Categories: ରାଜ୍ୟ

ଶିଶୁକନ୍ୟାକୁ ଛାଡ଼ି ମହିଳା ଫେରାର

ଉଦଳା, ୧୩। ୫ – ୩ ମାସର ଶିଶୁକନ୍ୟାକୁ ଅଜଣା ଲୋକ ହାତରେ ଟେକିଦେଇ ଫେରାର ହୋଇଯାଇଛନ୍ତି ଜଣେ ମହିଳା। ଗୁରୁବାର ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ନାଗପାଳ ଅଞ୍ଚଳରେ ଘଟିଛି ଏଭଳି ଘଟଣା।

ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ନାଗପାଳ କେନାଲ ରାସ୍ତାରେ ପାଣ୍ଡୁ ହଁାସଦା ନାମକ ଜଣେ ଯୁବକ ଠିଆ ହୋଇଥିଲେ। ଶିଶୁକନ୍ୟାଙ୍କୁ ଧରି ତାଙ୍କ ପାଖରେ ପହଞ୍ଚିଥିଲେ ଜଣେ ଅଜଣା ମହିଳା। ଅନ୍ୟ ଜଣେ ବ୍ୟକ୍ତି ଥିଲେ ମହିଳାଙ୍କ ସହ। ୧୦ ମିନିଟ୍‌ ଛୁଆକୁ ଧରିଥାଅ ଟଙ୍କା ନେଇ ଆସୁଛି କହି ପଳାଇଥିଲେ ମହିଳା। ଦୁଇଘଣ୍ଟା ପରେ ମଧ୍ୟ ମହିଳା
ନ ଫେରିବାରୁ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଗ୍ରାମବାସୀଙ୍କଠାରୁ ଖବର ପାଇ ପୋଲିସ ପହଞ୍ଚି ପାଣ୍ଡୁଙ୍କୁ ପଚରାଉଚରା କରିଥିଲା। ହେଲେ ପାଣ୍ଡୁ ସେହି ମହିଳାଙ୍କୁ ଚିହ୍ନି ନ ଥିବା କହିଥିଲେ। ଉଦଳା ସିଡିପିଓ ଆଲାଦି ମାରାଣ୍ଡି ଘଟଣାସ୍ଥଳରେ ପହଞ୍ଚି ପୋଲିସ ଏବଂ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଶିଶୁକନ୍ୟାକୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।