Posted inଫୁରସତ

ପୂର୍ବତନ ପ୍ରେମିକଙ୍କୁ ଉପହାରରେ ଦେଇଥିଲେ ଗାଡ଼ି; ବ୍ରେକ୍‌ଅପ୍‌ ପରେ ପ୍ରତିଶୋଧ ପରାୟଣ ହୋଇ ନିଆଁ ଲଗାଇଲେ ଯୁବତୀ; ଭିଡିଓ ଦେଖିଲେ…

ବ୍ୟାଙ୍କକ୍‌: ପୂର୍ବତନ ପ୍ରେମିକଙ୍କଠାରୁ ପ୍ରତିଶୋଧ ନେଲେ ଜଣେ ଯୁବତୀ, ସେ ବି ଏମିତି ଯେ ଶୁଣିଲେ ଆପଣ ଚକିତ ହୋଇଯିବେ। ପ୍ରତିଶୋଧ ନେବାକୁ ସେ ପ୍ରେମିକଙ୍କ ବାଇକରେ ନିଆଁ ଲଗାଇ ଦେଇଛନ୍ତି। ସିସିଟିଭି ଫୁଟେଜରେ ଏହି କାର୍ଯ୍ୟ କଏଦ ହୋଇଥିଲା। ଏବେ ସୋସିଆଲ ମିଡିଆରେ ତାହା ଭାଇରାଲ ହେଉଛି।

ଘଟଣାଟି ଥାଇଲାଣ୍ଡର। ୩୬ ବର୍ଷୀୟ କାନୋକ ଓ୍ବାନ୍‌ ବ୍ୟାଙ୍କକର ଏକ ସ୍କୁଲର ପାର୍କିଂ ସ୍ଥାନରେ ଛିଡ଼ା ହୋଇଥିବା ଦୁଇ ଚକିଆ ଯାନକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। କାରଣ ସେ ତାଙ୍କ ପୂର୍ବ ପ୍ରେମିକଙ୍କଠାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ସେଠାରେ ପହଞ୍ଚିଥିଲେ। ସେତେବେଳକୁ ପାଖରେ ଥିବା ଅନ୍ୟ ୬ଟି ଚକିଆ ଯାନରେ ମଧ୍ୟ ନିଆଁ ଲାଗିଯାଇଥିଲା।

ପୋଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ଶ୍ରୀନଖରିନଭିରୋଟ ବିଶ୍ୱବିଦ୍ୟାଳୟ ପ୍ରସାରମିତ ଡେମୋଷ୍ଟ୍ରେଶନ ସ୍କୁଲ ଭିତରେ ଥିବା ପାର୍କିଂ କୋଠାର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଥିଲା। ମହାମାରୀ ଯୋଗୁ ଛାତ୍ରମାନେ ଘରୁ ଅନଲାଇନ୍‌ କ୍ଲାସ ନେଉଥିବାରୁ କେହି ଆହତ ହୋଇ ନ ଥିଲେ। ତେବେ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପରେ ସେମାନେ ୧୦ ମିନିଟ ମଧ୍ୟରେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ସୁରକ୍ଷା କ୍ୟାମେରା ଫୁଟେଜ ଯାଞ୍ଚ ସମୟରେ ମହିଳାଜଣଙ୍କ ସ୍କୁଲ କର୍ମଚାରୀଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ବୋଲି ଜଣାପଡ଼ିଥିଲା। ବୁଧବାର ତାଙ୍କୁ ଗିରଫ କରାଯାଇଥିଲା। ତେବେ ସେ ପ୍ରେମରେ ଥିବା ସମୟରେ ପୂର୍ବ ପ୍ରେମିକଙ୍କୁ ୨୩ ଟଙ୍କା ମୂଲ୍ୟର ଏକ ବାଇକ ଉପହାରରେ ଦେଇଥିଲେ। ହେଲେ ଉଭୟ ଅଲଗା ହେବାପରେ ସେ ପୁଣିଥରେ ତାଙ୍କ ପାଖକୁ ଫେରିବାକୁ ଚାହୁଁଥିଲେ। ଏଥିରେ ଅରାଜି ହେବାରୁ ସେ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଭିଆରିଥିବା ଜଣାପଡ଼ିଛି। ଏନେଇ ପୋଲିସ ତାଙ୍କୁ ପଚରାଉଚରା କରୁଥିବା ବେଳେ ଘଟଣାର ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri