ସ୍ତ୍ରୀ ଲୋକର ଦୁଃଖ

ଆପଣମାନେ ଏହି ଶୀର୍ଷକ ଦେଖି ଭାବୁଥିବେ ସ୍ତ୍ରୀ ଲୋକର ଦୁଃଖ ପୁଣି କ’ଣ! ଦୁଃଖ କାହାର ନାହିଁ ଯେ! ସେ ପୁରୁଷ ହେଉ ବା ସ୍ତ୍ରୀ ସମସ୍ତଙ୍କର କିଛି ନା କିଛି ଦୁଃଖ ଅଛି।
ସତକଥା, ସମସ୍ତଙ୍କ ଜୀବନରେ ଅଳ୍ପ, ବହୁତ ଦୁଃଖ ଅଛି, କଷ୍ଟ ଅଛି। ଦୁଃଖ ନ ଥିଲେ ସୁଖକୁ କ’ଣ ଭୋଗି ହୁଅନ୍ତା! କିନ୍ତୁ ସ୍ତ୍ରୀ ଲୋକର ଦୁଃଖ ଟିକେ ଅଲଗା ପ୍ରକାର। ପ୍ରଥମ ଦୁଃଖ ହେଲା, ଯୋଉ ଘରେ ସିଏ ଜନ୍ମ ହୁଏ, ଯୋଉ ମା’ ବାପା, ପରିବାରର ସ୍ନେହ ପାଇଁ ସେ ବଡ ହୁଏ କିଛି ବର୍ଷ ପରେ ତାକୁ ସେ ଘର ଛାଡ଼ି ପର ଘରକୁ ଆସିବାକୁ ପଡେ। ସେହି ଘରେ ସେ କାହାକୁ ଚିହ୍ନି ନ ଥାଏ,ଜାଣି ନ ଥାଏ, ସେମାନଙ୍କ ସହ ତା’ର କୌଣସି ରକ୍ତ ସମ୍ପର୍କ ନ ଥାଏ। କିନ୍ତୁ ସେଇ ପରଲୋକମାନଙ୍କୁ ତାକୁ ନିଜର କରିବାକୁ ପଡେ। ତାକୁ କ’ଣ ଖାଇବାକୁ ଭଲ ଲାଗେ, କ’ଣ କରିବାକୁ ଭଲ ଲାଗେ, ତା’ର ଇଚ୍ଛା, ଅନିଚ୍ଛା ଉପରେ କାହାର ଗୁରୁତ୍ୱ ନ ଥାଏ। ତାକୁ କିନ୍ତୁ ସେ ଘରର ସମସ୍ତଙ୍କର ଭଲ ମନ୍ଦ ବୁଝି ଘରକୁ ଚଳେଇ ନେବାକୁ ପଡେ। ବାପଘରେ ଯେତେ ଅଲିଅଳରେ ବଢିଥିଲେ ବି ଶାଶୁଘରେ ତା’ର ସେ ଅଲିଅଳ ସରିଯାଏ। ସେଇ ଘର ଯେଉଁ ଘରେ ସିଏ ଜନ୍ମ ହୋଇଥାଏ, ଯେଉଁ ଘରେ ସେ ଛୋଟରୁ ବଡ ହୋଇଥାଏ ସେଇ ଘରକୁ ଯିବାକୁ ତାକୁ ପୁଣି ଅନ୍ୟର ମତାମତ ଓ ଅନୁମତି ନେବାକୁ ହୁଏ।
ଦେହ ଖରାପ ସମସ୍ତଙ୍କର ହୁଏ, କିନ୍ତୁ ସ୍ତ୍ରୀ ଲୋକର ଦେହ ଖରାପ ହେଲେ ଆହୁରି ଦୁଃଖ। ସେଇ ଅସୁସ୍ଥତା ଭିତରେ ବି ତାକୁ ଘରକଥା ବୁଝିବାକୁ ପଡେ, ରୋଷେଇ କରିବାକୁ ପଡେ, ଛୁଆପିଲାଙ୍କ କଥା ବୁଝିବାକୁ ପଡେ। ତା’ ଦେହରେ ମୁଣ୍ଡରେ ହାତ ମାରିବାକୁ କିନ୍ତୁ କେହି ନ ଥାନ୍ତି। ଘରେ ସ୍ତ୍ରୀ ଲୋକଟିର ଦେହ ଖରାପ ହେଲେ ଘର ଯେମିତି ଅଚଳ ହେଲାପରି ଲାଗେ। ପରିବା କାଟୁ କାଟୁ ପନିକିରେ କେତେଥର ତା’ ହାତ କଟେ, ରୋଷେଇ କଲାବେଳେ କେତେଥର ତା’ ହାତରେ ଚିଆଁ ଲାଗେ ତା’ର ହିସାବ ନ ଥାଏ।ସେଇ କଟା ହାତର ଦରଜରେ ବି ସେ ବାସନ ମାଜେ, ପୁଣି ପରିବା କାଟେ। ଚିଆଁ ଲାଗିଗଲା ତ ପେଷ୍ଟ ଟିକେ ମାରି ପୁଣି କାମ କରିଯାଏ। ଏସବୁ ତ ଅତି ସାମାନ୍ୟ କଥା ତା’ ପାଇଁ।
ଘରର ସବୁକାମ ସାରି ଶେଷରେ ବିଛଣାକୁ ଯାଏ, କିନ୍ତୁ ସମସ୍ତଙ୍କ ଆଗରୁ ବିଛଣା ଛାଡ଼ି ପୁଣି ତା’ କାମରେ ଲାଗି ପଡେ। ବେଳେବେଳେ ତା’ ଶରୀର ବି ଚାହେଁ ଟିକେ ବିଶ୍ରାମ! କିନ୍ତୁ ତା’ର ଦାୟିତ୍ୱ ଓ କର୍ତ୍ତବ୍ୟ ଆଗରେ ବିଶ୍ରାମ ପାଇଁ ତା’ ପାଖରେ ସମୟ ନ ଥାଏ। ଯଦି ସ୍ତ୍ରୀଲୋକଟି କର୍ମଜୀବୀ ହୋଇଥାଏ ତା’ ଦୁଃଖ କଥା ନ କହିବା ଭଲ। କେତେ ପ୍ରକାର ପ୍ରତିକୂଳ ପରିସ୍ଥିତି ଦେଇ ସେ ଗତି କରେ ତାହା କେବଳ ଜଣେ ଅନୁଭବୀ ହିଁ ବୁଝିପାରିବ। ସ୍ବାମୀ, ସ୍ତ୍ରୀ ଉଭୟେ କର୍ମଜୀବୀ ହୋଇଥିଲେ ବେଶି ତ୍ୟାଗ ସ୍ତ୍ରୀକୁ ହିଁ କରିବାକୁ ପଡିଥାଏ। ଘର କାମ, ପିଲାଙ୍କ କାମ, ବାହାର କାମ ଭିତରେ ସେ ପେଷି ହୋଇଯାଏ। କର୍ମକ୍ଷେତ୍ରରେ ମଧ୍ୟ ତା’ ପାଇଁ କେତେପ୍ରକାର ପ୍ରତିବନ୍ଧକ ଥାଏ।
ଆଉ ଜାଣିଛନ୍ତି, ଘର ହେଉ କି ପରିବାର ହେଉ ଯେଉଁଠି କିଛି ଖରାପ ହେଲା, କିଛି ଅସୁବିଧା ହେଲା ସବୁ ଦୋଷ ସ୍ତ୍ରୀ ଲୋକର ହୋଇଥାଏ। ଏଇ ଯେମିତି ଯଦି ପିଲାଟିଏ କିଛି ଭୁଲ କାମ କରିଦେଇଛି ତେବେ ସବୁ ଦୋଷ ତା ମା’ର, ଯଦି କିଛି ଭଲ କାମ କରିଛି ତେବେ ସବୁ ଶ୍ରେୟ ବାପାର। ଘରେ ଆଜି ଭଲ ଭଲ ଖାଇବା ଜିନିଷ ହୋଇଛି। ସମସ୍ତେ ପେଟ ପୂରେଇ ଖାଇସାରିବା ପରେ ଯଦି ବଳିବ ତେବେ ସ୍ତ୍ରୀ ଲୋକଟି ଖାଇବ। ଅବଶ୍ୟ ଏଥିରେ ସ୍ତ୍ରୀ ଲୋକର ଖୁସିଥାଏ। ଘରର ସମସ୍ତେ ଭଲରେ ଖାଇଲେ କୁଆଡ଼େ ତା’ ପେଟ ପୂରିଯାଏ। କିନ୍ତୁ ସେଇ ଘର ଲୋକମାନଙ୍କର ବି ତା’ ପ୍ରତି କିଛି କର୍ତ୍ତବ୍ୟ ଅଛି ସେଇଟା ସମସ୍ତେ ଭୁଲି ଯାଆନ୍ତି।
ସମସ୍ତଙ୍କୁ ଖୁସି କରିବାକୁ ଯାଇ ସ୍ତ୍ରୀ ଲୋକଟି ନିଜ ଖୁସି ଟିକକ ଭୁଲିଯାଏ। ସ୍ବାମୀ, ପିଲାଙ୍କ ଖୁସିରେ ସେ ଖୁସି ହୁଏ। କିନ୍ତୁ କେବେ ଯଦି ସେ ନିଜ ଖୁସି ପାଇଁ କିଛି କରେ ତାକୁ ସେତିକି ସହଯୋଗ ମିଳେନାହିଁ। ତା’ର ବି ଗୋଟେ ମନ ଅଛି, ହୃଦୟ ଅଛି,ସେ ବି ଟିକେ କାହାଠାରୁ ସ୍ନେହ,ଆଦର ଚାହେଁ ଏକଥା ସମସ୍ତେ ଭୁଲିଯାଆନ୍ତି। ସ୍ତ୍ରୀ ଲୋକଟିଏ ସବୁ ସହିଯାଏ, କିନ୍ତୁ ତାକୁ ବି କଷ୍ଟ ହୁଏ, ତା’ ଆଖିରୁ ବି ଲୁହ ଝରେ,ତା’ ସ୍ବାଭିମାନକୁ ବି ବାଧା ହୁଏ,ଏକଥା ବୋଧହୁଏ କେହି ବୁଝନ୍ତିନି। ହୃଦୟ ଭିତରେ ପାହାଡ଼ ପାହାଡ଼ ଦୁଃଖକୁ ଚାପିରଖି ସମସ୍ତଙ୍କୁ ଖୁସି କରିବାକୁ ତାକୁ ଉପରେ ହସିବାକୁ ପଡେ,ଏଇଟା କ’ଣ କମ୍‌ ଦୁଃଖର କଥା। ଜନ୍ମରୁ ତା’ପ୍ରତି ପାତରଅନ୍ତର। ଝିଅ ହୋଇ ଜନ୍ମ ହେଲେ ଦୁଃଖ, ଝିଅ ଜନ୍ମ କଲେ ଦୁଃଖ। ସବୁଠାରୁ ବଡ଼ ଦୁଃଖ ହେଲା ତା’ର ଦୁଃଖକୁ ସେ କାହା ଆଗରେ ପ୍ରକାଶ କରିପାରେନି। ଶାଶୁଘରର ଦୁଃଖ, କଷ୍ଟ, ଅସୁବିଧା ବୋଉ, ବାପାଙ୍କ ଆଗରେ କହିପାରେନି, କାଳେ ସେମାନେ ମନଦୁଃଖ କରିବେ। ସବୁ ଦୁଃଖକୁ ସହିଯିବା ବି ଆଉ ଗୋଟେ ଦୁଃଖ ନୁହେଁ କି।
ଆମେ ନାରୀ ସଶକ୍ତୀକରଣର କଥା କହୁ, କିନ୍ତୁ ପରିବାର ଭିତରେ ଯେକୌଣସି ନିଷ୍ପତ୍ତି ନେବାର ଥିଲେ ସ୍ତ୍ରୀ ଲୋକଙ୍କ ମତକୁ ଗୁରୁତ୍ୱ ଦିଆଯାଏନି। ଜନ୍ମରୁ ମୃତ୍ୟୁ ଯାଏ କେତେପ୍ରକାର ଦୁଃଖ ଝିଅଟିର, କେତେ ପ୍ରକାର ଦୁଃଖ ସ୍ତ୍ରୀ ଲୋକଟିର। କିନ୍ତୁ ସେଇ ଦୁଃଖର ଦରିଆ ଭିତରୁ ସୁଖର ମଣି ମୁକ୍ତା ଖୋଜିବାର ଶକ୍ତି ଈଶ୍ୱର ଦେଇଛନ୍ତି ତାକୁ। ନିଜର ଅପର୍ଯ୍ୟାପ୍ତ ସହନଶୀଳତା ଓ ତ୍ୟାଗ ମନୋବୃତ୍ତି ଯୋଗୁ ସବୁ ଦୁଃଖକୁ ସହିଯାଇ ସେ ହସିପାରେ।

ଅନୁଲିପ୍ତା ମିଶ୍ର
ସହକାରୀ ଶିକ୍ଷୟିତ୍ରୀ,
ମହିଳା ଉଚ୍ଚବିଦ୍ୟାଳୟ, ଜଗତ୍‌ସିଂହପୁର
ମୋ:୯୯୩୮୪୦୦୨୦୫


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri