Posted inଫୁରସତ

ମହିଳା ସଶକ୍ତୀକରଣ ଓ ଯୋଗ

ଯୋଗ ହେଉଛି ଏକଧରଣର ଐତିହ୍ୟବାହୀ ଶାରୀରବୃତ୍ତ ମାନସିକ ସାଧନ ପ୍ରଣାଳୀ। ଆମ ଦେଶ ଭାରତ ହିଁ ଯୋଗର ଜନ୍ମଭୂମି। ‘ଯୋଗ’ ଶବ୍ଦଟିର ଆକ୍ଷରିକ ଅର୍ଥ ‘ଯୁକ୍ତ କରିବା’ ବା ଐକବଦ୍ଧ କରିବା’।
ସମ୍ପ୍ରତି ଯୋଗ ସାରା ବିଶ୍ୱରେ ବେଶ୍‌ ଜନପ୍ରିୟ ହୋଇଉଠିଛି। ଯୋଗକୁ ଆହୁରି ବ୍ୟାପକ ଭାବରେ ବିଶ୍ୱରେ ପ୍ରତିଷ୍ଠିତ କରାଇବା ଉଦ୍ଦେଶ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଡିସେମ୍ବରରେ ଜାତିସଂଘର ସାଧାରଣ ପରିଷଦ ବୈଠକରେ ପ୍ରତିବର୍ଷ ଜୁନ୍‌ ୨୧ ତାରିଖକୁ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଭାବରେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ୧୭୭ ରାଷ୍ଟ୍ର। ତେବେ ଏଥିପାଇଁ ଜୁନ୍‌ ୨୧କୁ ଚୟନ କରିବାର କାରଣ ହେଲା ଏହି ଦିନ ସୂର୍ଯ୍ୟ ଆକାଶରେ ସବୁଠାରୁ ଉତ୍ତରରେ କର୍କଟକ୍ରାନ୍ତି ଉପରେ ପହଞ୍ଚତ୍ଥାନ୍ତି ଓ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଏହି ଦିବସଟି ବର୍ଷରେ ଦୀର୍ଘତମ। ୨୦୧୫ରୁ ଜୁନ୍‌ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ଉକ୍ତ ଦିବସର ବାର୍ତ୍ତା ରହିଛି ‘ମହିଳା ସଶକ୍ତୀକରଣ ପାଇଁ ଯୋଗ’। ଏହି ବାର୍ତ୍ତାର ତାତ୍ପର୍ଯ୍ୟ ହେଉଛି ଯୋଗ ମାଧ୍ୟମରେ ମହିଳାମାନଙ୍କର ଶାରୀରିକ ଓ ମନସ୍ତାତ୍ତ୍ୱିକ ସୁସ୍ଥତା ଲାଭ। ସେମାନଙ୍କର ଶାରୀରିକ, ମନସ୍ତାତ୍ତ୍ୱିକ, ଆବେଗିକ, ସାମାଜିକ ଓ ଆଧ୍ୟାତ୍ମିକ ସ୍ବାସ୍ଥ୍ୟ ପ୍ରାପ୍ତି ପାଇଁ ଯୋଗ ଏକ ବଳିଷ୍ଠ ମାଧ୍ୟମ। ମହିଳାମାନଙ୍କର ରହିଛି କେତେକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସମସ୍ୟା ଓ ସେହିସବୁ ସମସ୍ୟାର ଉପଶମ ପାଇଁ ଯୋଗ ବେଶ୍‌ ସହାୟକ ହୋଇପାରିବ।
ମହିଳାମାନେ ପରିବାରର ମେରୁଦଣ୍ଡ ସଦୃଶ। ସେମାନଙ୍କର ସାମୂହିକ ଶକ୍ତି ମଧ୍ୟ ରାଷ୍ଟ୍ର ତଥା ବିଶ୍ୱର ମେରୁଦଣ୍ଡ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ମହିଳାମାନେ ସମାଜରେ ଅବହେଳିତ ହେଲେ ପରିବାରରେ ଶିଶୁ ବୃଦ୍ଧାବୃଦ୍ଧ, ରୋଗୀ ଓ ଅତିଥିମାନେ ଅବ ହେଳିତ ହୋଇପଡିବେ। ସୁତରାଂ ମହିଳାମାନେ ସୁସ୍ଥ ଏବଂ ସଶକ୍ତ ରହିବା ସମାଜ ତଥା ରାଷ୍ଟ୍ରର ସ୍ବାର୍ଥ ପାଇଁ ଅପରିହାର୍ଯ୍ୟ।
ଏହି ଦିବସ ପାଳନର ମୁଖ୍ୟ ଉଦ୍ଦ୍ୟେଶ ହେଲା ଯୋଗର ବିଭିନ୍ନ ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରେଇବା ଏବଂ ସୁସ୍ଥ ରହିବା ନିମନ୍ତେ ନିୟମିତ ଯୋଗ ବ୍ୟାୟାମ କରିବା ନିମିତ୍ତ ସେମାନଙ୍କୁ ଅନୁପ୍ରେରଣା ଦେବା।
ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଆଧ୍ୟାତ୍ମିକତାର ବିକାଶ କରେଇବାରେ ଯୋଗର ଭୂମିକା ଅତୁଳନୀୟ ବୋଲି କୁହାଯାଇ ଆସୁଅଛି। କିନ୍ତୁ ଯୋଗ ବିଜ୍ଞାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ହେଉଛି, ଏହା ଶାରୀରିକ ଓ ମନସ୍ତାତ୍ତ୍ୱିକ ଉଭୟ ସ୍ତରରେ ସନ୍ତୁଳନ ରକ୍ଷା କରିବା ପାଇଁ ସମର୍ଥ। ପୃଥିବୀରେ ସମ୍ପ୍ରତି ପରିଲକ୍ଷିତ ହେଉଛି ଦ୍ରୁତ ସାମାଜିକ ରୂପାନ୍ତର। ଫଳରେ ମାନବ ସମାଜ ଏବେ ଅସାଧାରଣ ଭାବେ ବିଭ୍ରାନ୍ତ। ମାତ୍ର ମାନସିକ ଓ ଶାରୀରିକ ସନ୍ତୁଳନ ଉପଭୋଗ କରିପାରିଲେ ଜୀବନର ଯାବତୀୟ ଝଡଝଞ୍ଜା ଅତିକ୍ରମ କରିଯିବା ସହଜସାଧ୍ୟ ହୋଇଥାଏ। ଏହି ଉଦ୍ଦ୍ୟେଶ ଚରିତାର୍ଥ କରିଥାଏ ଯୋଗ। ସମ୍ପ୍ରତି ବଢ଼ି ଚାଲିଛି ମାନସିକ ଚାପ, ଉତ୍କଣ୍ଠା, ଉଦ୍‌ବିଘ୍ନତା। ହେଲେ ହରମୋନଗୁଡିକର କ୍ଷରଣକୁ ପ୍ରଭାବିତ କରି ଯୋଗ ମନ ଓ ଶରୀର ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇଥାଏ। ନିୟନ୍ତ୍ରିତ ହୋଇ ରହେ ରକ୍ତଚାପ। ଅନୁକୂଳ ଭାବରେ ପ୍ରଭାବିତ ହୁଏ ମସ୍ତିଷ୍କ କାର୍ଯ୍ୟ ଏବଂ ଶରୀରର ପ୍ରତିରକ୍ଷା ତନ୍ତ୍ର ଉପରେ ପଡେ ସନ୍ତୋଷଜନକ ପ୍ରଭାବ। ନିଜ ଦୈନନ୍ଦିନ ଜୀବନଶୈଳୀରେ ଯୋଗକୁ ଏକ ଅବିଚ୍ଛେଦ୍ୟ ଅଙ୍ଗ ରୂପେ ଗ୍ରହଣ କରିନେଲେ ସମସ୍ତଙ୍କର ସ୍ବାସ୍ଥ୍ୟ ଯେ ଅତୁଟ ରହିପାରିବ, ଏହା ନିଃସନ୍ଦେହ।
-ଡା. ନିତ୍ୟାନନ୍ଦ ସ୍ବାଇଁ,
‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ, ମୋ: ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri