Posted inଜାତୀୟ

ଅତିକ୍ରମଣ ହଟାଇବାକୁ ଆସିଥିବା ଅଧିକାରୀଙ୍କୁ ବିରୋଧ କରି ନିଜକୁୁ ଘରେ ବନ୍ଦ କରି ନିଆଁ ଲଗାଇଲେ ମହିଳା…

ଗାଜିଆବାଦ,୧୫।୧୧ : ଗାଜିଆବାଦର ଖୋଡା ଅଞ୍ଚଳରେ ଦୁଇଜଣ ମହିଳା ଅତିକ୍ରମଣ ହଟାଇବାକୁ ଆସିଥିବା ଅଧିକାରୀଙ୍କୁ ବିରୋଧ କରି ନିଜକୁୁ ଘରର ଗୋଟିଏ କୋଠରୀରେ ତାଲା ପକାଇ କୋଠରୀରେ ନିଆଁ ଲଗାଇ ଦେଇଥିଲେ। ପୋଖରୀରୁ ବେଆଇନ ଅତିକ୍ରମଣ ହଟାଇବାକୁ ମ୍ୟୁନିସିପାଲିଟି ଟିମ ଏଠାକୁ ଆସିଥିଲେ।

ଦଳ ସହିତ ପୋଲିସ ମଧ୍ୟ ଉପସ୍ଥିତ ଥିଲେ ଏବଂ ଅନ୍ୟ କର୍ମଚାରୀ ମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ମୁନି ଏବଂ ଅନୀତା ନାମକ ଦୁଇଜଣ ମହିଳା ଏକ କୋଠରୀରେ ତାଲା ପକାଇ କୋଠରୀରେ ନିଆଁ ଲଗାଇ ଦେଇଥିଲେ। ଅତିକ୍ରମଣ ହଟାଇଲେ ମହିଳାମାନେ ନିଜକୁ ନିଆଁରେ ଜାଳିଦେବାକୁ ଧମକ ଦେଇଥିଲେ।

ଅନେକ ଲୋକ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କୁ କୋଠରୀରୁ ବାହାରକୁ ଆସିବାକୁ କହିଥିଲେ। କିନ୍ତୁ ସେମାନେ ଏଥିରେ ରାଜି ହୋଇ ନ ଥିଲେ ଏବଂ ଅଧିକାରୀମାନଙ୍କୁ ଧମକ ଦେଉଥିବାର ଦେଖାଯାଇଥିଲା। ସେମାନେ କହିଥିଲେ ଯେ ଯଦି କେହି ବଳପୂର୍ବକ କୋଠରୀରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି କିମ୍ବା ଅତିକ୍ରମଣ ହଟାଯାଏ ତେବେ ସେମାନେ ନିଜ ଦେହରେ ନିଆଁ ଲଗାଇ ଦେବେ। ମୁନି ଏବଂ ଅନୀତା ବନ୍ଦ କୋଠରୀର ଝରକା ପାଖରେ ଠିଆହୋଇ ଏଭଳି କହିଥିଲେ। ସେମାନଙ୍କ କାର୍ଯ୍ୟକଳାପ ଦେଖି ମ୍ୟୁନିସିପାଲିଟି ଦଳକୁ ଅତିକ୍ରମଣ ନ ହଟାଇ ଫେରିବାକୁ ପଡିଲା।

ପୌରପାଳିକାର ନାଏବ ତହସିଲଦାର ପ୍ରତୀତ କୁମାରଙ୍କ ଅନୁଯାୟୀ ଲୋକମାନେ ଏଠାରେ ଥିବା ସରକାରୀ ପୋଖରୀରେ ଅତିକ୍ରମଣ କରିଥିଲେ। ଯାହାର ଅପସାରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ମହିଳାମାନେ ସେମାନଙ୍କର ଜିଦ ଅଟଳ ରହିବାରୁ ସମଗ୍ର କାମ ବନ୍ଦ କରିବାକୁ ପଡ଼ିଥିଲା। ଯେତେବେଳେ ମହିଳାମାନଙ୍କୁ କୁହାଯାଇଥିଲା ଯେ ଅଧିକାରୀମାନେ ଯାଉଛନ୍ତି, ଏବେ ସେମାନେ ବାହାରକୁ ଆସନ୍ତୁ। କିନ୍ତୁ ସେମାନେ ବାହାରକୁ ଆସିବାକୁ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri