Posted inଫୁରସତ

ଅଜଗର ପାଳିଥିଲେ ମହିଳା, ଶେଷରେ ଏମିତି ଘଟିଲା, ଭିଡିଓ ଦେଖିଲେ…

ସାଧାରଣତଃ ଲୋକମାନେ ଗୃହପାଳିତ ପଶୁ ରଖିବାକୁ ଭଲପାଆନ୍ତି। କେହି କେହି ଘରେ କୁକୁର,ବିଲେଇ, ଗାଈ ଏବଂ ଛେଳି ପାଳି ସେମାନଙ୍କର ଯତ୍ନ ନିଅନ୍ତି। ଅନେକ ଦେଶରେ ଲୋକମାନେ ସିଂହ ଏବଂ ବାଘ ପାଳିବାକୁ ମଧ୍ୟ ଭଲ ପାଆନ୍ତି, କିନ୍ତୁ କିଛି ଅଛନ୍ତି, ଯେଉଁମାନେ ସାପ ରଖିବାକୁ ମଧ୍ୟ ପସନ୍ଦ କରନ୍ତି। ଯଦି ସିଂହ-ବାଘ କିମ୍ବା ଅନ୍ୟ ଜୀବମାନଙ୍କୁ ତାଲିମ ଦିଆଯାଏ, ତେବେ ସେମାନେ ବିଶ୍ୱାସଯୋଗ୍ୟ ହୋଇପାରନ୍ତି, କିନ୍ତୁ ସାପ ଏତେ ବିପଜ୍ଜନକ ଯେ, ସେମାନଙ୍କୁ ବିଶ୍ୱାସ କରିବା ଏତେ ସହଜ ନୁହେଁ। ଏଭଳି ପରିସ୍ଥିତିରେ ଲୋକଙ୍କୁ ବହୁତ ସତର୍କ ରହିବାକୁ ପଡ଼ିବ। ଆଜିକାଲି ଜଣେ ମହିଳାଙ୍କ ଘରେ ଏକ ଅଜଗରର ଭିଡିଓ ଭାଇରାଲ ହେବାରେ ଲାଗିଛି।

 

@DailyLoud ନାମକ ଏକ ଟୁଇଟର ପେଜ୍‌ରେ ଏହି ଭିଡିଓଟି ଶେୟାର କରାଯାଇଛି। ଯେଉଁଥିରେ ଜଣେ ମହିଳା ସାପକୁ ଏକ କାଚ ବକ୍ସରୁ ବାହାର କରୁଛନ୍ତି। ଏହି ସମୟରେ ସାପଟି ତାଙ୍କ ଆଡ଼କୁ ମୁଣ୍ଡ ବୁଲାଉଛି ଏବଂ ହଠାତ୍‌ ତାଙ୍କ ହାତ ଉପରେ ଆକ୍ରମଣ କରି ଜୋରରେ ଭିଡ଼ିଧରୁଛି। ଏତେ ଜୋର୍‌ରେ ଅଜଗରଟି ଧରିଥାଏ ଯେ, ଏଥିରୁ ମୁକୁଳିବା ମହିଳାଙ୍କ ପାଇଁ ଅସମ୍ଭବ ଥିଲା। ଏହି ସମୟରେ ଜଣେ ପୁରୁଷ ମହିଳାଙ୍କୁ ସାହାଯ୍ୟ କରିବାକୁ ଆସିଲେ। ଉଭୟେ ସାପ ମୁହଁରୁ ଉଦ୍ଧାର ପାଇଁ ବହୁ ଚେଷ୍ଟା କଲେ। ତଥାପି ସାପଟି ମହିଳାଙ୍କ ହାତକୁ ଛାଡୁ ନ ଥାଏ।

ଲୋକମାନେ ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି
ଏହି ଭିଡିଓକୁ ୮୩ ଲକ୍ଷରୁ ଅଧିକ ଭ୍ୟୁ ମିଳିଥିବାବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏହା ହେଉଛି ସବୁଠାରୁ ବଡ଼ ଭୁଲ୍‌ ଯେ, କେବେ ସାପ ପାଳିବ ନାହିଁ। କାରଣ ସାପକୁ ଯେତେ କ୍ଷୀର ଦେଇ ପୋଷିଲେ ମଧ୍ୟ ସେ ଚୋଟ ମାରିବା କଥା ମାରିବ। ଯାହାକି ଏହି ମହିଳାଙ୍କ କ୍ଷେତ୍ରରେ ଘଟିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri