Posted inଫୁରସତ

ପ୍ଲାଜ୍‌ମା ବିକି ଡିଜ୍‌ନୀ ଲ୍ୟାଣ୍ଡ ବୁଲୁଛନ୍ତି ମହିଳା

ୱାଶିଂଟନ୍‌: ଫିଲାଡେଲ୍‌ଫିଆର ୨୮ ବର୍ଷୀୟା ଲିଜ୍‌ ଗ୍ରାମଲିଚ୍‌ ନାମ୍ନୀ ଜଣେ ମହିଳା ଡିଜ୍‌ନୀ ୱାଲର୍‌ଡର ମାୟାରେ ପଡିଛନ୍ତି। ସେ ନିଜ ପ୍ଲାଜ୍‌ମା ବିକ୍ରି କରି ନିଜ ଭଉଣୀଙ୍କ ସହିତ ପ୍ରତି ମାସରେ ଅର୍ଲାଣ୍ଡୋସ୍ଥିତ ଡିଜ୍‌ନୀ ୱାଲର୍‌ଡ ବୁଲିବାକୁ ଯାଉଛନ୍ତି। ଫକ୍ସ ନ୍ୟୁଜ ଅନୁଯାୟୀ, ପ୍ଲାଜ୍‌ମା ସମ୍ପର୍କରେ ଯୁକ୍ତି କରି ଗ୍ରାମଲିଚ୍‌ କହିଛନ୍ତି ଯେ, ଏହା ଦ୍ୱାରା ସେ ପରର ଉପକାର କରୁଛନ୍ତି।

ସୂଚନା ଅନୁଯାୟୀ, ଗ୍ରାମଲିଚ୍‌ ୨୦୨୨ ମସିହା ଜାନୁୟାରୀ, ଫେବୃୟାରୀ ଏବଂ ମାର୍ଚ୍ଚରେ ଭଉଣୀଙ୍କ ସହ ଡିଜ୍‌ନୀ ୱାଲର୍‌ଡ ବୁଲି ସାରିଛନ୍ତି। ଏହାସହ ସେ ଏପ୍ରିଲ ମାସ ପାଇଁ ମଧ୍ୟ ଆଗରୁ ଟିକେଟ୍‌ ବୁକ କରିଛନ୍ତି। ତାଙ୍କ ଡିଜନୀ ୱାଲର୍‌ଡ ବୁଲିବା ବିମାନ ଦର ଉପରେ ନିର୍ଭର କରୁଛି। କାରଣ ଯେତେବେଳେ ବିମାନ ଦର କମ୍‌ ଥାଏ। ସେତେବେଳେ ଗ୍ରାମଲିଚ୍‌ ସେଠାକୁ ବୁଲିବାକୁ ଯାଇଥାନ୍ତି। ବୁଲିବା ଅର୍ଥ ଭରଣା ପାଇଁ ସେ ସପ୍ତାହକୁ ୨ ଥର ପ୍ଲାଜ୍‌ମା ବିକ୍ରି କରିଥାନ୍ତି। ଫିଲାଡେଲ୍‌ଫିଆରୁ ଅର୍ଲାଣ୍ଡୋ ବିମାନରେ ଯିବାକୁ ୨ ଘଣ୍ଟା ସମୟ ଲାଗୁଥିବାରୁ ସେ ଗୋଟେ ଦିନରେ ଡିଜ୍‌ନୀ ଲ୍ୟାଣ୍ଡ ବୁଲିବାକୁ ଯାଇପାରିବେ ବୋଲି ୨୦୨୦ରେ ଚିନ୍ତା କରିଥିଲେ, ଯାହା ତାଙ୍କର ପ୍ରଥମ ଯାତ୍ରା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri