ସିଡିପିଓଙ୍କୁ ଘେରିଲେ ମହିଳା

ଲୋଇସିଂହା,୨୪।୯(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କନ୍ଦାଜୁରୀ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର-୧ ଦୀର୍ଘ ମାସ ହେଲା ବନ୍ଦ ରହିଛି। ଉକ୍ତ କେନ୍ଦ୍ର ଖୋଲିବା ଦିଗରେ ପ୍ରଶାସନ ଆନ୍ତରିକତା ଦେଖାଉନାହିଁ। ଫଳରେ କେନ୍ଦ୍ର ଅଧୀନରେ ଥିବା ଶିଶୁଙ୍କ ପ୍ରାକ୍‌ଶିକ୍ଷା ଏବଂ ଗ୍ରାମର ଗର୍ଭବତୀ ଓ ପ୍ରସୂତି ସରକାରୀ ସୁବିଧାର ବଞ୍ଚତ୍ତ ରହିଛନ୍ତି। ଉକ୍ତ କେନ୍ଦ୍ର ଖୋଲିବା ଦିଗରେ ଶୁକ୍ରବାର ଗ୍ରାମର ମହିଳାମାନେ ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ସିଡିପିଓ ପ୍ରଜ୍ଞା ବାରିକଙ୍କୁ ଘେରିଥିଲେ। କେବେ କେନ୍ଦ୍ର ଖୋଲିବ ସେ ନେଇ ପ୍ରଶ୍ନ କରିଥିଲେ। ଏହି ମାମଲା ବିବାଦୀୟ ଥିବାରୁ ଉପରିସ୍ଥ ଅଧିକାରୀ ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ସୋମବାର ବଲାଙ୍ଗୀରରେ ଏଡିଏମକୁ ସାକ୍ଷାତ କରିବାକୁ ସେ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ ।
କନ୍ଦାଜୁରୀ ପଞ୍ଚାୟତ ସଦର ଗାଁ ୧ନଂ ଅଙ୍ଗନୱାଡି କେନ୍ଦ୍ରର ହେଲପର ଅବସର ନେବା ପରେ ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ୨୦୨୦ ଡିସେମ୍ବରରେ ଏହି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଗ୍ରାମର ୩ଜଣ ମହିଳା ଆବେଦନ କରିଥିଲେ। ୨୦୨୧ ଫେବୃୟାରୀରେ ହେଲପର ଚୟନ ପାଇଁ ଭୋଟିଂ ହୋଇଥିଲା । ଆବେଦନକାରୀ ୩ଜଣଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ୨୧ଖଣ୍ଡ , ସସ୍ମିତା ପଧାନଙ୍କୁ ୭ ଏବଂ ପଦ୍ମିନୀ ସିଂଙ୍କ ସପକ୍ଷରେ ଖଣ୍ଡିଏ ଭୋଟ ପଡିଥିଲା । ହେଲେ ପକ୍ଷପାତିତା କରି ଏକମାତ୍ର ଭୋଟ ପାଇଥିବା ମହିଳାଙ୍କୁ ବିଭାଗ ପକ୍ଷରୁ ହେଲପର ନିଯୁକ୍ତୁ ଦିଆଯାଇଥିଲା। ଏହାକୁ ନେଇ ଗ୍ରାମରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା  । ସେବେଠାରୁ ଉକ୍ତ କେନ୍ଦ୍ରକୁ ଅଭିଭାବକମାନେ ଶିଶୁଙ୍କୁ ଛାଡୁ ନାହାନ୍ତି କିମ୍ବା କେନ୍ଦ୍ର ଅଧୀନ ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କ ପାଇଁ ରହିଥିବା ସରକାରୀ ସୁବିଧା ଗ୍ରହଣ କରୁନାହାନ୍ତି। ଉକ୍ତ ବିବାଦର ସମାଧାନ ପାଇଁ ଗ୍ରାମବାସୀ ବହୁବାର ଉଦ୍ୟମ କରି ବିଫଳ ହୋଇଛନ୍ତି। ଅପରପକ୍ଷେ ପ୍ରଶାସନ ମଧ୍ୟ ଉକ୍ତ କେନ୍ଦ୍ର ଖୋଲିବା ଦିଗରେ ଆନ୍ତରିକତା ଦେଖାଉନାହିଁ। ଶୁକ୍ରବାର ମହିଳାମାନେ କାର୍ଯ୍ୟାଳୟକୁ ଆସିବା ସମୟରେ ସିଡିପିଓ ଅଫିସରେ ନଥିଲେ। ପରବର୍ତ୍ତି ସମୟରେ ସିଡିପିଓ ପହଞ୍ଚତ୍ବା ପରେ ଆମ ଶିଶୁଙ୍କୁ ଶିକ୍ଷା ଦିଅ, ସ୍ବାସ୍ଥ୍ୟସେବା ଦିଅ କହି କେନ୍ଦ୍ର ଖୋଲିବାକୁ ଦାବି କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri