ବୁଦାରୁ ମିଳିଲା ମହିଳାଙ୍କ ମୃତଦେହ

ଯୋଡ଼ା,୨୫।୧୦(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅଧୀନ କମଳପୁର ଗ୍ରାମରେ ସୋମବାର ଏକ ବୁଦା ଭିତରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି।

ମିଳିଥିବା ସୂଚନା ମୁତାବକ, କମଳପୁର ଗ୍ରାମ ନିକଟ ରାସ୍ତାରେ ବୁଦା ଭିତରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଏବଂ ସେଥିରୁ ଦୁର୍ଗନ୍ଧ ହେଉଥିବା ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ପରେ ମହିଳାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି।