ପୁଅ ବାହାଘର ପୂର୍ବରୁ ସ୍ତ୍ରୀ’କୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ସୁନ୍ଦରଗଡ,୨୬।୩(ଜୟନାରାୟଣ ମେଣ୍ଡୁଳି/ଅନନ୍ତ ପଟେଲ): ମହୁଲ ଗୋଟାଇବାକୁ ଯାଇଥିବା ବେଳେ ସ୍ତ୍ରୀ’କୁ ପଥରରେ ଛେଚି ହତ୍ୟା କଲେ ସ୍ୱାମୀ। ଏଭଳି ଅମାନବୀୟ କାଣ୍ଡ ଘଟିଛି ସୁନ୍ଦରଗଡ ଜିଲା ତଳସରା ଥାନା ଅନ୍ତର୍ଗତ ହୁଟୁପାନି ଗ୍ରାମରେ। ବୁଧବାର ସକାଳ ପ୍ରାୟ ୮ଟା ବେଳେ ଜଣେ ବ୍ୟକ୍ତି ସ୍ତ୍ରୀ’ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛନ୍ତି।

ସୂଚନା ଅନୁସାରେ ବୁଧବାର ଭୋର ସକାଳ ୭ ଟା ସମୟରେ ଦୁର୍ଗାବତୀ ସିଂ(୪୫) ଓ ରୂପନନ୍ଦ ସିଂ(୫୦) ଜଙ୍ଗଲ ପାଖେଥିବା ନିଜ ମହୁଲ ଗଛର ମହୁଲ ଫୁଲ ଗୋଟାଇବାକୁ ଉଭୟ ଯାଇଥିଲେ। ମହୁଲ ଗୋଟାଉଥିବା ସମୟରେ ହଠାତ ରୁପନନ୍ଦ ସିଂ ପାଖରେ ଥିବା ଏକ ବଡ଼ ପଥରକୁ ଧରି ନିଜର ଦୁର୍ଗାବତୀ ସିଂ ମୁଣ୍ଡ ଛେଚି ଦେଇଥିଲେ। ସେ ଚିତ୍କାର କରୁଥିଲା ମଧ୍ୟ ନରସଙ୍ଘାର ସ୍ୱାମୀ ମୁଣ୍ଡକୁ ଛେଚି ଚାଲିଥିଲା।

ଘଟଣା ସ୍ଥଳରେ ଦୁର୍ଗାବତୀଙ୍କର ମୃତ୍ୟୁ ହୋଇଯାଇଥିଲା ବେଳେ ସ୍ୱାମୀ ଘରକୁ ଯାଇ ନିଜ ବାଇକ ବାହାରକରି କୁଆଡେ ଫେରାର ହୋଇ ଯାଇଥିଲା। ଗ୍ରାମବାସୀ ଖବର ପାଇ ମୃତକଙ୍କ ପୁଅଙ୍କୁ ଖବର ଦେଇଥିଲେ ଓ ପରେ ତଳସରା ଥାନାକୁ ଖବର ଦିଆଯାଇଥିଲା।

ପୋଲିସ ଘଟଣା ସ୍ଥଳ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇ ସୁନ୍ଦରଗଡ ଡାକ୍ତରଖାନାକୁ ପଠାଇଥିଲା ଓ ଆସାମୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଆଉ ତିନିଦିନ ପରେ ମୃତକଙ୍କ ନିଜ ପୁଅ ଚାନ୍ଦପ୍ରସାଦ ସିଂ(୨୨) ର ବିବାହ ଘର ହୋଇଥାନ୍ତା, ବିବାହ ନିମନ୍ତ୍ରଣ ମଧ୍ୟ୍ୟ ବଣ୍ଟା ସରିଥିଲା। ହେଲେ ସାଇତାନ ସ୍ୱାମୀ ଏମିତି କାଣ୍ଡ ଘଟଇଲା ଯେ, ସମଗ୍ର ଅଞ୍ଚଳ ଏହି ଘଟଣାରେ ସ୍ତବ୍ଧ ହୋଇଯାଇଛି।

କିଛି ଗ୍ରାମବାସୀଙ୍କ କହିବା ଅନୁଯାଇ କିଛିବର୍ଷ ପୂର୍ବରୁ ଆସାମୀ ରୁପନନ୍ଦ ନିଜ ଭାଉଜ ଦୁର୍ଗାବତୀଙ୍କୁ ନିଜ ସ୍ତ୍ରୀ କରି ରଖିଥିଲେ ଓ ରୁପନନ୍ଦ ଦୁର୍ଗାବତୀଙ୍କୁ ନିଜ ପୁଅ ଚାନ୍ଦପ୍ରସାଦଙ୍କ ସହ ସମ୍ପର୍କ ନରଖିବାକୁ ବାରମ୍ବାର ବାରଣ କରିଆସୁଥିଲେ। ନିଜ ଗର୍ଭର ପୁଅକୁ ଗୋଟେ ମା’ କିଭଳି ଭୁଲିବ, କିଛିଦିନ ପରେ ପୁଅର ବିବାହ ଥିଲା, ଏସବୁ ଦେଖି ଅହଂକାର, ଇର୍ସାରେ ଜଳୁଥିଲା ରୁପନନ୍ଦ। ଶେଷରେ ରାଗରେ ଏମିତି ଏକ ଅଭାବନୀୟ ଘଟଣା ଘଟାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କରଙ୍କୁ ଏନକାଉଣ୍ଟର: ତିନି ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୧୮।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…

୨୧ ଯାଏ ଝଡ଼ବର୍ଷା: ୬ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୩(ବନ୍ଦନା ସେଠୀ):ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ…

ଚାଷୀ ସମସ୍ୟା ଅସମାହିତ: ଚାଷୀ ସଙ୍ଗଠନ ପକ୍ଷରୁ ସମାଧାନ ଦାବି

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ, ମାତ୍ର ଏହି ଜିଲାରେ ଚାଷ ଏବଂ ଚାଷୀ ସମସ୍ୟା ଅସମାହିତ ରହିଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ଜିଲା…

ଅସୁରକ୍ଷିତ ଗାଡ଼ି ଚାଳକ: ସୁରକ୍ଷା ଦାବିରେ ଏସ୍‌ପିଙ୍କୁ ଫେରାଦ

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଦେଇ ଯାଇଥିବା ରାଜପଥ ସହିତ ବିଭିନ୍ନ ରାସ୍ତାଘାଟରେ ବିଭିନ୍ନ ସମୟରେ ଗାଡ଼ି ଚାଳକଙ୍କୁ ଅଟକାଇ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଆକ୍ରମଣକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ଅର୍ଗଳିରୁ ବାହାରିଆସିଲା ‘ନନ୍ଦାଦେବୀ’: ଚର୍ଚ୍ଚାରେ ଓଡ଼ିଆ ପୁଅ କ୍ୟାପ୍‌ଟେନ ଧୀରଜ ଅଗ୍ରୱାଲ

ବଲାଙ୍ଗୀର,୧୮ା୩(ବୀରେନ୍ଦ୍ର କୁମାର ଝାଙ୍କର):ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର ଘନଘଟା। ଇରାନ୍‌-ଇସ୍ରାଏଲ-ଆମେରିକାର ଘମାଘୋଟ ଲଢ଼େଇ ା ଠିକ୍‌ ଏତିକିବେଳେ ଅତ୍ୟନ୍ତ ସମ୍ବେଦନଶୀଳ ମଧ୍ୟପ୍ରାଚ୍ୟର ହର୍ମୁଜ୍‌ ପ୍ରଣାଳୀ (ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌)ରେ…

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri