Posted inଫୁରସତ

ଲକ୍‌ଡାଉନ୍‌ରେ ପ୍ରେମିକ ସହ ରହିବାକୁ ଯାଇଥିଲେ ଯୁବତୀ, ଘରକୁ ଫେରିବା ପରେ ଦେଖିଲେ ଏଭଳି ଦୃଶ୍ୟ

ମହାମାରୀ କରୋନା କବଳରେ ସାରା ବିଶ୍ୱ। ଲକ୍‌ଡାଉନ୍‌ରେ ଫସି ରହିଛନ୍ତି କୋଟି କୋଟି ଲୋକ। ସଂକ୍ରମଣକୁ ଭୟ କରି କିଛି ଲୋକ ସହର ଛାଡ଼ି ଗାଁ ମୁହାଁ ହୋଇଛନ୍ତି। ଏପରି ଏକ ଘଟଣା କ୍ରମରେ ଫ୍ରାନ୍ସର ଜଣେ ଯୁବତୀଙ୍କ ସହ ଆଶ୍ଚର୍ଯ୍ୟକର ଘଟଣା ଘଟିଛି।

ଯୁବତୀଙ୍କ ଳକ୍‌ଡାଉନ୍‌ରେ ସହରରେ ଥିବା ନିଜ ଫ୍ଲାଟ୍‌ ବନ୍ଦ କରି ଗାଁରେ ଥିବା ନିଜ ଘରକୁ ଚାଲିଯାଇଥିଲେ। ୩ ମାସ ପରେ ସେ ଫେରିବା ପରେ ନିଜ ରୋଷେଇଘରର ଅବସ୍ଥା ଦେଖି ଚମକି ପଡ଼ିଥିଲେ। ରୋଷେଇଘରେ ଗୋଲାପୀ ରଙ୍ଗର ଗାର ଭଳି ସେ ଦେଖିଥିଲେ। ସେ ପ୍ରଥମେ ଏହାକୁ ଏଲିଅନ ଟ୍ରି ବୋଲି ଭାବିଥିଲେ। ପରେ ସେ ଗଛଗୁଡ଼ିକ ତନ୍ନ ତନ୍ନ କରି ଦେଖିଥିଲେ। ପରେ ସେ ମାଟି ଆଳୁ ଗଛ ବୋଲି ଜାଣିବାକୁ ପାଇଥିଲେ।

ଯୁବତୀ ହେଉଛନ୍ତି ଡୋନା ପରୀ। ତାଙ୍କ ବୟସ ୨୨ ବର୍ଷ। ସେ ଟୁଇଟରରେ ରୋଷେଇଘରେ ହୋଇଥିବା ଉକ୍ତ ଗଛର ଫଟୋ ଶେୟାର କରିଥିଲେ। ଏହା ଏବେ ଭାଇରାଲ ହେଉଛି।

ଡୋନା ମାର୍ଚ୍ଚରେ ମାଟିଆଳୁ କିଣି ଘରେ ରଖିଥିଲେ। ପରେ ଲକ୍‌ଡାଉନ୍‌ ହେବା ପରେ ସେ ପ୍ରେମିକଙ୍କ ସହ ସେଲ୍ଫ ଆଇସୋଲେଶନ୍‌ରେ ରହିବାର ନିଷ୍ପତ୍ତି ନେଇଥିଲେ। ହେଲେ ସେ ତିନି ମାସ ପରେ ଘରକୁ ଫେରିବା ପରେ ହଠାତ୍‌ ଚମକି ପଡ଼ିଥିଲେ। ପରେ ସେ କଇଁଚି ସାହାଯ୍ୟରେ ଗଛ ଗୁଡ଼ିକୁ କାଟି ଘର ସଫା କରିଥିଲେ। ଏଥିପାଇଁ ତାଙ୍କୁ ଅନେକ ଘଣ୍ଟା ଲାଗିଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri