Posted inଫୁରସତ

ସ୍ବାମୀ ବହୁତ ଭଲପାଉଛନ୍ତି, ଏଣୁ ତାଙ୍କ ସହ ରହିପାରିବି ନାହିଁ: ଏପରି ଯୁକ୍ତି କରି ମହିଳା ମାଗିଲେ ଛାଡ଼ପତ୍ର..

ସମ୍ଭଲ: ସବୁ ସ୍ତ୍ରୀ ଚାହାନ୍ତି ତାଙ୍କ ସ୍ବାମୀ ତାଙ୍କୁ ବହୁତ ଭଲପାଆନ୍ତୁ। ହେଲେ ଉତ୍ତରପ୍ରଦେଶର ସମ୍ଭଲ ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ସ୍ତ୍ରୀଙ୍କୁ ସ୍ବାମୀଙ୍କ ଭଲପାଇବା ଅଣନିଃଶ୍ୱାସୀ କରିବା ପରି ମନେ ହୋଇଛି। ଏଥିପାଇଁ ସେ ତାଙ୍କ ସହ ରହିବାକୁ ଚାହାନ୍ତି ନାହିଁ। ଏପରିକି ସ୍ବାମୀଙ୍କଠାରୁ ଅଲଗା ହେବାକୁ ନେଇ ସେ ଛାଡ଼ପତ୍ର ମାମଲା ଶରିୟା କୋର୍ଟରେ ଦାୟର କରିଥିବା ସୂଚନା ମିଳିଛି।

ଉକ୍ତ ଜିଲାରେ ରହୁଥିବା ଜଣେ ମହିଳା ବିବାହର ୧୮ ମାସ ପରେ ଛାଡ଼ପତ୍ର ନେବାକୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ସ୍ବାମୀ ମହିଳାଙ୍କ ସହ ଝଗଡ଼ା କରନ୍ତି ନାହିଁ, ବରଂ ବହୁତ ଭଲପାଆନ୍ତି। ଯଦି କୌଣସି ଭୁଲ ସେ କରିଦିଅନ୍ତି, ସେ ତାଙ୍କୁ କ୍ଷମା କରିଦିଅନ୍ତି। ସବୁକଥାକୁ ହସିହସି ମାନି ନିଅନ୍ତି। ଘରର କାମରେ ସହାୟତା କରନ୍ତି। କେବେ କେବେ ତାଙ୍କ ପାଇଁ ରୋଷେଇ ମଧ୍ୟ କରିଦିଅନ୍ତି। ସ୍ବାମୀଙ୍କ ଏଭଳି ବ୍ୟବହାରକୁ ନେଇ ମହିଳା ଚିନ୍ତିତ ହୋଇପଡ଼ିଛନ୍ତି। ଏପରିକି ନିଜର ବୈବାହିକ ଜୀବନରେ ଅଣନିଃଶ୍ୱାସୀ ହେବା ମନେ କରୁଛନ୍ତି। ଏଣୁ ସେ ଛାଡ଼ପତ୍ର ନେବାକୁ ଚାହୁଁଥିବା କୋର୍ଟର ମୌଲବୀଙ୍କ ସମ୍ମୁଖରେ କହିଥିଲେ। ଏହାଶୁଣି ସମସ୍ତେ ଚକିତ ହୋଇଯାଇଥିଲେ। ଅପରପକ୍ଷେ ବ୍ୟକ୍ତିଙ୍କୁ ଏ ବିଷୟରେ ପଚରାଯିବାରେ ସେ ସ୍ତ୍ରୀଙ୍କୁ ବହୁତ ଭଲପାଆନ୍ତି। ସବୁବେଳେ ତାଙ୍କ ଖୁସିକୁ ପ୍ରାଧାନ୍ୟ ଦେଉଥିବା କହିଥିଲେ।

ଉଭୟ ପକ୍ଷକୁ ଶୁଣିବା ପରେ ଅଦାଲତ ମହିଳାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ହେଲେ ମହିଳା ଏତିକିରେ ରହି ନ ଥିଲେ। ଏହି ମାମଲାକୁ ନେଇ ସେ ପଞ୍ଚାୟତ ମଧ୍ୟ ବସାଇଥିଲେ। ଏବେ ଉଭୟଙ୍କୁ ନିଜ ନିଜ ମଧ୍ୟରେ ମାମଲାକୁ ସମାଧାନ କରିବାକୁ କୁହାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri