Posted inଫୁରସତ

ଦୁଇଦିନ ପାଇଁ ଶାଶୁଙ୍କ ବୟଫ୍ରେଣ୍ଡ ହେବାକୁ ବିଜ୍ଞାପନ ଦେଲେ ବୋହୂ, କହିଲେ ମିଳିବ…

ଟଙ୍କା ଦେଲେ ଅନେକ କିଛି ମିଳିଥାଏ। ମାତ୍ର ନ୍ୟୁୟର୍କରେ ଜଣେ ମହିଳା ନିଜ ଶାଶୁଙ୍କ ପାଇଁ ଏମିତି ବିଜ୍ଞାପନ ଦେଇଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ମହିଳା କହିଛନ୍ତି, ତାଙ୍କ ଶାଶୁଙ୍କ ପାଇଁ ସେ ବୟଫ୍ରେଣ୍ଡ ଚାହୁଁଛନ୍ତି। ଯେଉଁ ବ୍ୟକ୍ତି ମାତ୍ର ୨ ଦିନ ତାଙ୍କ ଶାଶୁଙ୍କ ସହ ରହିବେ ସେ ତାଙ୍କୁ ୭୨ ହଜାର ଟଙ୍କା ଦେବେ।

ନ୍ୟୁୟର୍କର ହଡସନ ଭ୍ୟାଲିର ଜଣେ ମହିଳାଙ୍କ ଦ୍ୱାରା କ୍ରେଗ୍‌ଲିଷ୍ଟରେ ପୋଷ୍ଟ କରାଯାଇଥିବା ଏକ ବିଜ୍ଞାପନରେ କୁହାଯାଇଛି ଯେ, ତାଙ୍କର ୫୧ ବର୍ଷୀୟା ଶାଶୁଙ୍କ ପାଇଁ ବୟଫ୍ରେଣ୍ଡ ଆବଶ୍ୟକ କରନ୍ତି। ଯିଏ ତାଙ୍କ ବିବାହ ଏବଂ ଡିନର ପାର୍ଟିରେ ଯୋଗ ଦେଇପାରିବେ। ଦୁଇଦିନ ପାଇଁ ତାଙ୍କ ଶାଶୁଙ୍କ ସହ ରହିବାକୁ ପଡ଼ିବ। ଯେଉଁଥିପାଇଁ ତାଙ୍କୁ ୧ ହଜାର ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୭୨ ହଜାର ଟଙ୍କା ଦେବେ। ମହିଳାଙ୍କୁ ଏକ ବିବାହ ସମାରୋହରେ ଯୋଗ ଦେବାରୁ ଅଛି। ଯେଉଁଠିକି ସେ ତାଙ୍କ ଶାଶୁଙ୍କୁ ସାଙ୍ଗରେ ନେବାକୁ ଚାହୁଁଛନ୍ତି। ସେ ଚାହୁଁଛନ୍ତି ଏହି ବିବାହ ଭୋଜିରେ ତାଙ୍କ ଶାଶୁ ବି ସୁନ୍ଦର ଡ୍ରେସ୍‌ରେ ନବଦମ୍ପତି ପରି ଦେଖାଯାଆନ୍ତୁ।

ବିଜ୍ଞାପନରେ ଲେଖାଯାଇଛି, ମୁଁ ଅଗଷ୍ଟରେ ହଡସନ ଭ୍ୟାଲିରେ ବିବାହ ପାଇଁ ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ମୋ ଶାଶୁଙ୍କ ପାଇଁ ବୟଫ୍ରେଣ୍ଡ ଖୋଜୁଛି। ତାଙ୍କୁ ମାତ୍ର ଦୁଇଦିନ ସମୟ ଦେଇ ତାଙ୍କ ସାଥିରେ ରହି ତାଙ୍କର ଧ୍ୟାନ ରଖ। ବିଜ୍ଞାପନରେ ଲେଖାଅଛି, ଶାଶୁ ଧଳା ଡ୍ରେସ୍‌ ପିନ୍ଧିବେ। ଯିଏ ଶାଶୁଙ୍କ ସହ ରହିବେ ସେ ଯେମିତି ତାଙ୍କ ସହ କପଲ ପରି ବ୍ୟବହାର କରିବେ। ବୟଫ୍ରେଣ୍ଡ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ବୟସ ୪୦ରୁ ୬୦ ବର୍ଷ ହୋଇଥିବା ଆବଶ୍ୟକ। ସେ ଭଲ ଡ୍ୟାନ୍ସର ଏବଂ କଥାବାର୍ତ୍ତା ଭଲ କରୁଥିବା ଆବଶ୍ୟକ।

ଏହି ବିଜ୍ଞାପନ ସୋସିଆଲ ମିଡିଆରେ ଦେଖିବା ପରେ ୟୁଜରମାନେ ବିଭିନ୍ନ କମେଣ୍ଟ ଦେଇଛନ୍ତି। କେତେକ ୟୁଜର ଲେଖିଛନ୍ତି, ଏହା ବହୁତ ସୁନ୍ଦର କଥା। ଜଣେ ମହିଳା କହିଛନ୍ତି, ଏହି ବିଜ୍ଞାପନ ଯେତେବେଳେ ମୁଁ ପଢ଼ିଲି, ସେତେବେଳେ ମୋ ସ୍ବାମୀଙ୍କ ବିଷୟରେ ଭାବିଲି। ସେହିପରି ଅନ୍ୟ ୟୁଜରମାନେ ଭିନ୍ନ ଭିନ୍ନ ମତ ପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?