କପିଳଧାର ଜଳପ୍ରପାତ ନିକଟରୁ ମହିଳାଙ୍କ ମୃତଦେହ ଜବତ

ପାଇକମାଳ,୧୩ା୫(ବଡ଼ ଶତପଥୀ): ପାଇକମାଳ ନୃସିଂହନାଥ ମନ୍ଦିରରୁ ପାଞ୍ଚକିମି ଦୂର କପିଳଧାର ଜଳପ୍ରପାତ ନିକଟରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ବୁଧବାର ସ୍ଥାନୀୟ ପୋଲିସ ଜବତ କରିଛି । ପାଇକମାଳ ଥାନା ଅଧିକାରୀ କୈଳାସ ପ୍ରଧାନ ଖବର ପାଇ ଦମକଳ କର୍ମଚାରୀଙ୍କ ସହ କପିଳଧାର ଜଳପ୍ରପାତ ନିକଟକୁ ଯାଇଥିଲେ। ସେଠାରେ ଜଣେ ପ୍ରାୟ ୨୩ ବର୍ଷୀୟା ମହିଳା ପଡ଼ିଥିବା ଦେଖିବାକୁ ପାଇଥିଲେ, ମୃତାଙ୍କୁ ଦମକଳ କର୍ମଚାରୀମାନେ ତଳକୁ ଆଣିଥିଲେ।

ଏହି ସମୟରେ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ସିନ୍ଧୁସୂତା ପାତ୍ର, ଆଇଆଇସି କୈଳାସ ପ୍ରଧାନ, ଦମକଳ କର୍ମଚାରୀ ନିରଞ୍ଜନ ବାରିକ, ଶେଷଦେବ ପୁଟେଲ, ସରୋଜ ବେହେରା, ବିକାଶ ସୋରେନ, ବିହାରିଲାଲ ବାଗ, ମୁନିଲାଲ ବନ୍‌ଛୋର ପ୍ରମୁଖ ଉପସ୍ଥିତ ଥିଲେ। ଏ ନେଇ ପାଇକମାଳ ଥାନାରେ ଏକ ମାମଲା(ନଂ.୭/୨୬) ରୁଜୁକରି ପୋଲିସ ତଦନ୍ତ ଚଳାଇଛି।

 

Dharitri – Odisha’s No.1 Odia Daily

Share