Posted inଫୁରସତ

ଦୁଇଦିନ ପାଇଁ ଶାଶୁଙ୍କ ବୟଫ୍ରେଣ୍ଡ ହେବାକୁ ବିଜ୍ଞାପନ ଦେଲେ ବୋହୂ, କହିଲେ ମିଳିବ…

ଟଙ୍କା ଦେଲେ ଅନେକ କିଛି ମିଳିଥାଏ। ମାତ୍ର ନ୍ୟୁୟର୍କରେ ଜଣେ ମହିଳା ନିଜ ଶାଶୁଙ୍କ ପାଇଁ ଏମିତି ବିଜ୍ଞାପନ ଦେଇଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ମହିଳା କହିଛନ୍ତି, ତାଙ୍କ ଶାଶୁଙ୍କ ପାଇଁ ସେ ବୟଫ୍ରେଣ୍ଡ ଚାହୁଁଛନ୍ତି। ଯେଉଁ ବ୍ୟକ୍ତି ମାତ୍ର ୨ ଦିନ ତାଙ୍କ ଶାଶୁଙ୍କ ସହ ରହିବେ ସେ ତାଙ୍କୁ ୭୨ ହଜାର ଟଙ୍କା ଦେବେ।

ନ୍ୟୁୟର୍କର ହଡସନ ଭ୍ୟାଲିର ଜଣେ ମହିଳାଙ୍କ ଦ୍ୱାରା କ୍ରେଗ୍‌ଲିଷ୍ଟରେ ପୋଷ୍ଟ କରାଯାଇଥିବା ଏକ ବିଜ୍ଞାପନରେ କୁହାଯାଇଛି ଯେ, ତାଙ୍କର ୫୧ ବର୍ଷୀୟା ଶାଶୁଙ୍କ ପାଇଁ ବୟଫ୍ରେଣ୍ଡ ଆବଶ୍ୟକ କରନ୍ତି। ଯିଏ ତାଙ୍କ ବିବାହ ଏବଂ ଡିନର ପାର୍ଟିରେ ଯୋଗ ଦେଇପାରିବେ। ଦୁଇଦିନ ପାଇଁ ତାଙ୍କ ଶାଶୁଙ୍କ ସହ ରହିବାକୁ ପଡ଼ିବ। ଯେଉଁଥିପାଇଁ ତାଙ୍କୁ ୧ ହଜାର ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୭୨ ହଜାର ଟଙ୍କା ଦେବେ। ମହିଳାଙ୍କୁ ଏକ ବିବାହ ସମାରୋହରେ ଯୋଗ ଦେବାରୁ ଅଛି। ଯେଉଁଠିକି ସେ ତାଙ୍କ ଶାଶୁଙ୍କୁ ସାଙ୍ଗରେ ନେବାକୁ ଚାହୁଁଛନ୍ତି। ସେ ଚାହୁଁଛନ୍ତି ଏହି ବିବାହ ଭୋଜିରେ ତାଙ୍କ ଶାଶୁ ବି ସୁନ୍ଦର ଡ୍ରେସ୍‌ରେ ନବଦମ୍ପତି ପରି ଦେଖାଯାଆନ୍ତୁ।

ବିଜ୍ଞାପନରେ ଲେଖାଯାଇଛି, ମୁଁ ଅଗଷ୍ଟରେ ହଡସନ ଭ୍ୟାଲିରେ ବିବାହ ପାଇଁ ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ମୋ ଶାଶୁଙ୍କ ପାଇଁ ବୟଫ୍ରେଣ୍ଡ ଖୋଜୁଛି। ତାଙ୍କୁ ମାତ୍ର ଦୁଇଦିନ ସମୟ ଦେଇ ତାଙ୍କ ସାଥିରେ ରହି ତାଙ୍କର ଧ୍ୟାନ ରଖ। ବିଜ୍ଞାପନରେ ଲେଖାଅଛି, ଶାଶୁ ଧଳା ଡ୍ରେସ୍‌ ପିନ୍ଧିବେ। ଯିଏ ଶାଶୁଙ୍କ ସହ ରହିବେ ସେ ଯେମିତି ତାଙ୍କ ସହ କପଲ ପରି ବ୍ୟବହାର କରିବେ। ବୟଫ୍ରେଣ୍ଡ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ବୟସ ୪୦ରୁ ୬୦ ବର୍ଷ ହୋଇଥିବା ଆବଶ୍ୟକ। ସେ ଭଲ ଡ୍ୟାନ୍ସର ଏବଂ କଥାବାର୍ତ୍ତା ଭଲ କରୁଥିବା ଆବଶ୍ୟକ।

ଏହି ବିଜ୍ଞାପନ ସୋସିଆଲ ମିଡିଆରେ ଦେଖିବା ପରେ ୟୁଜରମାନେ ବିଭିନ୍ନ କମେଣ୍ଟ ଦେଇଛନ୍ତି। କେତେକ ୟୁଜର ଲେଖିଛନ୍ତି, ଏହା ବହୁତ ସୁନ୍ଦର କଥା। ଜଣେ ମହିଳା କହିଛନ୍ତି, ଏହି ବିଜ୍ଞାପନ ଯେତେବେଳେ ମୁଁ ପଢ଼ିଲି, ସେତେବେଳେ ମୋ ସ୍ବାମୀଙ୍କ ବିଷୟରେ ଭାବିଲି। ସେହିପରି ଅନ୍ୟ ୟୁଜରମାନେ ଭିନ୍ନ ଭିନ୍ନ ମତ ପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଦେଶ, ଯେଉଁଠି ଛତାଧରି ସାଇକେଲ ଚଲାଇବା ମନା

ଜାପାନର ଟେକ୍‌ନୋଲୋଜି ସବୁଠାରୁ ଭିନ୍ନ। ଏଠାକାର ଆଇନ ମଧ୍ୟ ବହୁତ କଡ଼ା। ଯାହାକି ଏହାକୁ ସୁରକ୍ଷିତ ଦେଶ କରିପାରିଛି। ଜାପାନରେ କଡ଼ା ଆଇନ ରହିଛି। ସାଇକେଲ...

ବିଶ୍ୱର ସବୁଠୁ ବୟସ୍କା ମହିଳା ହାସଲ କଲେ ଆଉ ଏକ ରେକର୍ଡ

ଜାପାନର କେନ ଟନାକା ବିଶ୍ୱର ସବୁଠୁ ଜୀବନ୍ତ ବୟସ୍କା ମହିଳା ଭାବେ ଗିନିଜ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି। କେନ ଗତ ଶନିବାର ୧୧୭...

ଚାକିରିରୁ ବାହାର କରିଦେଇଥିଲା କମ୍ପାନୀ, ନକଲି ନିଶ ଲଗାଇ ପୁଣି ଇଣ୍ଟରଭ୍ୟୁ ଦେବାକୁ ଗଲେ; ଆଉ ତା’ ପରେ…

ଆମେରିକାର ଏକ କମ୍ପାନୀ ଜଣେ ବ୍ୟକ୍ତିଙ୍କୁ ଚାକିରିରୁ ବାହାର କରିଦେଇଥିଲା। ଯେଉଁ ବ୍ୟକ୍ତିଙ୍କୁ ଚାକିରିରୁ ବାହାର କରିଦେଇଥିଲା ସେ ପୁଣି ନକଲି ନିଶ ଲଗାଇ ଇଣ୍ଟରଭ୍ୟୁ...

ଗୋଡ଼ାଇକି ନୁହେଁ ଉଡ଼ିକି କାମୁଡ଼େ ଏହି ସାପ: ଦେହରୁ ଝଡ଼ାଇ ଦିଏ ମାଂସ

ଆମ ବିଶ୍ୱରେ ଅନେକ ସ୍ଥାନ ଅଛି, ଯାହା ରହସ୍ୟ ଏବଂ ଆଶ୍ଚର୍ଯ୍ୟରେ ପରିପୂର୍ଣ୍ଣ । ଏପରି କେତେକ ସ୍ଥାନ ଅଛି ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ...

ଦେଶର ବିକାଶରେ କ୍ଷୁଦ୍ରଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଦେଶର ବିକାଶରେ କ୍ଷୁଦ୍ରଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଜିଡିପିରେ ଏହାର ଯୋଗଦାନ ମଧ୍ୟ ରହିଥାଏ। ଭାରତରେ କ୍ଷୁଦ୍ରଶିଳ୍ପଗୁଡ଼ିକର ମହତ୍ତ୍ୱ ଏବଂ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି...

ଘରଭଡ଼ାରୁ ବିରକ୍ତ ହୋଇ ଗୁମ୍ଫାରେ ୧୬ ବର୍ଷ

ୱାଶିଂଟନ: ଲୋକେ ଅନେକ ସମୟରେ ଘରେ ରହି ରହି ବିରକ୍ତ ହୋଇଯା’ନ୍ତି। ଫଳରେ ସେମାନେ ବାହାରକୁ ବୁଲିବାକୁ ଯାଇଥା’ନ୍ତି। ହେଲେ ଏଠାରେ ଜଣେ ବ୍ୟକ୍ତି ୧୬...

ସ୍ବାଧୀନତାର ସଙ୍ଗୀତ

କୁହାଯାଏ, ସଙ୍ଗୀତର ବିକଳ୍ପ ନାହିଁ। ମଣିଷଠୁ ଆରମ୍ଭକରି ପଶୁପକ୍ଷୀ ଏପରିକି ବୃକ୍ଷଲତାଙ୍କୁ ମଧ୍ୟ ଆକର୍ଷିତ କରିପାରିଥାଏ ସଙ୍ଗୀତ। ସେଥିଲାଗି ଯେବେ ବି ମଣିଷ ସଙ୍କଟରେ ପଡ଼ିଛି...

ଅଧିକ ଚାପରେ ଏବର ମଧ୍ୟବୟସ୍କ

ନ୍ୟୁୟର୍କ: ୧୯୯୦ ଅପେକ୍ଷା ବର୍ତ୍ତମାନର ମଧ୍ୟ ବୟସ୍କମାନେ ଅଧିକ ଚାପରେ ରହୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏପରିକି କୋଭିଡ୍‌-୧୯ ଆରମ୍ଭ ହେବା ପୂର୍ବରୁ ଏଭଳି ସ୍ଥିତି...

Advertisement
Archives

Model This Week