କଟକ, ୨୬।୫(ପ୍ରଭୁକଲ୍ୟାଣ ପାଲ): ପୁରୀଘାଟ ଥାନା ଅନ୍ତର୍ଗତ କାଠଯୋଡି ନଦୀ ପଠାରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କ ଶରୀର ଅର୍ଦ୍ଧ ଉଲଗ୍ନ ହୋଇ ରହିଥିବା ବେଳେ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ଅନୁମାନ କରାଯାଉଛି ।
କେଉଁ ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ହୋଇଛି, ମହିଳା ଜଣକ କିଏ, ହତ୍ୟା କରି ତାଙ୍କୁ ନଦୀ ପଠାରେ ଫୋପାଡି ଦିଆଯାଇଛି କି ଏଭଳି ଅନେକ ପ୍ରଶ୍ନ ରହସ୍ୟ ଘେରରେ ରହିଥିବା ବେଳେ ତାକୁ ନେଇ ତନାଘନା ଜାରି ରହିଛି । କହିରଖୁଛୁ କି, ଗତ ୨୧ ତାରିଖରେ ତ୍ରିଶୁଳିଆ କାଠଯୋଡ଼ି ନଦୀ ପଥରେ ଜନେ ମହିଳାଙ୍କ ଗଳିତ ଶବ ବାଲି ଭିତରୁ ମିଳିଥିଲା । ଯାହାର ଚିହ୍ନଟ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ ।