Posted inଫୁରସତ

ହାତରେ ପ୍ଲା-କାର୍ଡ ଧରି ବୁର୍ଜ ଖଲିଫା ଉପରେ ଛିଡ଼ା ହେଲେ ଏହି ମହିଳା; ଦେଖନ୍ତୁ ହୃଦ୍‌ସ୍ପନ୍ଦନ ରୋକି ଦେଉଥିବା ଉକ୍ତ ଭିଡିଓ…

ନୂଆଦିଲ୍ଲୀ: ବିଶ୍ୱର ବୃହତ୍ତମ ଯାତ୍ରୀବାହୀ ବିମାନ କମ୍ପାନୀ ମଧ୍ୟରୁ ଅନ୍ୟତମ ଏମିରେଟ୍ସ ଏୟାରଲାଇନ୍ସ ଏହାର ନୂତନ ବିଜ୍ଞାପନକୁ ନେଇ ଚର୍ଚ୍ଚାରେ। ୟୁଏଇର ଏହି ବିମାନ କମ୍ପାନୀର ନୂତନ ବିଜ୍ଞାପନ ବେଶ୍‌ ଆକର୍ଷଣୀୟ ହୋଇଛି। ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରାଯାଇଥିବା ବିଜ୍ଞାପନର ଭିଡିଓରେ ବିମାନର କ୍ରୁ ସଦସ୍ୟ ଭଳି ପୋଷାକ ପିନ୍ଧିଥିବା ଜଣେ ମହିଳା ବୁର୍ଜ ଖଲିଫା ଉପରେ ଛିଡ଼ା ହୋଇଛନ୍ତି। ତାଙ୍କ ହାତରେ କିଛି ପ୍ଲା କାର୍ଡ ରହିଛି। ସେ ଗୋଟିଏ ପରେ ଗୋଟିଏ କାର୍ଡରେ ଥିବା ବାର୍ତ୍ତାକୁ ସମସ୍ତଙ୍କୁ ଦେଖାଉଛନ୍ତି।
ତେବେ ୩୦ ସେକେଣ୍ଡର ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ଏତେ ଉଚ୍ଚତାରେ ସନ୍ତୁଳନ ବଜାୟ ରଖିବା ସହଜ କଥା ନୁହେଁ। ଟିକିଏ ଭୁଲ ହେଲେ ବଡ଼ ଦୁର୍ଘଟଣା ଘଟିପାରିଥାନ୍ତା ବୋଲି ଲୋକେ କହୁଛନ୍ତି।
ତେବେ ବିଜ୍ଞାପନରେ ନଜର ଆସୁଥିବା ମହିଳା ହେଉଛନ୍ତି ନିକାଲ ସ୍ମିଥ-ଲୁଡଓ୍ବିକ। ପେସାରେ ସେ ଜଣେ ସ୍କାଏଡାଇଭିଂ ପ୍ରଶିକ୍ଷକ। ଭିଡିଓର ଆରମ୍ଭରୁ ସେ ବୁର୍ଜ ଖଲିଫା ଉପରେ ଛିଡ଼ା ହୋଇଥିବା ଜଣାପଡ଼ୁ ନ ଥିଲେ ହେଁ ପରର କିଛି ସେକେଣ୍ଡ ଭୟଙ୍କର ହୋଇଛି। ସବୁଠାରୁ ଉଚ୍ଚ କୋଠା ଉପରୁ ଦୁବାଇର ଦୃଶ୍ୟ ମନମୁଗ୍ଧ କରୁଛି।
ନିକୋଲ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଶେୟାର କରିଛନ୍ତି। ସେ କହିଛନ୍ତି, ଆଜି ପର୍ଯ୍ୟନ୍ତ ଯେତେ ଷ୍ଟଣ୍ଟ କରିଛି ସେଥିମଧ୍ୟରୁ ଏହା ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ରୋମାଞ୍ଚକର ଥିଲା। ଏଭଳି ସୃଜନଶୀଳ ମାର୍କେଟିଂ ପ୍ରସ୍ତାବ ପାଇଁ ଏମିରେଟ୍ସକୁ ଧନ୍ୟବାଦ। ସେମାନଙ୍କ ଟିମ୍‌ର ଅଂଶ ହେବା ଖୁସିର କଥା।

 


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri