ଆଇପିଓ ଲଞ୍ଚ୍‌ କରିବ ଓଲା; ସେବିର ଅନୁମୋଦନ

ଭୁବନେଶ୍ୱର,,୨୧।୬(ଅନୁରାଧା ମହାରଣା): ଇନିସିଆଲ ପବ୍ଲିକ ଅଫର (ଆଇପିଓ) ଆରମ୍ଭ କରିବା ପାଇଁ ଓଲା ଇଲେକ୍ଟ୍ରିକ ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (ସେବି)ରୁ ଅନୁମୋଦନ ଲାଭ କରିଛି। ଓଲା ଭାରତର ସର୍ବବୃହତ୍‌ ବୈଦ୍ୟୁତିକ ଦୁଇଚକିଆ ଉତ୍ପାଦନକାରୀ ସଂସ୍ଥା ହୋଇଥିବାବେଳେ ବେଙ୍ଗାଲୁରୁସ୍ଥିତ କମ୍ପାନୀ ଆଇପିଓ ପାଇଁ ରେଡ୍‌ ହେରିଙ୍ଗ ପ୍ରୋସ୍‌ପେକ୍ଟସ (ଡିଆର୍‌ଏଚ୍‌ପି) ଡ୍ରାଫ୍ଟ ୨୦୨୩ ଡିସେମ୍ବର ୨୨ରେ ସେବିରେ ଦାଖଲ କରିଥିଲେ।

ଏହାସହ ସେବି ଆଇପିଓ ଲଞ୍ଚ କରିବା ପାଇଁ ଏମ୍‌କ୍ୟୋର ଫାର୍ମାସ୍ୟୁଟିକାଲ୍ସକୁ ମଧ୍ୟ ଅନୁମତି ଦେଇଛି। ଆଇପିଓ ଆଣିବା ପାଇଁ କମ୍ପାନୀ ଗତ ସପ୍ତାହରେ ଡିଆର୍‌ଏଚ୍‌ପି ଦାଖଲ କରିଥିଲା। ଡିଆର୍‌ଏଚ୍‌ପି ଅନୁଯାୟୀ, ଓଲା ଇଲେକ୍ଟ୍ରିକ ବିକ୍ରୟ ପାଇଁ ଅଫର ମାଧ୍ୟମରେ ୯.୫୨ ମିଲିୟନ ଶେୟାର ବିକ୍ରୟ କରିବାକୁ ଏବଂ ନୂତନ ଶେୟାର ପ୍ରଦାନ କରି ୫,୫୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ପ୍ରସ୍ତାବ ଦେଇଥିଲା। ଏହି କ୍ରମରେ କମ୍ପାନୀ ପ୍ରତିଷ୍ଠାତା ଭବଶ ଅଗ୍ରୱାଲ କେବଳ ୪.୭୩ କୋଟି ଶେୟାର ବିକ୍ରି କରିବାକୁ ଯାଉଛନ୍ତି। ଏମ୍‌କ୍ୟୋର୍‌ ଫାର୍ମାସ୍ୟୁଟିକାଲ୍ସ ୮୦୦ କୋଟି ଟଙ୍କା ମୂଲ୍ୟର ନୂତନ ଇକ୍ୱିଟି ଶେୟାର ପ୍ରଦାନ କରିବ ଏବଂ କମ୍ପାନୀର ନିବେଶକମାନେ ଓଏଫ୍‌ଏସ୍‌ ମାଧ୍ୟମରେ ୧.୩୬ କୋଟି ଇକ୍ୱିଟି ଶେୟାର ବିକ୍ରି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri