୍କ ସାଥୀଙ୍କୁ ପରିତ୍ୟାଗ କରି ଏବେ ଗର୍ଭପାତ କରାଇବାକୁ ଚାହୁଁଛନ୍ତି। ଆବେଦନକାରୀ ମଧ୍ୟ ସନ୍ତାନ ପାଇବାକୁ ଚାହୁଁ ନାହାଁନ୍ତି ବୋଲି କୋର୍ଟଙ୍କ ପରାମର୍ଶକୁ ପ୍ରତ୍ୟାଖ୍ୟାନ କହିଥିଲେ। ଫଳରେ ଏବେ ମହିଳା ଜଣକ ଶୀର୍ଷକୋର୍ଟରେ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri