ମହିଳାଙ୍କ ଅଶ୍ଳୀଳ ଭିଡିଓ, ଫଟୋ ଭାଇରାଲ: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୨ା୧୨(ସତ୍ୟଜିତ୍‌ ରାଉତ): ସମ୍ପର୍କରେ ବିଷ ଦେଲେ ଯୁବକ। ମହିଳାଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ଭାଇରାଲ କରିବାର ଧମକ ଦେବା ସହ ବ୍ଲାକମେଲ୍‌ କରି ନେଇଗଲେ ୪.୯୬ ଲକ୍ଷ। ତେବେ ଅଧିକ ଟଙ୍କା ନ ପାଇବାରୁ ତାଙ୍କ ଫଟୋ ଓ ଭିଡିଓ ଭାଇରାଲ କରିଦେଲେ। ଏହି ମାମଲାରେ ଭୁବନେଶ୍ୱର ମହିଳା ଥାନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ଯୁବକଙ୍କୁ ଶନିବାର ଗିରଫ କରିଛି। ସେ ହେଲେ ଭୁବନେଶ୍ୱର ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଅଞ୍ଚଳର ମନୋରଞ୍ଜନ ଖଟେଇ (୨୯)। ତାଙ୍କଠାରୁ ସିମ୍‌ କାର୍ଡ ସମେତ ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା ମୋବାଇଲ ଜବତ ହୋଇଛି। ଅଭିଯୁକ୍ତ ମନୋରଞ୍ଜନଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ମାମଲା ଅନୁଯାୟୀ, ମନୋରଞ୍ଜନ ଏକ କୋରିଅର୍‌ ସଂସ୍ଥାରେ କାମ କରନ୍ତି। ପୀଡିତା ଜଣକ ମନୋରଞ୍ଜନଙ୍କ ଦୂର ସମ୍ପର୍କୀୟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ରହି ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ତେଣୁ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା। ଏହାର ଫାଇଦା ଉଠାଇ ପୀଡ଼ିତାଙ୍କ ଅଜାଣତରେ ତାଙ୍କର କିଛି ଆପତ୍ତିଜନକ ଫଟୋ ଓ ଭିଡିଓକୁ ମନୋରଞ୍ଜନ ନିଜ ପାଖରେ ରଖିଥିଲେ। ତେବେ କିଛିମାସ ତଳେ ଉକ୍ତ ଫଟୋ ଏବଂ ଭିଡିଓକୁ ଭାଇରାଲ୍‌ କରିବାର ଧମକ ଦେଇ ମହିଳାଙ୍କୁ ଟଙ୍କା ମାଗିଥିଲେ ମନୋରଞ୍ଜନ। ଫଳରେ ବିଭିନ୍ନ ପର୍ଯ୍ୟାୟରେ ପୀଡିତା ଜଣକ ତାଙ୍କୁ ୟୁପିଆଇ ଜରିଆରେ ୯୬ ହଜାର ୫୦୦ ଟଙ୍କା ଓ ନଗଦ ଆକାରରେ ୪ ଲକ୍ଷ ଟଙ୍କା ଦେଇଥିଲେ। ଏହାପରେ ବି ମନୋରଞ୍ଜନ ବାରମ୍ବାର ଧମକ ଦେଇ ଟଙ୍କା ମାଗିଥିଲେ। ହେଲେ ମହିଳା ଜଣକ ଟଙ୍କା ଦେବାକୁ ମନା କରିଦେବାରୁ କିଛିଦିନ ତଳେ ମନୋରଞ୍ଜନ ଫଟୋ ଓ ଭିଡିଓକୁ ପୀଡିତାଙ୍କ ପରିବାର ଲୋକଙ୍କୁ ଶେୟାର କରିବା ସହ ନାନା ଧମକ ଦେଇଥିଲେ। ଏନେଇ ପୀଡିତାଙ୍କ ଏତଲାକ୍ରମେ ମହିଳା ଥାନା ପୋଲିସ ଡିସେମ୍ବର ୧୩ରେ ଏକ ମାମଲା (ନଂ.୨୦୬/୨୦୨୪) ରୁଜୁ କରିଥିଲା। ତେବେ ଏହି ମାମଲାରେ ମନୋରଞ୍ଜନଙ୍କର ଜଣେ ବନ୍ଧୁଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବାରୁ ତାଙ୍କୁ ଧରିବାକୁ ପୋଲିସ ପ୍ରୟାସ କରୁଛି। ମନୋରଞ୍ଜନଙ୍କ ନାଁରେ ବାଲିଅନ୍ତା ଥାନାରେ ଏକ ଆପରାଧିକ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

ତେଲଙ୍ଗାନାରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଲାଠୋର,୨୦ା୧(ଭୁବନେଶ୍ୱର ବାରିକ)- ତେଲଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ତୁରେକେଲା ଥାନା ଭାଲୁକୁନା ଗ୍ରାମର...

ଶତାଧିକ ଛତ୍ରୀଛାତ୍ର ଗାଇଲେ ବନ୍ଦେ ମାତରମ୍‌

କେସିଙ୍ଗା,୨୦ା୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ ବନ୍ଦେ ମାତରମ୍‌ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ଖେଳ ପଡିଆଠାରେ...

ମୁଖ୍ୟ ଚିକିତ୍ସାଳୟ ପଛପଟେ ଯୁବକଙ୍କ ମୃତଦେହ , ହତ୍ୟା ନେଇ ବଢୁଛି ସନ୍ଦେହ

ବରଗଡ,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲଖ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଥିବା ଟୁକୁର୍ଲା ଜଳାଶୟରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri