ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ ଉଲବା ଗ୍ରାମର ପଦ୍ମାବତୀ ମେହେର ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ସୋମବାର ସମଲେଶ୍ୱରୀ ଏକ୍ସପ୍ରେସ୍ ବଲାଙ୍ଗିର ଷ୍ଟେସନରୁ ଯାଉଥିବା ସମୟରେ ପଦ୍ମାବତୀ ରେଳ ଧାରଣା ଉପରେ ଚାଲି ଚାଲି ଆସୁଥିଲେ। ଏହି ସମୟରେ ଝୁଜେନପାଲି ଫାଟକ (ଜେଟି-୯୯) ନିକଟ ୬୮୨/୩୪-୩୬ କିଲୋମିଟର ମଧ୍ୟରେ ସେ ଟ୍ରେନ୍ରେ ପିଟି ହୋଇ ତଳେ ପଡ଼ିଯାଇଥିଲେ।ଘଟଣା ପରେ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଗୁରୁତର ଅବସ୍ଥାରେ ଥିବା ପଦ୍ମାବତୀଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଥିଲା। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ରେଳବାଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ବଲାଙ୍ଗୀର ରେଲୱେ ଷ୍ଟେଶନରୁ ସମଲେଶ୍ୱରୀ ଟ୍ରେନ ଛାଡ଼ିବା ପରେ ପଦ୍ମାବତୀ ଆତ୍ମହତ୍ୟା କରିବା ପାଇଁ ରେଳଲାଇନର ମଝି ଟ୍ରାକରେ ଚାଲିଚାଲି ଆସୁଥିଲେ । ଟ୍ରେନ୍ ଯେତେ ହରନ୍ ବଜାଉଥିଲେ ବି ସେ ଟ୍ରାକରୁ ଉଠି ନ ଥିବା ରେଲେୱ ଫାଟକ ରେ କାର୍ଯ୍ୟରତ ଷ୍ଟାଫ କହିଚନ୍ତି। ମହିଳା ଜଣକ କାହିଁକି ଆତ୍ମହତ୍ୟା କରିବାକୂ ଆସିଥିଲେ ସେ ନେଇ ତଦନ୍ତ ଚାଲିଛି।