Categories: ରାଜ୍ୟ

ହାଟରୁ ଫେରିଲା ବେଳେ ମହିଳାଙ୍କୁ ବଳାତ୍କାର

ଯୋଡ଼ା,୩୦।୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଝାଡ଼ଖଣ୍ଡ ସୀମାନ୍ତରେ ହାଟରୁ ଫେରୁଥିବା ସମୟରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି। ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ସୁଧୀର ଓରାମ ଓ ନିରଞ୍ଜନ ବେହେରା।

ପୋଲିସ ସୂଚନା ଅନୁଯାୟୀ, ୨୮ ତାରିଖ ସାରେ ପୁରୁଷୋତ୍ତମପୁର ହାଟରୁ ଘରକୁ ଯାଉଥିବା ସମୟରେ ଭନ ଗାଁ ଅଞ୍ଚଳର ସୁଧୀର ଓରାମ ଓ ନିରଞ୍ଜନ ବେହେରା ଦୁହେଁ ଏକ ବାଇକ୍‌ରେ ଆସି ଜବରଦସ୍ତ ଉକ୍ତ ମହିଳାଙ୍କୁ ଜଙ୍ଗଲକୁ ଟେକି ନେଇ ବଳାତ୍କାର କରିଥିଲେ। ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ରବିବାର ଲିଖିତ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ.୧୬/୨୨) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଯୋଡ଼ା ଆଇଆଇସି ପଦ୍ମାଳୟା ସାହୁ ସୂଚନା ଦେଇଛନ୍ତି।