Posted inଖେଳ

ସ୍ତ୍ରୀଙ୍କ ଚମତ୍କାର ଶତକ ଦେଖି ଝୁମିଉଠିଲେ ଏହି ପ୍ରସିଦ୍ଧ ଖେଳାଳି

ବିଗ୍‌ ବାସ୍‌ ଲିଗ୍‌ରେ ରବିବାର ଏଲିସା ହିଲିଙ୍କ ଚମତ୍କାର ଶତକୀୟ ଇନିଂସ ଯୋଗୁ ସିଡନୀ ସିକ୍ସର୍ସ ମେଲବୋର୍ଣ୍ଣକୁ ୫ ଉଇକେଟ୍‌ରେ ବିଜୟ ହାସ କରିଛି। ଏହି ମ୍ୟାଚ ବର୍ଷା ପ୍ରଭାବିତ ହୋଇଥିଲା ଏବଂ ମେଲବୋର୍ଣ୍ଣ ୧୯ ଓଭରରେ ୧୭୯ ରନ ସଂଗ୍ରହ କରିଥିଲା। ନିୟମ ଅନୁଯାୟୀ, ଜିତିବା ପାଇଁ ସିଡନୀ ଆଗରେ ୧୮୪ ରନ ଲକ୍ଷ୍ୟ ଥିଲା। ସିଡନୀ ୧୮.୪ ଓଭରରେ ବିଜୟ ହାସଲ କରିଥିଲା। ହିଲି ୫୨ ବଲରୁ ୧୫ଚୌକା ଏବଂକା ଓ ୬ ଛକା ସହ ୧୧୧ରନ କରିଥିଲେ। ସେ ୪୮ଟି ବଲରୁ ଶତକ ପୂରଣ କରିଥିଲେ। ସେ ଶତକ ପୂରଣ କରିବା ପରେ ସେଠାରେ ଉପସ୍ଥିତ ଥିବା ପ୍ରଶଂସକ ଏବଂ ସାଥୀମାନେ ତାଙ୍କୁ କରତାଳି ଦେଇ ଉତ୍ସାହିତ କରିଥିଲେ। ଏହି ସମୟରେ ତାଙ୍କ ସ୍ବାମୀ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ଆନନ୍ଦରେ ଡେଇଁପଡିଥିଲେ। ତାଙ୍କ ସ୍ତ୍ରୀଙ୍କ ମ୍ୟାଚ ଦେଖିବା ପାଇଁ ଷ୍ଟାର୍କ ଷ୍ଟାଡିୟମରେ ଉପସ୍ଥିତ ଥିଲେ ଏବଂ ସେ ହିଲିଙ୍କୁ କରତାଳି ଦେଇ ଚିୟର କରିଥିଲେ। ହିଲି ଏବଂ ଷ୍ଟାର୍କଙ୍କ ପ୍ରେମ କାହାଣୀ ବେଶ୍‌ ରୋଚକ। ପ୍ରାୟ ୯ ବର୍ଷ ପରସ୍ପରକୁ ଡେଟ କରିବା ପରେ ଏପ୍ରିଲ ୨୦୧୬ରେ ଦୁହେଁ ବିବାହ କରିଥିଲେ। ମହିଳା ବିଗ ବାସ୍‌ ଲିଗରେ ଏହା ହିଲିଙ୍କ ୪ର୍ଥ ଶତକ ଥିଲା। ୧୧୧ ରନ ମାରିବା ପରେ ସେ ଟେସ ଫ୍ଲିଣ୍ଟଫଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri